ବଜରଙ୍ଗ ପୁନିଆଙ୍କୁ ୪ ବର୍ଷ ପାଇଁ ସସପେଣ୍ତ କଲା NADA
Bajrang Punia: ବଜରଙ୍ଗ ପୁନିଆଙ୍କୁ ୪ ବର୍ଷ ପାଇଁ ସସପେଣ୍ତ କଲା NADA । ଜାତୀୟ ଚୟନ ବେଳେ ଡୋପିଂ ଟେଷ୍ଟକୁ ମନା କରିଥିଲେ ପୁନିଆ । ଗତ ମାର୍ଚ୍ଚ ୧୦ ତାରିଖରେ ହୋଇଥିବା ଚୟନ ପ୍ରକ୍ରିୟା ବେଳେ ସେ ଡୋପିଂ ଟେଷ୍ଟକୁ ମନା କରିଥିଲେ । ଯାହା ପରେ ନାଡା ବଜରଙ୍ଗ ପୁନିଆଙ୍କୁ ୨୩ ଏପ୍ରିଲରେ ସସପେଣ୍ତ କରି ଦେଇଥିଲେ ଯାହା ପରେ world governing body, UWW ମଧ୍ୟ ପୁନିଆଙ୍କୁ ସସପେଣ୍ତ କଦେଇଥିଲା ।

NADA ଦ୍ୱାରା ପୁନିଆଙ୍କୁ ସସପେଣ୍ତ କରାଯିବା ପରେ ବର୍ତ୍ତମାନ ସେ ପ୍ରତିଯୋଗିତାମୂଳକ କୁସ୍ତିରେ ଅଂଶଗ୍ରହଣ କରି ପାରିବେ ନାହିଁ ଏପରିକି ସେ ବିଦେଶରେ ମଧ୍ୟ ଆଉ କୋଚିଂ ନେଇ ପାରିବେ ନାହିଁ । ମେ'୩୧ ତାରିଖ ବଜରଙ୍ଗ ପୁନିଆ ନାଡାର ଆଣ୍ଟି-ଡିସପ୍ଲିନାରୀ ଡୋପିଂ ପ୍ୟାନେଲରେ ନିକଟରେ ତାଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ବିରୋଧରେ ଅଭିଯୋଗ କରିଥିଲେ । ଯାହା ପରେ ଅସ୍ଥାୟୀ ଭାବେ ତାଙ୍କ ନିଲମ୍ବନକୁ ସ୍ଥଗିତ ରଖାଯାଇଥିଲା ହେଲେ ଜୁନ୍ ୨୩ରେ ନାଡା ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ ଆନୁଷ୍ଠାନିକ ଭାବେ ସୂଚନା ଜାରି କରିଥିଲା ।
୨୦ ସେପ୍ଟେମ୍ବର ୪ ଅକ୍ଟୋବର ପର୍ଯ୍ୟନ୍ତ ଏହି ମାମଲର ଶୁଣାଣି କରାଯାଇଥିଲା ଏବଂ ବଜରଙ୍ଗ ପୁନିଆଙ୍କୁ ୪ ବର୍ଷ ପର୍ଯ୍ୟନ୍ତ ସସପେଣ୍ତ କରିଛି ଜାତୀୟ ଡୋପିଂ ନିରୋଧକ ଏଜେନ୍ସି ନାଡା । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ବଜରଙ୍ଗ ପୁନିଆ ବର୍ତ୍ତମାନ କ୍ରିଡା ବ୍ୟତୀତ ରାଜନାତି ସହ ମଧ୍ୟ ଜଡିତ ଅଛନ୍ତି ସେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ ।
ଏଡିଡିପି ସୂଚନା ଅନୁସାରେ, ବଜରଙ୍ଗ ପୁନିଆଙ୍କୁ ଆର୍ଟିକିଲ୍ ୧୦.୩.୧ ରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ୪ ବର୍ଷ ରାଇଁ ସସପେଣ୍ତ କରାଯାଇଛି । ୨୩ ଏପ୍ରିଲ ୨୦୨୪ରୁ ତାଙ୍କ ବିରୋଧରେ କାର୍ଯ୍ୟକାରୀ ହେବ ।












Click it and Unblock the Notifications