ନଭେମ୍ୱର ୨୨ରୁ ଦିଲ୍ଲୀରେ ଆରମ୍ଭ ହେବ ଓଡ଼ିଶା ପର୍ବ ୨୦୨୪

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୨୨ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେବ ତିନିଦିନିଆ ଓଡ଼ିଶା ପର୍ବ-୨୦୨୪ । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ଉଦ୍‌ଘାଟନ କରିବାକୁ ଥିବାବେଳେ ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ଦିଲ୍ଲୀସ୍ଥିତ ଏନ୍‌ଜିଓ ଓଡିଆ ସମାଜ ପକ୍ଷରୁ ଏହା ଆୟୋଜନ କରାଯାଉଛି । ଏହାର ଅଧ୍ୟକ୍ଷ ସିଦ୍ଧାର୍ଥ ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ୨୦୧୭ରେ ଦିଲ୍ଲୀରେ ପ୍ରଥମ ଥର ପାଇଁ ଓଡିଶା ପର୍ବ ଇଣ୍ଡିଆ ଗେଟ୍‌ ଠାରେ ଆରମ୍ଭ ହୋଇଥିଲା ।

odisha parba

ଦିଲ୍ଲୀର ଜବାହରଲାଲ ନେହରୁ ଷ୍ଟାଡିୟମଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ପର୍ବରେ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା, ସଙ୍ଗୀତ, ନୃତ୍ୟ, ପାରମ୍ପରିକ ଖାଦ୍ୟ, ହସ୍ତତନ୍ତ ଓ ହସ୍ତଶିଳ୍ପର ଏକ ଚମତ୍କାର ସଙ୍ଗମ ଦେଖିବାକୁ ମିଳିବ । ଏହି ପର୍ବରେ ଦିଲ୍ଲୀର ସମସ୍ତ ପ୍ରବାସୀ ଓଡ଼ିଆ ସଂଗଠନ ଯୋଗଦେବେ ବୋଲି ରବିବାର ହୋଜଖାସସ୍ଥିତ ଜଗନ୍ନାଥ ମନ୍ଦିରଠାରେ ଅନୁଷ୍ଠିତ ଏକ ପ୍ରସ୍ତୁତି କାର୍ଯ୍ୟକ୍ରମରେ ସେ ସୂଚନା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+