Get Updates
Get notified of breaking news, exclusive insights, and must-see stories!

କରମଣ୍ତଳ ଟ୍ରାଜେଡି:ପାଣି ବି ଲାଗୁଥିଲା ରକ୍ତ ପରି:ଏନଡିଆରଏଫ୍ ଯବାନ

କରମଣ୍ତଳ ଟ୍ରାଜେଡି:ବାହାନଗା ଟ୍ରେନ୍ ଦୁର୍ଘଟଣା ସ୍ଥଳରୁ ଭାଇରାଲ ହେଉଥିବା ଫଟୋ ଭିଡିଓ ଆଜି ସାରା ଦେଶକୁ ଆଶ୍ଚର୍ଯ୍ୟ କରିଦେଉଛି । ଏପରି ଦୃଶ୍ୟ ଯାହାକୁ ଦେଖିବା କଷ୍ଟକର । ହେଲେ ଛାତିକୁ ପଥର କରି ସାହସୀକତା ଦେଖାଇଥିଲା ଏନଡିଆରଏଫ୍ ଟିମ୍ । ହାତ, ଗୋଡ ନଥିବା କୁଢ କୁଢ ମର ଶରୀରକୁ ସାମ୍ନାରେ ଦେଖି ମଧ୍ୟ ବିଚଳି ହୋଇ ପଡି ନଥିଲେ ଏବି ଯବାନ ମାନେ ।

କଷ୍ଟକର ପରିସ୍ଥିତିରେ ଉଦ୍ଧାରକାର୍ଯ୍ୟକୁ ଶେଷ କରିଥିଲେ ଏମଡିଆରଏଫ୍ ଟିମର ସାହାସୀ ଯବାନମାନେ । ପ୍ରାୟ ୫୦ ଘଣ୍ଟା ଧରି ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଥିଲା ପୁରା ଏନଡିଆରଏଫ୍ ଟିମ୍ । ଲଗାତାର ମୃତାହାତଙ୍କୁ ଉଦ୍ଧାର କରିବାରେ ନିୟୋଜିତ ଥିଲେ ଟିମ୍ ।

NDRF Jawans

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ବାଲେଶ୍ୱର ରେଶ ଦୁର୍ଘଟଣାରେ 288 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 900 ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଘଟଣାର ତୁରନ୍ତ ପରେ ଏନଡିଆରଏଫ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା, କିନ୍ତୁ ସେଠାକାର ଏପରି ଭୟଙ୍କର
ସ୍ଥିତିର ପ୍ରଭାବ ପ୍ରତ୍ୟେକ ଯବାନ ଉପରେ ପଡିଛି ।

ଏନଡିଆରଏଫ ମହାନିର୍ଦ୍ଦେଶକ ଅତୁଲ କରୱାଲଙ୍କ ସୂଚନା ଅନୁସାରେ, ନିକଟରେ ସେ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଥିବା ଯବାନମାନଙ୍କୁ ଭେଟିଥିଲେ। ଯାହା ମଧ୍ୟରୁ ଜଣେ ଯବାନ କହିଖିଲେ, ସେ ପାଣିକୁ ରକ୍ତ ଭାବି ଭୟବିତ ହୋଇ ପଡିଥିଲେ ହେଲେ ଏହା ତଙ୍କାର ଭ୍ରମ ଥିଲା । ତାଙ୍କର ମାନସିକ ସ୍ଥିତି ଠିକ୍ ନଥିଲା । ସେହିପରି ଆଉ ଜଣେ ଯବାନଙ୍କୁ କିଛି ଦିନ ଭୋକ ହିଁ ଲାଗି ନଥିଲା ।

ସୂଚନାଥାଉ ଯେ, ଏହି ଘଟଣା ପରେ କଟକ ଏସସିବିର ଏକ ମନୋବୈତଜ୍ଞାନିକ ଟିମର ମାନସିକ ସ୍ଥିତିର ଯାଞ୍ଚ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଯବାନ ମାନଙ୍କ ସାହସ ବଢାଇଛନ୍ତି । ଏହି ଘଟଣାରେ ଏନଡିଆରଏଫର ମୋଟ୍ ୯ଟି ଟିମ୍ ନିୟୋଜିତ ଥିଲେ । ଏହାପୂର୍ବରୁ ତୁର୍କୀରେ ହୋଇଥିବା ଭୟଙ୍କର ଭୂକମ୍ପ ପରେ ଏନଡିଆରଏଫ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ । ଯେଉଁଠି ପ୍ରାୟ ୫୦ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+