Oman Rescue Mission: ଓମାନର ମଝି ସମୁଦ୍ରରେ ଜାହାଜ ବୁଡ଼ିବା ଘଟଣା, ୯ ଜଣ ଉଦ୍ଧାର
Oman Rescue Mission: ଓମାନ ନିକଟ ସମୁଦ୍ରରେ ବୁଡ଼ି ଯାଇଥିବା ତୈଳ ଟ୍ୟାଙ୍କର ଜାହାଜର 9 ଜଣ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଜାହାଜରେ ମୋଟ୍ 16 ଜଣ ଥିବା ନେଇ ସୂଚନା ରହିଥିଲା । ସେମାନଙ୍କ ମଧ୍ୟରୁ 7 ଜଣ ବର୍ତ୍ତମାନ ନିଖୋଜ ଅଛନ୍ତି। ଉଦ୍ଧାର ହୋଇଥିବା 9 ଜଣଙ୍କ ମଧ୍ୟରୁ 8 ଜଣ ଭାରତୀୟ ଏବଂ 1 ଜଣ ଶ୍ରୀଲଙ୍କାବାସୀ । ନିଖୋଜ ଥିବା 7 ଜଣ କ୍ରୁ ସଦସ୍ୟଙ୍କ ମଧ୍ୟରୁ 5 ଜଣ ଭାରତୀୟ ଏବଂ 2 ଜଣ ଶ୍ରୀଲଙ୍କାବାସୀ ଥିବା ନେଇ ସୂଚନା ରହିଛି ।

ଓମାନରେ ଏକ ତେଲ ଟ୍ୟାଙ୍କର ବୁଡ଼ିଯିବା ନେଇ ସୂଚନା ମିଳିବା ପରେ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ INS Tegକୁ ଉଦ୍ଧାର ପାଇଁ ପଠାଯାଇଥିଲା । INS Teg ସହିତ ସମୁଦ୍ର ପାଟ୍ରୋଲିଂ ବିମାନ P-8I ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲା । ଓମାନ ଉପକୂଳରେ ବୁଡ଼ି ଯାଇଥିବା କୋମୋରୋସ୍ ଫ୍ଲାଗ୍ କାର୍ଗୋ ଜାହାଜର ନାମ MT ଫାଲକନ୍ ପ୍ରେଷ୍ଟିଜ୍, ଯାହା ଜୁଲାଇ 14 ରେ ରାତି ପ୍ରାୟ 10 ଟାରେ ଓମାନ ଉପକୂଳରେ ବୁ଼ଡ଼ି ଯାଇଥିଲା ।
ଓମାନରେ ଥିବା ଭାରତୀୟ ଦୂତାବାସ ଓମାନ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ରହିଛି । ଜାହାଜର ବୁଡ଼ିଯିବା ବିଷୟରେ ସୂଚନା ପାଇବା ମାତ୍ରେ ଓମାନ ସାମୁଦ୍ରିକ ସୁରକ୍ଷା କେନ୍ଦ୍ର ନାବିକମାନଙ୍କ ପାଇଁ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଜୁଲାଇ 15 ରୁ ଭାରତୀୟ ନୌସେନା ମଧ୍ୟ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟରେ ଯୋଗ ଦେଇଥିଲା।












Click it and Unblock the Notifications