ବଜେଟ ୨୦୨୪-୨୫ ରେ ଓଡିଶାକୁ ଗୁରୁତ୍ୱ; ପର୍ଯ୍ୟଟନର ବିକାଶ ପାଇଁ ଆର୍ଥିକ ସହାୟତା, ପୂର୍ବୋଦୟ ବିକାଶରେ ଓଡ଼ିଶା ସାମିଲ୍
ଚଳିତ ବଜେଟ ୨୦୨୪-୨୫ ରେ ଓଡିଶାକୁ ଗୁରୁତ୍ୱ । ରାଜ୍ୟର ପ୍ରକୃତିକ ସୌନ୍ଦର୍ଯ୍ୟକୁ ଗୁରୁତ୍ୱ ଦେଇଛନ୍ତି ମୋଦୀ ସରକାର । ଏହାକୁ ବିଶ୍ୱର ଏକ ମୁଖ୍ୟ ପର୍ଯ୍ୟଟନ ଗନ୍ତବ୍ୟ ସ୍ଥଳ ଭାବେ ପରିଣତ କରିବାକୁ ଦିଆଯିବ ଆର୍ଥିକ ସହାୟତା ଦିଆଯିବାକୁ ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ବିଶେଷ କରି ପ୍ରାକୃତିକ ଶୋଭାରେ ସମୃଦ୍ଧ ଓଡିଶାର ବନ୍ୟପ୍ରାଣୀ ଅଭୟାରଣ୍ୟ ଓ ବେଳାଭୂମି ଗୁଡିକ ପର୍ଯ୍ୟଟନର ମୁଖ୍ୟ ଆଧାର ହୋଇଥିବାରୁ ଏହାକୁ ବିଶେଷ ଗୁରୁତ୍ୱ ଦିଆଯିବ । ଏହାସହ ବିହାରର ନାଳନ୍ଦାକୁ ମଧ୍ୟ ବିଶ୍ୱ ଗନ୍ତବ୍ୟସ୍ଥଳ କରିବାକୁ ବିଶେଷ ଆର୍ଥିକ ସହାୟତା ଦିଆଯିବ ।

ଅନ୍ୟପଟେ ପୂର୍ବାଞ୍ଚଳ ରାଜ୍ୟର ବିକାଶ ପାଇଁ ଆରମ୍ଭ ହେବ ପୂର୍ବୋଦୟ । ପୂର୍ବାଞ୍ଚଳ ରାଜ୍ୟ ସହ ଆଉ ୫ଟି ରାଜ୍ୟ ସାମିଲ ହେବେ । ସ୍କିମରେ ସାମିଲ ହେବେ ଓଡ଼ିଶା, ବିହାର, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ । ସେହିପରି ରାଜ୍ୟରେ ଆଉ ଅନେକ ଗୁରୁତ୍ଵ ବଢ଼ିବ ।
ବଜେଟ୍ ୨୦୨୪ରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା । ନୂଆ ଟିକସ ବ୍ୟବସ୍ଥାରେ ବାର୍ଷିକ ୩ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ନାହିଁ । ୩ ଲକ୍ଷରୁ ୭ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୫ ପ୍ରତିଶତ । ୭ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆକର ୧୦ ପ୍ରତିଶତ ରହିବା ବେଳେ ୧୦ ରୁ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୧୫ ପ୍ରତିଶତ ଏବଂ ୧୨ ରୁ ୧୫ ଲକ୍ଷ ଆୟ ପାଇଁ ଆୟକର ୨୦ ପ୍ରତିଶତ । ୧୫ ଲକ୍ଷରୁ ଅଧିକ ଆୟ ପାଇଁ ବାର୍ଷିକ ଆୟକର ୩୦ ପ୍ରତିଶତ ରହିବା ନେଇ ଘୋଷଣ କରାଯାଇଛି । ପୁରୁଣା ଆୟକର ସ୍ଲାବ ଅପରିବର୍ତ୍ତିତ ରହିଛି ।












Click it and Unblock the Notifications