ଭାରତୀୟ ହକି ଟିମକୁ ସମ୍ୱର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ଦମଦାର ପ୍ରଦର୍ଶନ କରି ଇତିହାସ ରଚିଛି । ହକି କଥା ଉଠିଲେ ଓଡିଶା ବା କେମିତି ପଛରେ ରହିବ । ଯେଉଁ ଓଡିଶା ହକିକୁ ଏତେ ଆଗକୁ ନେଇ ସେହି ଓଡିଶା ଆଜି ଦିନ ପ୍ରାୟ ୧୨ ଟା ୩୦ ମିନିଟ ସମୟରେ ପ୍ୟାରିସ ଅଲିମ୍ପିକ୍ସରେ କାଂସ୍ୟ ଜିତିଥିବା ଭାରତୀୟ ଦଳକୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ ଜଣାଇଛି । ପ୍ୟାରିସ ଅଲିମ୍ପିକ୍ସରେ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ହକି ଟିମ ଆଜି ଓଡ଼ିଶା ଆସିଛନ୍ତି। ହକି ଟିମ ପାଇଁ ଓଡ଼ିଶା ସରକାର ଭବ୍ୟ ସମ୍ବର୍ଦ୍ଧନା ସମାରୋହ ଆୟୋଜନ କରିଥିଲେ।
ଭାରତୀୟ ହକି ଟିମ ପ୍ରଥମେ ଭୁବନେଶ୍ୱରେ ବିଶାଳ ରୋଡ ଶୋ' ଜରିଆରେ ଏୟାରପୋର୍ଟରୁ କଳିଙ୍ଗ ଷ୍ଟାଡିୟମ ଯାଏ ଆସିଥିଲା। କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେମାନଙ୍କୁ ସ୍ୱତନ୍ତ୍ର ଭାବେ ସ୍ୱାଗତ କରିଥିଲେ। ସେମାନଙ୍କ ସହ ଫଟୋ ଉଠାଇଥିଲେ। ଏହି ସମୟରେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ଉପସ୍ଥିତ ରହିଥିଲେ।

ସନ୍ଧ୍ୟାରେ ହକି ଖେଳାଳିଙ୍କୁ ଲୋକସଭା ଭବନରେ ମଧ୍ୟ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧନା କରିଛନ୍ତି। ପ୍ୟାରିସ ଅଲିମ୍ପିକ୍ସରେ କାଂସ୍ୟ ବିଜେତା ହକି ଦଳ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ବିଜୟୀ ଟିମର ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଟଙ୍କା ଓ ସହାୟକ ଷ୍ଟାଫଙ୍କୁ ୧୦ଲକ୍ଷ ଟଙ୍କା ଆର୍ଥିକ ପୁରସ୍କାର ମିଳିବ । ସେହିପରି ଓଡ଼ିଆ ପୁଅ ଅମିତ ରୋହିଦାସଙ୍କ ପାଇଁ ସ୍ଵତନ୍ତ୍ର ଆର୍ଥିକ ପୁରସ୍କାର ଘୋଷଣା କରାଯାଇଛି। ଅମିତ ରୋହିଦାସଙ୍କୁ ୪ କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ।












Click it and Unblock the Notifications