Get Updates
Get notified of breaking news, exclusive insights, and must-see stories!

ଗୋହାଟ୍ଟିରେ ଆୟୋଜିତ ‘ଓଡ଼ିଶା ପରବ ୨୦୨୬' ସଫଳତାର ସହ ସମାପ୍ତ, ଉତ୍ତର-ପୂର୍ବ ଭାରତ ସହ ସାଂସ୍କୃତିକ, ପର୍ଯ୍ୟଟନ ଓ ବ୍ୟବସାୟିକ ସହଯ

ଗୋହାଟ୍ଟି, ୧ ଫେବୃଆରୀ ୨୦୨୬: ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଗୋହାଟ୍ଟିର ରାଡିସନ୍ ବ୍ଲୁ ହୋଟେଲରେ ଆୟୋଜିତ 'ଓଡ଼ିଶା ପରବ ୨୦୨୬' ସଫଳତାର ସହିତ ସମାପ୍ତ ହୋଇଛି। ତିନି ଦିନ ଧରି ଆୟୋଜିତ ଏହି କାର୍ଯ୍ୟକ୍ରମ ଓଡ଼ିଶା ଓ ଉତ୍ତର-ପୂର୍ବ ଭାରତ ମଧ୍ୟରେ ସାଂସ୍କୃତିକ ସମ୍ପର୍କ, ପ୍ରବାସୀ ସଂଯୋଗ ଏବଂ ପର୍ଯ୍ୟଟନ-ବ୍ୟବସାୟିକ ସହଯୋଗକୁ ଆହୁରି ମଜବୁତ କରିଛି।

Odisha Parava 2026

କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଓଡ଼ିଆ ପ୍ରବାସୀ ସମ୍ମିଳନୀ, G2B ଓ B2B ବୈଠକ ଏବଂ ଓଡ଼ିଶା ପର୍ଯ୍ୟଟନ ରୋଡ଼ଶୋ ଆୟୋଜିତ ହୋଇଥିଲା। ଏହି ଅବସରରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଆସାମ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସେଚନ ମନ୍ତ୍ରୀ ଶ୍ରୀ ଅଶୋକ ସିଂଘାଲ, ପର୍ଯ୍ୟଟନ ବିଭାଗର କମିଶନର ଓ ସଚିବ ଶ୍ରୀ ବଲୱନ୍ତ ସିଂଘ ସହ ଦୁଇ ରାଜ୍ୟର ବରିଷ୍ଠ ଅଧିକାରୀ ଓ ଓଡ଼ିଆ ପ୍ରବାସୀମାନେ ଉପସ୍ଥିତ ଥିଲେ।

ଉପମୁଖ୍ୟମନ୍ତ୍ରୀ ତାଙ୍କ ଉଦବୋଧନରେ କହିଥିଲେ ଯେ, ଓଡ଼ିଶା ପରବ ଓଡ଼ିଆ ପ୍ରବାସୀମାନଙ୍କୁ ରାଜ୍ୟର ସଂସ୍କୃତି, ପରିଚୟ ଓ ବଢ଼ୁଥିବା ପର୍ଯ୍ୟଟନ ସୁଯୋଗ ସହ ପୁନଃ ସଂଯୋଗ କରାଇବାର ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ। ସେ ପ୍ରବାସୀମାନଙ୍କୁ ଓଡ଼ିଶାର ସାଂସ୍କୃତିକ ରାଜଦୂତ ଭାବେ ଆହ୍ୱାନ କରିଥିଲେ।

ଆସାମର ମନ୍ତ୍ରୀ ଏହି ପଦକ୍ଷେପକୁ ପ୍ରଶଂସା କରି ଓଡ଼ିଶା ଓ ଉତ୍ତର-ପୂର୍ବ ରାଜ୍ୟମାନଙ୍କ ମଧ୍ୟରେ ସାଂସ୍କୃତିକ ଓ ପର୍ଯ୍ୟଟନ ସହଯୋଗକୁ ଆହୁରି ଦୃଢ଼ କରିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ।

G2B ବୈଠକରେ ନିବେଶକମାନେ ଓଡ଼ିଶାର ପର୍ଯ୍ୟଟନ ଓ ହସ୍ପିଟାଲିଟି କ୍ଷେତ୍ରରେ ନିବେଶ ପ୍ରତି ଆଗ୍ରହ ପ୍ରକାଶ କରିଥିବା ବେଳେ, B2B ବୈଠକରେ ଆସାମ ଓ ଉତ୍ତର-ପୂର୍ବର ପର୍ଯ୍ୟଟନ ଶିଳ୍ପ ସହ ଭବିଷ୍ୟତ ସହଯୋଗ ନେଇ ଆଲୋଚନା ହୋଇଥିଲା।

ତିନି ଦିନ ଧରି ଆୟୋଜିତ ପ୍ରଦର୍ଶନୀ, ପର୍ଯ୍ୟଟନ ପେଭିଲିଅନ୍ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର କଳା, ହସ୍ତଶିଳ୍ପ, ହସ୍ତତନ୍ତ୍ର, ଖାଦ୍ୟ ଓ ପର୍ଯ୍ୟଟନ ଗନ୍ତବ୍ୟଗୁଡ଼ିକୁ ବ୍ୟାପକ ଭାବେ ପ୍ରଦର୍ଶନ କରାଯାଇଥିଲା।

ଓଡ଼ିଶା ପରବ, ଗୋହାଟ୍ଟିଟି ଏକ ସାଂସ୍କୃତିକ ଉତ୍ସବ ସହିତସହିତ ପର୍ଯ୍ୟଟନ ପ୍ରଚାର, ପ୍ରବାସୀ ସଂଯୋଗ ଓ ବ୍ୟବସାୟିକ ସହଯୋଗ ପାଇଁ ଏକ ଦୃଢ଼ ଏବଂ ପ୍ରଭାବଶାଳୀ ମଞ୍ଚ ଭାବେ ଉଭୟ ରାଜ୍ୟରେ ଓଡ଼ିଶାର ଉପସ୍ଥିତିକୁ ସୁଦୃଢ଼ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+