ଜାମ୍ମୁ କାଶ୍ମୀରରେ ବାଦଲଫଟା ବର୍ଷାରେ ଓଡ଼ିଆ ଯବାନ ଶହୀଦ
ଜମ୍ମୁ-କାଶ୍ମୀରରୁ ଓଡ଼ିଶା ପାଇଁ ଆସିଛି ଦୁଃଖଦ ଖବର । ଜଣେ ଓଡ଼ିଆ ଯବାନ ସହିଦ ହୋଇଥିବାର ଜଣା ପଡିଛି । ବାଦଲଫଟା ବର୍ଷା ଯୋଗୁଁ କୁସ୍ତୱାଡଠାରେ ତାଙ୍କର ମୃତ୍ୟୁ ହୋଇଛି । ସହିଦ ଓଡ଼ିଆ ଯବାନଙ୍କ ନାଁ ହେଉଛି ମନୋଜ ବିଶ୍ୱାଳ । ତାଙ୍କ ଘର ଢେଙ୍କାନାଳ କାମାକ୍ଷାନଗର ପରଜଙ୍ଗ ମାଣିକମରା ଗାଁ । ହଠାତ ବାଦଲଫଟା ବର୍ଷା ହେବା ଫଳରେ ଭୂସ୍କଳନ ହୋଇଥିଲା l

ଯବାନମାନେ ରହୁଥିବା କ୍ୟାମ୍ପ ସମ୍ପୂର୍ଣ ଭାବେ ନଷ୍ଟ ହୋଇଯାଇଥିଲା l ତେବେ କ୍ୟାମ୍ପ ଭିତରେ ଥିବା ମନୋଜଙ୍କ ସେଠାରେ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି l ମନୋଜଙ୍କ ମୃତ୍ୟୁଖବର ଆଜି ପରିବାର ଲୋକ ପାଇଥିବା ବେଳେ ତାଙ୍କ ପୈତୃକ ଗ୍ରାମ ମାଣିକମରାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l












Click it and Unblock the Notifications