କେବିସିରେ ୫୦ ଲକ୍ଷ ଜିତିଲେ ଚୌଦ୍ୱାରର ପଙ୍କଜିନୀ
କେବିସିରେ ୫୦ ଲକ୍ଷ ଜିତିଲେ ଚୌଦ୍ୱାରର ପଙ୍କଜିନୀ । ରିୟଲିଟି ଶୋ' କୌନ୍ ବନେଗା କରୋଡପତିରେ ଜଲୱା ଦେଖାଇଛନ୍ତି କଟକ ଚୌଦ୍ୱାରର ମହିଳା ବ୍ୟବସାୟୀ ପଙ୍କଜିନୀ ଦାଶ । ୫୦ ଲକ୍ଷ ଟଙ୍କା ଜିତି ସେ କେବିସିରୁ ଓହରି ଯାଇଛନ୍ତି ।
୧ କୋଟି ଟଙ୍କାର ଅନ୍ତିମ ପ୍ରଶ୍ନର ଉତ୍ତର ସେ ଜାଣିଥିଲେ ସୁଦ୍ଧା କୌଣସି ରିସ୍କ ନେବାକୁ ଚାହିଁ ନଥିଲେ । ଏହି ସଫଳତା ପଛରେ ତାଙ୍କ ପରିବାର, ସ୍ବାମୀ ଓ ପୁଅର ବଡ଼ ଭୂମିକା ରହିଥିବା ସେ କହିଛନ୍ତି । ୨୪ ବର୍ଷ ଧରି ସେ ଏହି ଶୋ'ରେ ଭାଗ ନେବାକୁ ପ୍ରୟାସ କରୁଥିବା ବେଳେ ଶେଷରେ ତାଙ୍କର ଇଚ୍ଛା ପୂରଣ ହୋଇଛି । ଶୋ'ର ହୋଷ୍ଟ ଅମିତାଭ ବଚନଙ୍କ ସହ ସିଧାସଳଖ କଥା ହେବାର ସୁଯୋଗ ପାଇବା ଏହି ଲୋକପ୍ରିୟ ଶୋ'ରେ ଭାଗ ନେଇ ସେ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି ।

ତେବେ ପଙ୍କଜିନୀ ଜଣେ ଫାର୍ମାସିଷ୍ଟ ହୋଇଥିବା ବେଳେ ମା' ଶରାଳା ନାମକ ଏକ ମେଡ଼ିକାଲ ଷ୍ଟୋର ଚଳାଉଛନ୍ତି । ପରିବାରର ଦେଖାଶୁଣା କରିବା ସହ ସ୍ୱାମୀ, ପିଲାମାନଙ୍କ ଦାୟିତ୍ୱକୁ ସୁରାରୁ ରୂପେ ତୁଲାଇବା ସହ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ସେ ଲୋକପ୍ରିୟତା ହାସଲ କରିଥିବାରୁ ତାଙ୍କର କାର୍ଯ୍ୟଦକ୍ଷତାକୁ ଅମିତାଭ ବଚନ୍ ସାଧୁବାଦ ଜଣାଇଛନ୍ତି । ଏହି ଶୋ'ରେ ତାଙ୍କ ସହ ତାଙ୍କ ପୁଅ ଅର୍ଜୁନ ଉପସ୍ଥିତ ରହିଥିବା ବେଳେ ଏଥିରେ ଭାଗ ନେବାକୁ ପୁଅର ମଧ୍ୟ ବହୁ ସହଯୋଗ ରହିଥିବା ପଙ୍କଜିନୀ କହିଛନ୍ତି ।












Click it and Unblock the Notifications