Get Updates
Get notified of breaking news, exclusive insights, and must-see stories!

ବାରାମୁଲ୍ଲା ଆସନରୁ ହାରିଗଲେ ଓମାର ଅବଦୁଲ୍ଲା

Omar Abdullah Lost Baramulla Election: ଲୋକସଭା ନିର୍ବାଚନ ୨୦୨୪ର ଫଳାଫଳ ଖୁବ ରୋମାଞ୍ଚକ ଭରା ରହିଛି । ୟୁପି ସମେତ ଅନେକ ରାଜ୍ୟରେ ବିଜେପିକୁ ଝଟକା ଲାଗିଛି । ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ବାରୁମୁଲ୍ଲା ଆସନରେ ପ୍ରାୟ ୧ ଲକ୍ଷରୁ ଅଧିକ ଭୋଟରେ ପରାସ୍ତ ହୋଇଛନ୍ତି । ତାଙ୍କୁ ଜେଲରେ ଥାଇ ମଧ୍ୟ ପରାସ୍ତ କରିଛନ୍ତି ସ୍ୱାଧୀନ ପ୍ରାର୍ଥୀ ଅବଦୁଲ ରଶିଦ ଶେଖ ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ନିର୍ବାଚନ କମିଶନ ରେଡଲ୍ଟ ଘୋଷଣା କରି ନାହାଁନ୍ତି । ହେଲେ ଏବେ ଓମାର ଆବଦୁଲ୍ଲା ଫଳାଫଳ ଆସିବା ପୂର୍ବରୁ ହିଁ ପରାଜୟ ସ୍ୱିକାର କରିଛନ୍ତି ଏବଂ ରଶିଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୂଚନାଥାଉ ଯେ, ୟୁଏପିଏ ବଳରେ ଗିରଫ ହୋଇ ରଶିଦଙ୍କୁ ତିହାର ଜେଲରେ ରଖାଯାଇଛି । ସେ ନିଜେ ଜେଲରୁ ବାହରକୁ ଆସି ପ୍ରଚାର କରି ନଥିଲେ ସତ ହେଲେ ତାଙ୍କୁ ଜନତାଙ୍କ ଭଲ ପାଇବା ମିଳିଛି ।

Omar Abdullah

୫୭ ବର୍ଷୀୟ ରଶିଦ ଉତ୍ତର କଶ୍ମୀରର ଲାନଗେଟ ଆସନରୁ ୨ ଥର ବିଧାୟକ ରହିସାରିଛନ୍ତି । ମୁଖ୍ୟସ୍ରୋତ ରାଜନୀତିକୁ ଆସିବା ପୂର୍ବରୁ ସେ ହୁରିୟାତ ନେତା ଅବଦୁଲ ଘନି ଲୋକଙ୍କ ଅତ୍ୟନ୍ତ ଘନିଷ୍ଠ ଥିଲେ। ଏଥରେ ସେ ଜେଲରେ ଥାଇ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+