ସଂସଦରେ କାରଣ କହିଲେ ରେଳମନ୍ତ୍ରୀ; ସିଗନାଲିଂ ସର୍କିଟ ତ୍ରୁଟିରୁ ଘଟିଲା ଦୁର୍ଘଟଣା
ନୂଆଦିଲ୍ଲୀ: ବାଲେଶ୍ବର ବାହାନଗା ଟ୍ରେନ୍ ଟ୍ରାଜେଡିର କାରଣ କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ରାଜ୍ୟସଭାରେ ଏହାର ବିବରଣୀ ପ୍ରଦାନ କରିଛନ୍ତି ରେଳମନ୍ତ୍ରୀ । ସିଗନାଲ୍ ପାଇଁ ଏବେ ବଡ଼ ରେଳ ଦୁର୍ଘଟଣା ଘଟିଛି । ଷ୍ଟେସନର ନର୍ଥ ସିଗ୍ନାଲ୍ ଗୁମଟି ପାଖରେ ସିଗ୍ନାଲିଂ ସର୍କିଟ ପରିବର୍ତ୍ତନରେ ତ୍ରୁଟି ଯୋଗୁ ଟ୍ରେନ ଦୁର୍ଘଟଣାର ଶିକାର ହୋଇଥିଲା ବୋଲି ସେ କହିଛନ୍ତି।
ଇଲେକଟ୍ରି ଲିଫଟିଂ ବାରିୟର ତଥା ELB ପରିବର୍ତ୍ତନ ବେଳେ ହିଁ ଦୁର୍ଘଟଣା ଘଟିଥିବା ଦର୍ଶାଇଛନ୍ତି ରେଳମନ୍ତ୍ରୀ । ସିଗନାଲ-ସାର୍କିଟ-ପରିବର୍ତ୍ତନ ଫଲ୍ଟ ଏବଂ ଇଲେକ୍ଟ୍ରିକ୍ ଲିଫ୍ଟିଙ୍ଗ ବ୍ୟାରିୟରର ସ୍ଥାପନ ସମ୍ବଦ୍ଧିତ ସିଗନାଲ କମ ଫେଲ୍ ଯୋଗୁ ପଛରୁ ଟ୍ରେନ୍ ଧକ୍କା ହୋଇଥିଲା । ଫଳରେ ଟ୍ରେନ ସଂଖ୍ୟା ୧୨୮୪୧କୁ ଭୁଲ ସିଗନାଲ ମିଳିଥିଲା ଏବଂ ଲୁପ୍ ଲାଇନରେ ଛିଡ଼ା ହୋଇଥିବା ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା ।

୪୧ଜଣ ମୃତକଙ୍କ ଏପର୍ଯ୍ୟନ୍ତ ପରିଚୟ ମିଳିପାରିନାହିଁ ବୋଲି ରେଲ ମନ୍ତ୍ରୀ କହିଛନ୍ତି । ତେବେ ଜୁଲାଇ ୧୬ ତାରିଖ ସୁଦ୍ଧା ପ୍ରତ୍ୟେକ ମୃତକଙ୍କ ପରିବାକଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଛି । ଗୁରୁତରଙ୍କୁ ୨ଲକ୍ଷ ଟଙ୍କା ଲେଖାଏଁ ଏବଂ ସାମାନ୍ୟ ଆହତଙ୍କୁ ୫୦ ହଜାର ଟଙ୍କା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୨୯.୪୯ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି ବୋଲି କହିଛନ୍ତି ରେଳମନ୍ତ୍ରୀ।
ଏହି ଅଘଟଣରେ ୨୯୫ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟସଭାରେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଗତ ପାଞ୍ଚ ବର୍ଷରେ ସିଗନାଲ୍ ଫେଲ୍ ର ୧୩ଟି ମାମଲା ସାମ୍ନାକୁ ଆସିଛି । ହେଲେ ଇଲେକ୍ଟ୍ରିକ ସିଗନାଲ ପ୍ରଣାଳୀରେ ଗୋଟିଏ ବି କେସ୍ ସାମ୍ନାକୁ ଆସିନାହିଁ ।
ସିପିଆଇଏମ୍ ସାଂସଦ ଜନ୍ ବ୍ରିଟାସ୍, ଆମ୍ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂ ଏବଂ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ଅଣତାରକା ଚିହ୍ନିତ ପ୍ରଶ୍ନରେ ଲିଖିତ ଉତ୍ତର ଦେଇ ଏହା କହିଛନ୍ତି କେନ୍ଦ୍ର ରଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
ଉଲ୍ଲେଖଥାଉ କି, ଗତ ଜୁନ୍ ମାସ ୨ ତାରିଖରେ ବାଲେଶ୍ୱର ବାହାନଗାରେ ଏହି ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଥିଲା । ସାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍ ମାଲଗାଡ଼ି ଉପରେ ଚଢ଼ି ଯାଇଥିଲା । ଠିକ୍ ସେହି ସମୟରେ ଆସୁଥିବା ବାଙ୍ଗାଲୁରୁ-ହାୱାଡ଼ା ୟେଶବନ୍ତପୁର ଏକ୍ସପ୍ରେସ୍ର ଉପରେ ପଡ଼ିଥିଲା କରମଣ୍ଡଳ ଏକ୍ସପ୍ରେସ୍ । ଏହି ଭୟଙ୍କର ଦୁର୍ଘଟଣାରେ ୨୯୫ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଏହି ଘଟଣା ସମଗ୍ର ଦେଶରେ ଆଲୋଡନ ଖେଳାଇ ଦେଇଥିଲା ।












Click it and Unblock the Notifications