ଝାଡ଼ଖଣ୍ଡରେ ଓଡ଼ିଶା ସାଂସଦଙ୍କ ଦବଦବା, ୩୦ ଆସନରୁ ୧୬ ଜିତାଇଲେ
ରାଞ୍ଚି: ଝାଡ଼ଖଣ୍ଡର JMM ସରକାର ପୁଣି ବାଜିମାତ ପରେ ଏବେ ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ। କୁହାଯାଉଛି କଳ୍ପନା ସୋରେନଙ୍କ ଭିନ୍ନ ରଣନୀତି ହିଁ JMM କୁ ପୁଣି ଥରେ କ୍ଷମତାକୁ ଆଣିବାରେ ସଫଳ ହୋଇଛି। ଏପରିକି ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ତାଙ୍କ ନିଆରା ପ୍ରଚାର ହିଁ ଭାଜପାକୁ ଚକମା ଦେବାରେ ସଫଳ ହୋଇଛି, ଅନ୍ୟପଟେ ଝାଡ଼ଖଣ୍ଡ ନିର୍ବାଚନରେ ଦବ୍ଦବା ଦେଖାଇଲେ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ।
ବରିଷ୍ଠ କଂଗ୍ରେସ ନେତା ସଚିନ୍ ପାଇଲଟ୍ ଝାଡ଼ଖଣ୍ଡ କଂଗ୍ରେସର ପ୍ରଭାରୀ ଥିବା ବେଳେ ସପ୍ତଗିରି ସହପ୍ରଭାରୀ ଭାବେ କାମ କରୁଥିଲେ । ଦୀର୍ଘଦିନ ହେବ ଝାଡ଼ଖଣ୍ଡରେ ରହି ଦଳ ପାଇଁ ନୀତି ନିର୍ଦ୍ଧାରଣ କରୁଥିଲେ । ଦଳ କେମିତି ଅଧିକ ଆସନ ହାତେଇବ, ସେ ନେଇ ରଣନୀତି ପ୍ରସ୍ତୁତ କରିଥିଲେ ।

ଝାଡ଼ଖଣ୍ଡରେ କଂଗ୍ରେସକୁ ଇଣ୍ଡିଆ ମେଣ୍ଟ ପକ୍ଷରୁ ୩୦ଟା ସିଟ୍ ମିଳିଥିଲା । ସେଥିରୁ ୧୬ଟି ସିଟ୍ ଜିତାଇବାରେ ସପ୍ତଗିରିଙ୍କ ପ୍ରମୁଖ ଭୂମିକା ରହିଥିବା ବରିଷ୍ଠ କଂଗ୍ରେସ ନେତା କହିଛନ୍ତି । ଏହା ଦ୍ୱାରା ଦଳରେ ତାଙ୍କ ଦବ୍ଦବା ବଢ଼ିବ ।












Click it and Unblock the Notifications