ରାଜ୍ୟ ସରକାର ପାଳନ କରିବେ ରଜ, ଉକୃଷ୍ଟ କିଶୋରୀ ସୁଭଦ୍ରା ଦିବସ ନାଁରେ ପାଳିତ ହେବ ରଜ
ଓଡ଼ିଶାର ଅନ୍ୟତମ ଲୋକପ୍ରିୟ ଗଣପର୍ବ 'ରଜ' ଚଳିତ ବର୍ଷ ନିଆରା ଢଙ୍ଗରେ ପାଳନ ହେବାକୁ ଯାଉଛି। ପ୍ରଥମ ଥର ପାଇଁ ରାଜ୍ୟ ସରକାର ରଜ ପର୍ବକୁ ନିଆରା କରିବାକୁ ଯାଉଛନ୍ତି। ଏନେଇ ସରକାର ଆଜି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ଦିନକ ପରେ ରଜ ପାଳନ ହେବ। ଏଥି ପାଇଁ ରାତି ପାହିଲେ ସଜବାଜ ଚାଲିବ। ରାଜ୍ୟରେ ଆସନ୍ତା ୧୪ ତାରିଖ (ଶନିବାର) ପହିଲି ରଜ ପାଳନ ହେବ। ତେଣୁ ଆଜି ରାଜ୍ୟ ସରକାର ଏହି ବର୍ଷ ରଜ କିଛି ଭିନ୍ନ ଧରଣର କରିବାକୁ ଯୋଜନା କରିଛନ୍ତି।
ସରକାରୀସ୍ତରରେ ଏଥର ରଜ ପାଳନ ହେବ। ସରକାର ଏନେଇ ବିଧିବଦ୍ଧ ନିଷ୍ପତ୍ତି ନେଇଛନ୍ତି। 'ଉକୃଷ୍ଟ କିଶୋରୀ ସୁଭଦ୍ରା ଦିବସ 'ନାଁରେ ଚଳିତ ବର୍ଷ ରଜ ପାଳିତ ହେବ। ଏନେଇ ସବୁ ଜିଲ୍ଲାର ସମାଜ ମଙ୍ଗଳ ଅଧିକାରୀଙ୍କୁ ଚିଠି ଲେଖାଯାଇଛି। ଏହି ଚିଠିରେ ଏସ୍ପି ଜାରି କରାଯାଇଛି। ଉକୃଷ୍ଟ କିଶୋରୀ ସୁଭଦ୍ରା ଦିବସ ନାଁରେ ପାଳିତ ହେବ ଚଳିତ ବର୍ଷ ରଜ। ଏନେଇ ସବୁ ଜିଲ୍ଲାର ସମାଜ ମଙ୍ଗଳ ଅଧିକାରୀଙ୍କୁ ଚିଠି ଲେଖାଯାଇଛି।

ତୁରନ୍ତ ଏନେଇ ପ୍ରସ୍ତୁତି ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ପୌରାଞ୍ଚଳରେ ଏହି କାର୍ଯ୍ୟକ୍ରମ ହେବ। କିଶୋରୀମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ହେବ। ଏନେଇ ଏସଓପି ଜାରି କରାଯାଇଛି। ପ୍ରତି ଉତ୍ସବ ଲାଗି ୩୩ ହଜାର ଟଙ୍କା ଲେଖାଏଁ ଅନୁଦାନ ଦିଆଯାଇଛି। କାର୍ଯ୍ୟକ୍ରମରେ ବିଭିନ୍ନ ପିଠାପଣା, ପ୍ରତିଯୋଗିତା କରାଯିବ।












Click it and Unblock the Notifications