Odisha Election: 'ମୁଁ ଆପଣଙ୍କ ମୁଖ୍ୟମନ୍ତ୍ରୀ ଭଳି ନୁହେଁ, ଓଡ଼ିଆରେ ଚିଠିର ଉତ୍ତର ଦେବି, ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି
ସମସ୍ତଙ୍କ ଠାରୁ ଫଟୋ ଆଣି ଦିଅ । ସେ ଯୁବକ ଜଣଙ୍କଠୁ ବି ଆଣି ଦିଅ । ସେ ମାଙ୍କ ଠୁ ବି ଆଣିଦିଅ ଫଟୋ । ପଛରେ ସମସ୍ତେ ଠିକଣା ଲେଖନ୍ତୁ, ମୁଁ ଆପଣଙ୍କୁ ମେସେଜ କରିବି । ଚିଠି ପଠେଇବି । 'ମୁଁ ଆପଣଙ୍କ ମୁଖ୍ୟମନ୍ତ୍ରୀ ଭଳି ନୁହେଁ, ଓଡ଼ିଆରେ ଚିଠିର ଉତ୍ତର ଦେବି । ସଭାରେ ଏପରି କହିଥିଲେ ମୋଦି ।
ସଭାରେ ଥିବା ଲୋକମାନେ ଯେଉଁ ମାନେ ମୋଦୀଙ୍କ ଚିତ୍ର ଆଙ୍କି ଆଣିଥିଲେ, ମୋଦି କମାଣ୍ଡୋ ମାନଙ୍କୁ କହି ସେ ସବୁ ସଂଗ୍ରହ କରିଥିଲେ । ଆଉ ଚିଠି ଲେଖିବେ ବୋଲି କହିଥିଲେ ।
ନିଜକୁ ପ୍ରଭୁ ଜଗନ୍ନାଥଙ୍କ ପୁଅ କହିଲେ ପ୍ରଧାନମନ୍ତ୍ରୀ ମୋଦୀ । ବ୍ରହ୍ମପୁର ସଭାରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଜୟ ଜଗନ୍ନାଥ, ଜୟ ଶ୍ରୀରାମ କହି ଭାଷଣ ଆରମ୍ଭ କରିଥିଲେ ମୋଦି ।

ଅଧିକରୁ ଅଧିକ ଘରକୁ ଯିବାକୁ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି ମୋଦି । ମୋଦି ଜୟ ଜଗନ୍ନାଥ ଜଣାଇଥିବା, ପ୍ରତି ଘରକୁ ଯାଇ ଜଣାନ୍ତୁ ବୋଲି ସେ କହିଛନ୍ତି । ଆପଣ ଜୟ ଜଗନ୍ନାଥ କହିଲେ, ସେମାନେ ମୋତେ ଆଶୀର୍ବାଦ ଦେବେ । ସେମାନେ ମୋତେ ଆଶୀର୍ବାଦ କଲେ, ମୋର ତାକତ ବଢ଼ିଯିବ । ମୋର ତାକତ ବଢ଼ିଲେ, ପୁଣି ଥରେ ଆସିବ ମୋଦି ସରକାର ବୋଲି ସେ କହିଛନ୍ତି ।
ବିଜେପି ସରକାର ମହିଳା ସଶକ୍ତୀକରଣ ପାଇଁ ପ୍ରତିବଦ୍ଧ ବୋଲି ସେ କହିଛନ୍ତି । ସୁଭଦ୍ରା ଯୋଜନା ଓଡ଼ିଶାର ମହିଳାଙ୍କୁ ଆର୍ଥିକ ଭାବେ ସଶକ୍ତ କରିବ । ଓଡ଼ିଶାରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବ ବିଜେପି ସରକାର ।












Click it and Unblock the Notifications