ଖୁବଶୀଘ୍ର ରାସ୍ତାରୁ ହଟିବ ପୁରୁଣା ଡିଜେଲ ବସ୍, ରାଜ୍ୟକୁ ନିର୍ଦ୍ଦେଶ ଦେଲା କେନ୍ଦ୍ର

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ୨୫ଟି ରାଜ୍ୟର ପରିବହନ ସଂସ୍ଥା ଅଧୀନରେ ୩୨,୦୬୨ ଡିଜେଲ ବସ ରହିଛି, ଯେଉଁଗୁଡିକ ୧୦ ବର୍ଷ ପୁରୁଣା। ଏହି ବସଗୁଡିକ ୧୫ ବର୍ଷ ହେବାପରେ ସେଗୁଡିକର ପଞ୍ଜିକରଣ ଆଉ ନବିକରଣ କରାଯିବନାହିଁ ଏବଂ ସେଗୁଡିକୁ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ଚଳାଚଳ କରୁଥିବା ପୁରୁଣା ଡିଜେଲ ଚାଳିତ ବସ୍‍ଗୁଡିକ ହଟାଇ ସେହି ସ୍ଥାନରେ ଇଭି ଚଳାଚଳ କରିବା ଦିଗରେ ପଦକ୍ଷେପ ନେବାକୁ କେନ୍ଦ୍ର ସରକାର ରାଜ୍ୟଗୁଡିକୁ କହିଛନ୍ତି । କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ୨୫ଟି ରାଜ୍ୟର ପରିବହନ ସଂସ୍ଥା ଅଧୀନରେ ୩୨,୦୬୨ ଡିଜେଲ ବସ ରହିଛି, ଯେଉଁଗୁଡିକ ୧୦ ବର୍ଷ ପୁରୁଣା। ଏହି ବସଗୁଡିକ ୧୫ ବର୍ଷ ହେବାପରେ ସେଗୁଡିକର ପଞ୍ଜିକରଣ ଆଉ ନବିକରଣ କରାଯିବନାହିଁ ଏବଂ ସେଗୁଡିକୁ ରଦ୍ଦି ଆକାରରେ ବିକ୍ରି କରାଯିବ।

diesel bus

ରାଜ୍ୟ ପରିବହନ ସଂସ୍ଥାଗୁଡିକ ପାଖରେ ୧୦ବର୍ଷରୁ ଅଧିକ ପୁରୁଣା ବସ୍ ଗୁଡିକ ବିଏସ୍-୨ ଓ ବିଏସ୍-୩ ଡିଜେଲ ବସ୍ ହୋଇଥିବା ବେଳେ ସେଗୁଡିକ କେବଳ ଅତ୍ୟଧିକ ବାୟୁ ପ୍ରଦୂଷଣ କରୁନାହାନ୍ତି ବଂର ତାହା ଚଳାଇବା ମଧ୍ୟ ବ୍ୟୟବହୁଳ ବ୍ୟାପାର । କରୋନା ମହାମାରୀ ବ୍ୟାପିବା ପରେ ପରିବହନ ସଂସ୍ଥାଗୁଡିକ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି ।

ତେବେ ନିତି ଆୟୋଗ ଏକ ଏକକ ପ୍ରକ୍ୟୁରମେଣ୍ଟ୍ ପୋର୍ଟାଲ ପ୍ରସ୍ତୁତ କରି ସେଥିରେ ସମସ୍ତ ଅଂଶୀଦାରଙ୍କୁ ଯୋଡିଛି । ସେହି ପୋର୍ଟାଲ ଜରିଆରେ ଦିଲ୍ଲୀ, ବେଙ୍ଗାଲୁରୁ, କୋଲକତା, ହାଇଦ୍ରାବାଦ୍ ଓ ସୁରଟ ୫, ୪୫୦ ଇଲେକ୍ଟ୍ରିକ୍ ବସ୍ ମଗାଇଛନ୍ତି । ୧୨ ମିଟର ଲମ୍ବା ବସର ସର୍ବନିମ୍ନ ମୂଲ୍ୟ କଲୋମିଟର ପିଛା ୪୩ଟଙ୍କା ୪୯ ପଇସା ଓ ୯ମିଟର ବସର ମୂଲ୍ୟ କିଲୋମିଟର ପିଛା ୩୯ ଟଙ୍କା ୨୧ ପଇସା ଧାର୍ଯ୍ୟ କରାଯାଇଛି ।

ଏହି ମୂଲ୍ୟ ଏବେ ସାର୍ବଜନୀନ ପରିବହନ ପାଇଁ ଏକ ମାନଦଣ୍ଡରେ ପରିଣତ ହୋଇଛି। ଏହା ଦ୍ବାରା ଅନ୍ୟ ସହରଗୁଡ଼ିକ ଇଲେକ୍ଟ୍ରିକ୍ ଯାନ ଗ୍ରହଣ କରିବାକୁ ଉତ୍ସାହିତ ହେବେ ବୋଲି ନିତି ଆୟୋଗ ସିଇଓ ଅମିତାଭ କାନ୍ତ କହିଛନ୍ତି। ଏହି ପୋର୍ଟାଲ୍‌ ମାଧ୍ୟମରେ ଅଧିକ ଇଲେକ୍ଟ୍ରିକ୍ ଦୁଇ ଚକିଆ ଓ ତିନି ଚକିଆ ଯାନ ମଗାଇବା ଲାଗି ରାଜ୍ୟଗୁଡ଼ିକ ସହ ଆଲୋଚନା କରିବାକୁ ନିତି ଆୟୋଗ ଯୋଜନା ରଖିଛି। ଇଲେକ୍ଟ୍ରିକ ଯାନ ଗ୍ରହଣୀୟତା ବଢ଼ିଲେ ଅଙ୍ଗାରକାମ୍ଳ ନିର୍ଗମନକୁ ନେଇ ଭାରତ ଧାର୍ଯ୍ୟ କରିଥିବା ଲକ୍ଷ୍ୟ ହାସଲ ‌ସହଜ ହୋଇପାରିବ। ‌

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+