ଖରାପ ରାସ୍ତା ଯୋଗୁଁ ସାଂଘାତିକ ଦୁର୍ଘଟଣା ପାଇଁ ଦାୟୀ ହେବେ ଅଧିକାରୀ: ଏନଏଚଆଇଏ
ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) କହିଛି ଯେ ଖରାପ ସଡ଼କ ଇଞ୍ଜିନିୟରିଂ କାର୍ଯ୍ୟ ର ଫଳସ୍ୱରୂପ ଘଟୁଥିବା କୌଣସି ସାଂଘାତିକ କିମ୍ବା ଗମ୍ଭୀର ଦୁର୍ଘଟଣା ପାଇଁ ଏହା ଅଧିକାରୀମାନଙ୍କୁ ଦାୟୀ କରିବ।
ନୂଆଦିଲ୍ଲୀ: ଖରାପ ସଡ଼କ ଇଞ୍ଜିନିୟରିଂ କାର୍ଯ୍ୟର ଫଳସ୍ୱରୂପ ଘଟୁଥିବା କୌଣସି ବଡ ଦୁର୍ଘଟଣା ପାଇଁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀମାନଙ୍କୁ ଦାୟୀ କରିବ। ଏନଏଚଏଆଇ ଏକ ସର୍କୁଲାର ଜାରି କରିଛି । ଏହି ସର୍କୁଲାରରେ କହିଛି ଯେ ଅସ୍ଥାୟୀ ସାର୍ଟିଫିକେଟ୍ ପ୍ରଦାନ ପ୍ରକ୍ରିୟାରେ ଜଡିତ ଏନଏଚଏଆଇ ପ୍ରତିନିଧିଙ୍କ ଦ୍ୱାରା କର୍ତ୍ତବ୍ୟରେ ଅବହେଳା ପ୍ରତି କର୍ତ୍ତୃପକ୍ଷ ଗମ୍ଭୀର ଦୃଷ୍ଟିକୋଣ ଗ୍ରହଣ କରିଛନ୍ତି । ଯାହା ଦ୍ୱାରା ଚୁକ୍ତିନାମାର ନୀତି ନିର୍ଦ୍ଦେଶାବଳୀ ଏବଂ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଅବମାନନା କରି ଉପଭୋକ୍ତାଙ୍କ ସୁରକ୍ଷା ବିପଦରେ ପଡିଛି।

ପ୍ରାଧିକରଣ କହିବା ଅନୁସାରେ, ପଞ୍ଚ ସୂଚୀରେ ସେହି କାର୍ଯ୍ୟକୁ ସାମିଲ କରାଯିବା ଆବଶ୍ୟକତା ରହିଛି । ଏହି ସୂଚୀର କାର୍ଯ୍ୟଗୁଡିକୁ 30 ଦିନ ଭିତରେ ଶେଷ କରାଯିବା ଦରକାର । କିଛି ଦିନ ପୂର୍ବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏକ ବୟାନରେ କହିଥିଲେ ଯେ କନସଲଟାଣ୍ଟଙ୍କ ପକ୍ଷରୁ ପ୍ରସ୍ତୁତ ବିସ୍ତୃତ ପରିଯୋଜନା ରିପୋର୍ଟରେ ତ୍ରୁଟି ସଡକ ଦୁର୍ଘଟଣାର ଏକ ପ୍ରମୁଖ କାରଣ । ତେଣୁ ଏହାକୁ ସୁଧାରିବାକୁ ଯାଇ ଡିପିଆର ପ୍ରସ୍ତୁତ କରିବା ବେଳେ ଅଧିକ ସତର୍କତା ଆପଣାଇବା ସହିତ ଅନେକ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି।












Click it and Unblock the Notifications