Om Prakash Chautala Net Worth: ୮୭ ବୟସରେ ପାସ୍ କରିଥିଲେ ପ୍ଲସ୍ ୨, ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ ଥିଲେ ଚୌଟାଲା
Om Prakash Chautala Net Worth: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମପ୍ରକାଶ ଚୌଟାଲାଙ୍କର ନିଧନ । ଶୁକ୍ରବାର ଦିନ ଗୁରୁଗ୍ରାମସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି ଓମପ୍ରକାଶ ଚୌଟାଲା । ସେ ଭାରତ ଜାତୀୟ ଲୋକ ଦଳ (INLD) ର ମୁଖ୍ୟ ଥିଲେ।
ଓମପ୍ରକାଶ ଚୌଟାଲା 7 ଥର ବିଧାୟକ ଏବଂ ହରିୟାଣାର ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ଭାବେ ଦାୟତ୍ୱ ତୁଳାଇଥିଲେ । 1968 ମସିହାରେ ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ସେ ପ୍ରଥମେ ଏଲେନାବାଦରୁ ନିର୍ବାଚନ ଲଢିଥିଲେ । ତେବେ ଚାଲନ୍ତୁ ଜାଣିବା କେତେ ସମ୍ପତ୍ତିର ମାଲକ ଥିଲେ ଓମପ୍ରକାଶ ଚୌଟାଲା ।

ଜାନୁଆରୀ 1, 1935 ରେ ଓମପ୍ରକାଶ ଚୌଟାଲାଙ୍କ ଜନ୍ମ ହୋଇଥିଲା । ପ୍ରାଥମିକ ଶିକ୍ଷା ପରେ ସେ ଅଧାରେ ପାଠ ପଢା ଛାଡିଥିଲେ । ହେଲେ 87 ବର୍ଷ ବୟସରେ ସେ ଦଶମ ଏବଂ ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ସେତେବେଳେ ଶିକ୍ଷକ ନିଯୁକ୍ତି ସ୍କାମ ସହ ଜଡିତ ଏକ ମାମଲାରେ ଚୌଟାଲାଙ୍କୁ ତିହାର ଜେଲରେ ରଖାଯାଇଥିଲା।
ଓମପ୍ରକାଶ ଚୌଟାଲା 2009 ରେ ନିର୍ବାଚନ ଆୟୋଗଙ୍କ ନିକଟରେ ନିଜର ଆଫିଡେଭିଟ୍ ଦାଖଲ କରିଥିଲେ। ଏହି ପ୍ରମାଣପତ୍ରରେ ତାଙ୍କର ମୋଟ ସମ୍ପତ୍ତି ପ୍ରାୟ 15 କୋଟି 35 ଲକ୍ଷ 95 ହଜାର 730 ବୋଲି ଘୋଷଣା କରାଯାଇଥିଲା । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମେ 24, 1993 ପୂର୍ବରୁ ଓମପ୍ରକାଶ ଚୌଟାଲାଙ୍କ ସମ୍ପତ୍ତି 3.10 ଲକ୍ଷ ଟଙ୍କା ଥିଲା।
31 ମେ 2006 ସୁଦ୍ଧା, ତାଙ୍କର ଚଳନଶୀଳ ଏବଂ ଅସ୍ଥାବର ସମ୍ପତ୍ତି 4.20 କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା । 1993 ରୁ 2006 ପର୍ଯ୍ୟନ୍ତ ତାଙ୍କର 2.73 କୋଟି ଟଙ୍କା ସମ୍ପତ୍ତି ଥିବା ଦର୍ଶାଇ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଯେଉଁଠାରେ 1.37 କୋଟି ଟଙ୍କା ବ୍ୟୟ ମଧ୍ୟ ଦେଖାଯାଇଛି।
ଏହା ବ୍ୟତୀତ ପଞ୍ଚକୁଲାର ମାନସା ଦେବୀ କମ୍ପ୍ଲେକ୍ସର ସେକ୍ଟର 4 ରେ ଏକ ପ୍ଲଟ 1993-2006 ମସିହାରେ ଟିକସ ମୂଲ୍ୟାଙ୍କନ ସମୟରେ 4.10 ଲକ୍ଷ ଟଙ୍କାରେ କ୍ରୟ କରାଯାଇଥିଲା। ଓମପ୍ରକାଶ ଚୌଟାଲା 7 ଥର ବିଧାୟକ ଏବଂ ହରିୟାଣାର ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଳାଇଛନ୍ତି । ସେ 1989 ରୁ 1991 ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ।












Click it and Unblock the Notifications