ସଡ଼କ ଦୁର୍ଘଟଣାରେ ଅଲିମ୍ପିକ୍ସ ପଦକ ବିଜେତା ମନୁ ଭାକରଙ୍କ ମାମୁଁ ଏବଂ ଆଈ ମୃତ
ଏକ ଦୁର୍ଘଟଣାରେ ଅଲିମ୍ପିକ୍ସ ପଦକ ବିଜେତା ମନୁ ଭାକରଙ୍କ ମାମୁଁ ଏବଂ ଆଈଙ୍କ ମୃତ୍ୟୁ ଘଟିଛି। ରବିବାର ସକାଳେ ହରିୟାଣାର ଚରଖି ଦାଦରି ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ମନୁଙ୍କ ମାମୁଁ ଏବଂ ଆଈ ଏକ ସ୍କୁଟିରେ ଯାଉଥିବାବେଳେ ସାମ୍ନା ପଟୁ ଗୋଟିଏ କାର ଦ୍ରୁତଗତିରେ ଆସି ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ କାର ଚାଳକ ଗାଡ଼ି ସହିତ ଫେରାର ହୋଇଯାଇଛି।

ରବିବାର ସକାଳେ ମନୁଙ୍କ ମାମୁଁ ଯୁଦ୍ଧବୀର ନିଜ ମା' ସାବିତ୍ରୀଙ୍କୁ ନେଇ ସ୍କୁଟିରେ ଯାଉଥିଲେ। ଯୁଦ୍ଧବୀର ହରିୟାଣା ରୋଡଓ୍ବେଜରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ତେଣୁ ସେ ନିଜ ମା'ଙ୍କୁ ସାନପୁଅ ଘରେ ଛାଡ଼ି ଡ୍ୟୁଟି ଯାଇଥାଆନ୍ତେ। ଦୁର୍ଘଟଣା ପରେ ପୁଲିସ ଉଭୟଙ୍କ ମୃତଦେହ ଜବତ କରି ତଦନ୍ତ ଚଳାଇଛି। ମନୁ ଭାକର ନିକଟରେ ରାଷ୍ଟ୍ରପତିଙ୍କଠାରୁ ଖେଳରତ୍ନ ପୁରସ୍କାର ଗ୍ରହଣ କରିଥିଲେ। ଏହି ଖୁସି ମୁହୂର୍ତ୍ତର କିଛି ଦିନ ପରେ ଏପରି ଦୁଃଖଦ ଘଟଣା ଘଟିଛି।












Click it and Unblock the Notifications