ଦ୍ୱିତୀୟ ଥର ପାଇଁ ଲୋକସଭା ବାଚସ୍ପତି ହେଲେ ଓମ୍ ବିର୍ଲା

Lok Sabha Speaker Election: ଦ୍ୱିତୀୟ ଥର ପାଇଁ ଲୋକସଭା ବାଚସ୍ପତି ହେଲେ ଓମ୍ ବିର୍ଲା । ବାଚନିକ ଭୋଟ ଅନୁସାରେ ଓମ୍ ବିର୍ଲା ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ଇଣ୍ତିଆ ମେଣ୍ଟ ପ୍ରାର୍ଥୀ କେ ସୁରେଶଙ୍କୁ ପରାଜିତ କରି ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ।

Lok Sabha Speaker Election

ଓମ ବିର୍ଲାଙ୍କୁ ବାଚସ୍ପତି ଭାବରେ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୋଦି କହିଛନ୍ତି, "ମୁଁ ପୂରା ଗୃହକୁ ଅଭିନନ୍ଦନ ଜଣାଉଛି। ଆମ ସମସ୍ତଙ୍କର ବିଶ୍ୱାସ ଅଛି ଯେ ଆପଣ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଆମକୁ ମାର୍ଗଦର୍ଶନ କରିବେ। ଆପଣଙ୍କ ମୁହଁର ମିଠା ହସ ମଧ୍ୟ ଗୃହକୁ ଖୁସି ରଖିବ' । ପ୍ରଧାନମନ୍ତ୍ରୀ ମୋଦି ଲୋକସଭା ବାଚସ୍ପତି ପଦ ପାଇଁ ଓମ ବିର୍ଲାଙ୍କ ନାମ ପ୍ରସ୍ତାବ ଦେଇଥିଲେ। ବାଚନିକ ଭୋଟ୍ ଦ୍ୱାରା ଏନଡିଏ ସାଂସଦମାନେ ଏହାକୁ ସମର୍ଥନ କରିଥିଲେ।

ସେହିପରି ଇଣ୍ତିଆ ମେଣ୍ଟ ପକ୍ଷରୁ କେ ସୁରେଶଙ୍କ ନାଁ ବାଚସ୍ପତି ପ୍ରାର୍ଥୀ ଭାବେ ପ୍ରସ୍ତାବ ରଖାଯାଇଥିଲା । ଯାହାକୁ ଇଣ୍ତିଆ ମେଣ୍ଟରେ ଥିବା ଦଳ ଗୁଡିକ ସମର୍ଥନ ଜଣାଇଥିଲେ । ଆଜି ଗୃହକାର୍ଯ୍ୟ ଆରମ୍ଭରୁ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ଧ୍ୱନିମତ ସଂଗ୍ରହ କରିଥିଲେ ଏବଂ ଏଥିରେ ଓମ୍ ବିର୍ଲା ବିଜୟୀ ହୋଇଥିଲେ । ଏନେଇ ଘୋଷଣା କରିଥିଲେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+