Kashmir Terror Attack: ଆମେ ଛାଡିବୁ ନାହିଁ:ମୁଖ୍ୟମନ୍ତ୍ରୀ
ଜମ୍ମୁ-କଶ୍ମୀରର ପହଲଗାମରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଅନେକ ପର୍ଯ୍ୟଟକଙ୍କୁ ଗୁଳିମାଡ଼ କରାଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଆତଙ୍କବାଦୀମାନେ ଲୋକଙ୍କ ନାମ ପଚାରିବା ପରେ ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ ୨୭ରୁ ଅଧିକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁ ଆହତ ହୋଇଛନ୍ତି। ଏହି ଆକ୍ରମଣ ସମ୍ପର୍କରେ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲାଙ୍କ ଏକ ମନ୍ତବ୍ୟ ସାମ୍ନାକୁ ଆସିଛି।
ମୁଖ୍ୟମନ୍ତ୍ରୀ ଅବଦୁଲ୍ଲା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ଏଭଳି ଘଟଣା ନେଇ ମୁଁ ମର୍ମାହତ। ଆମର ପର୍ଯ୍ୟଟକଙ୍କ ଉପରେ ଏହି ଆକ୍ରମଣ ଏକ ଘୃଣ୍ୟ ଏବଂ କାପୁରୁଷତାପୂର୍ଣ୍ଣ କାର୍ଯ୍ୟ। ଏହି ଆକ୍ରମଣର ଅପରାଧୀମାନେ ଅମାନବୀୟ ଏବଂ ଘୃଣ୍ୟ। ନିନ୍ଦା କରିବା ପାଇଁ କୌଣସି ଶବ୍ଦ ଯଥେଷ୍ଟ ନୁହେଁ। ମୁଁ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛି। ମୁଁ ତୁରନ୍ତ ଶ୍ରୀନଗର ଫେରିଯାଉଛି।

ସେ ଏହା ମଧ୍ୟ କହିଛନ୍ତି ଯେ, ମୃତକଙ୍କ ସଠିକ୍ ସଂଖ୍ୟା ଜାଣିବା ପାଇଁ ପ୍ରୟାସ କରାଯାଉଛି। ତେଣୁ ଏନେଇ କୌଣସି ବିବରଣୀ ଦେବାକୁ ଚାହୁଁ ନାହିଁ। ପରିସ୍ଥିତି ସ୍ପଷ୍ଟ ହେବା ପରେ ସୂଚନା ଆନୁଷ୍ଠାନିକ ଭାବରେ ପ୍ରଦାନ କରାଯିବ। ଏହି ଆକ୍ରମଣ ସାମ୍ପ୍ରତିକ ବର୍ଷଗୁଡ଼ିକରେ ସାଧାରଣ ନାଗରିକଙ୍କ ଉପରେ ହୋଇଥିବା ଯେକୌଣସି ଆକ୍ରମଣ ଅପେକ୍ଷା ବହୁତ ଗମ୍ଭୀର। ଯେଉଁମାନେ ଆତଙ୍କବାଦୀ ଆକ୍ରମଣ କରନ୍ତି ସେମାନଙ୍କୁ ଆମେ ଛାଡ଼ିବୁ ନାହିଁ। ଆତଙ୍କବାଦୀଙ୍କୁ କଡ଼ା ଜବାବ ମିଳିବ।












Click it and Unblock the Notifications