Get Updates
Get notified of breaking news, exclusive insights, and must-see stories!

Republic Day 2025: ସେବା ପାଇଁ ସମ୍ମାନ: ଓଡ଼ିଶାରୁ ୫ ଜଣଙ୍କୁ ରାଷ୍ଟ୍ରପତି ପୁରସ୍କାର, ରାଜ୍ୟରୁ ମୋଟ ୨୯

ଗଣତନ୍ତ୍ର ଦିବସ ୨୦୨୫ରେ ସମ୍ମାନୀତ ହେବେ ପୋଲିସ ଅଧିକାରୀ । ପୋଲିସ, ଅଗ୍ନିଶମ, ହୋମଗାର୍ଡ, ସିଭିଲ ଡିଫେନ୍ସ ସେବାରେ ନିୟୋଜିତ ଅଧିକାରୀଙ୍କ ମଧ୍ୟରେ ଦେଶର ୯୪୨ ଜଣ କର୍ମଚାରୀଙ୍କୁ ପୁରସ୍କାର ପ୍ରଦାନ କରାଯିବ । ସେମାନଙ୍କ ମଧ୍ୟରେ ରାଜ୍ୟରୁ ୧୯ ଜଣ ପୋଲିସ ବିଭାଗ, ଅଗ୍ନିଶମ ବିଭାଗରେ ୫ ଜଣଙ୍କୁ, ସିଭିଲ ଡିଫେନ୍ସ ବିଭାଗରେ ୩ ଜଣଙ୍କୁ ଓ କଏଦୀ ଓ କାରାଗାର ସୁଧାର କ୍ଷେତ୍ରରେ ୨ଜଣଙ୍କୁ ସମ୍ମାନୀତ କରାଯିବ ।

ରାଜ୍ୟର କାହାକୁ ମିଳିବ କେଉଁ ପୁରସ୍କାର:

ଉଲ୍ଲେଖନୀୟ ସେବା ପାଇଁ ରାଜ୍ୟର ୨୯ ଜଣଙ୍କୁ ମିଳିବ ପୁରସ୍କାର । ସେମାନଙ୍କ ମଧ୍ୟରୁ ୫ ଜଣ ରାଷ୍ଟ୍ରପତି ପୁରସ୍କାରରେ ସମ୍ମାନୀତ ହେବେ । ସେହିଭଳି ୬ ଜଣ ପୋଲିସ କର୍ମଚାରୀଙ୍କୁ ସାହସିକତା କ୍ଷେତ୍ରରେ ସମ୍ମାନୀତ କରାଯିବ ଓ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୧୧ ଜଣଙ୍କୁ ମିଳିବ ପୁରସ୍କାର ।ପୋଲିସ ସେବା ବିଭାଗରେ ୨ଜଣଙ୍କୁ, ଅଗ୍ନିଶମ ସେବା ବିଭାଗରେ ଜଣଙ୍କୁ ଓ ହୋମଗାର୍ଡ ଓ ସିଭିଲ ଡିଫେନ୍ସ ବିଭାଗରେ ୨ ଜଣଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯିବ ।

Republic Day 2025

ଓଡ଼ିଶାର ୫ ଜଣଙ୍କୁ ରାଷ୍ଟ୍ରପତି ପୁରସ୍କାର:
ଦେଶର ମୋଟ ୧୦୧ ଜଣଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯାଉଥିବା ବେଳେ ସେମାନଙ୍କ ମଧ୍ୟରେ ୫ ଜଣ ଓଡ଼ିଶାର ରହିଛନ୍ତି । ସେମାନେ ହେଲେ

ପୋଲିସ ସେବା ବିଭାଗ

୧.ସରୋଜ କୁମାର ସାମଲ (ସୁପରିଣ୍ଟେଡେଣ୍ଟ ଅଫ ପୋଲିସ)

୨.ସତ୍ୟବାଦୀ ମଲ୍ଲିକ (କନଷ୍ଟେବଳ)

ଅଗ୍ନିଶମ ବିଭାଗ

୧.ଭ୍ରମରବର ସେଠ୍ (ଲିଡିଂ ଫାୟାରମ୍ୟାନ)

ହୋମଗାର୍ଡ ଓ ସିଭିଲ ଡିଫେନ୍ସ ବିଭାଗ

୧.ପ୍ରମୋଦ କୁମାର ରାଉତ( ସିଭିଲ ଡିଫେନ୍ସ ଭଲ୍ୟୁଣ୍ଟର)

୨. ସୌଭାଗ୍ୟ ପ୍ରଧାନ (ହୋମଗାର୍ଡ କମ୍ପାନୀ କମାଣ୍ଡର)

ଉଲ୍ଲେଖନୀୟ ସେବା ପାଇଁ ପଦକ:
ଉଲ୍ଲେଖନୀୟ ସେବା ପାଇଁ ଦେଶର ୭୪୬ ଜଣଙ୍କୁ ସମ୍ମାନୀତ କରାଯିବ । ସେମାନଙ୍କ ମଧ୍ୟରୁ ଓଡ଼ିଶାର ପୋଲିସ ସେବା ବିଭାଗରେ ୧୧ ଜଣ, ଅଗ୍ନିଶମ ବିଭାଗରେ ୪ଜଣ, ସିଭିଲ ଡିଫେନ୍ସ ବିଭାଗରେ ଜଣଙ୍କୁ ଓ କଏଦୀ ଓ କାରାଗାର ବିଭାଗରେ ୨ ଜଣଙ୍କୁ ପୁରସ୍କୃତ କରାଯିବ ।

ପୋଲିସ ସେବା ବିଭାଗରେ

୧.ପାରିତୋଷ ମଣ୍ଡଳ (କନଷ୍ଟେବଳ)

୨.ଏସକେ ଅବଦୁଲ ଫାୟାଜ(ସବ- ଇନ୍ସପେକ୍ଟର)

୩.ମହମ୍ମଦ ତୋଶିଫ ରବାନୀ(କନଷ୍ଟେବଳ)

୪. ତ୍ରିଲୋଚନ ବୁଢିଆ (କନଷ୍ଟେବଳ)

୫. ଶରତ ଚନ୍ଦ୍ର ବେହେରା (ଆସିସଷ୍ଟାଣ୍ଡ ସବ- ଇନ୍ସପେକ୍ଟର)

୬.ତେଜ ବାହାଦୂର ଗୁରୁଙ୍ଗ (ଆସିସଷ୍ଟାଣ୍ଡ ସବ- ଇନ୍ସପେକ୍ଟର

୭.ଅତୁଳ କୁମାର ବିଶ୍ୱାଳ (ହାବିଲଦାର)

୮. ଜୟନ୍ତୀ ସୁନା (ହାବିଲଦାର)

୯.ମନୋଜ କୁମାର ଜେନା (ହାବିଲଦାର)

୧୦.ନରେଶ କୁମାର ଚୌଧୁରୀ (କନଷ୍ଟେବଳ)

୧୧.ଦେବପ୍ରସାଦ ମହାନ୍ତି (ହାବିଲଦାର)

ଅଗ୍ନିଶମ ବିଭାଗରେ

୧.ପ୍ରଶାନ୍ତ କୁମାର ସାହୁ (ଫାୟାରମ୍ୟାନ)

୨.ବିଶ୍ୱ ରଞ୍ଜନ ଭୋଇ (ଫାୟାରମ୍ୟାନ)

୩.ଅଭିମନ୍ୟୁ ପ୍ରଧାନ(ଫାୟାରମ୍ୟାନ)

୪.ନାଗେନ୍ଦର କୁମାର ଭଳ (ଫାୟାରମ୍ୟାନ)

ସିଭିଲ ଡିଫେନ୍ସ ବିଭାଗରେ

୧.ସଞ୍ଜିବ କୁମାର ନାଏକ (ସିଭିଲ ଡିଫେନ୍ସ ଭଲ୍ୟୁମଣ୍ଟର)

କଏଦୀ ଓ କାରାଗାର ସୁଧାର ବିଭାଗରେ

୧.କୁଆଁର ମାରାଣ୍ଡି (ବରିଷ୍ଠ ସୁପରିଟେଣ୍ଟିଏଣ୍ଟ)

୨.ସୁଚିତ୍ରା ଦାସ (ସୁପରିଟେଣ୍ଟିଏଣ୍ଟ)

ସାହସିକତା ପୁରସ୍କାର:
ସେହିଭଳି ଦେଶର ୯୫ଜଣଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରାଯିବା ବେଳେ ଓଡ଼ିଶାର ପୋଲିସ ସେବା କ୍ଷେତ୍ରରେ ୬ ଜଣଙ୍କୁ ମିଳିବ ଏହି ପଦକ ।

ପୋଲିସ ସେବା ବିଭାଗ

୧. ଗିରିଶ ଚନ୍ଦ୍ର ମାଝୀ (ସବ- ଇନ୍ସପେକ୍ଟର)

୨.ପବିତ୍ର କୁମାର ସାହୁ (ହାବିଲଦାର)

୩.ଉମେଶ ମୁଣ୍ଡା (ହାବିଲଦାର)

୪. ପିତାମ୍ବର ସତନାମୀ (କନଷ୍ଟେବଳ)

୫. କବି ଚନ୍ଦ୍ର ରାଉତ(କନଷ୍ଟେବଳ)

୬. ସୁଶାନ୍ତ କୁମାର ସାଗର (କନଷ୍ଟେବଳ)

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+