ଆରମ୍ଭରୁ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ୧୨ଟା ୨୫ ମିନିଟ୍ ଯାଏଁ ଗୃହ ମୁଲତବି
Odisha Assembly Winter Session: ଶୀତକାଳୀନ ଅଧିବେଶନ ଆରମ୍ଭରୁ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଛି । ଗୃହର ମଧ୍ୟଭାଗକୁ ଆସି ବିରୋଧୀ ସଦସ୍ୟ ହଟ୍ଟଗୋଳ ଓ ନାରାବାଜି କରିବା ଆରମ୍ଭ କରିଥିଲେ । ଅନାହାର ମୃତ୍ୟୁ ପ୍ରସଙ୍ଗକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟ ଗୃହର ହଟ୍ଟଗୋଳ କରିଥିଲେ। ଯାହା ପରେ ବାଚସ୍ପତି ସୁରମା ପାଢୀ ଗୃହକୁ ୧୨ଟା ୨୫ ମିନିଟ୍ ଯାଏଁ ଗୃହକୁ ମୁଲତବି ନେଇ ଘୋଷଣା କରିଛନ୍ତି ।













Click it and Unblock the Notifications