ମଣିପୁର ହିଂସାକାଣ୍ଡ ଘଟଣା: CBIର ତଦନ୍ତ ଟିମରେ ଓଡ଼ିଆ ପୋଲିସ ଅଧିକାରୀ
ଭୁବନେଶ୍ୱର : ମଣିପୁର ହିଂସା ଘଟଣାରେ ତଦନ୍ତ କରୁଥିବା ଟିମରେ ଓଡ଼ିଆ ପୁଅ । ଓଡ଼ିଶା ଅଫିସର ବିଶ୍ଵ ପ୍ରକାଶ ରାଉତ ଟିମରେ ସାମିଲ ହୋଇଛନ୍ତି । ବିଶ୍ୱପ୍ରକାଶ ଏବେ ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଥାନା ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି । ଏ ନେଇ ସିବିଆଇ ପକ୍ଷରୁ ଓଡ଼ିଶା ପୁଲିସ ମୁଖ୍ୟାଳୟକୁ ଅବଗତ କରାଯାଇଛି ।
CBI ର ଅବଗତ ପରେ ସମ୍ପୃକ୍ତ ଇନ୍ସପେକ୍ଟରଙ୍କୁ ରିଲିଭ କରଯାଇଛି। ସିବିଆଇ ଗଠନ କରିଥିବା ଟିମରେ ୫୩ ଜଣ ଅଧିକାରୀ ରହିଛନ୍ତି । ଯେଉଁଥିରେ ୨୯ ଜଣ ମହିଳା ଅଧିକାରୀ ବି ଅଛନ୍ତି ।
ସିବିଆଇ ଟିମରେ ଜଣେ ଓଡ଼ିଶା ପୁଲିସର ଇନ୍ସପେକ୍ଟର ଯୋଗଦେଲେ ପରେ ପୁଲିସ ମହଲରେ ଖୁସିର ବତାବରଣ ଖେଳିଯାଇଛି । ଓଡ଼ିଶା ପୁଲିସ ତରଫରୁ ତାଙ୍କୁ ମନୋନୀତ କରାଯାଇ ଥିବାରୁ ସେ ଏନେଇ ଖୁସିବ୍ୟକ୍ତ କରିଛନ୍ତି ।
ତେବେ ବିଶ୍ଵ ପ୍ରକାଶଙ୍କୁ ଯୋଗାଯୋଗ କରାଯାଇଥିଲା । ତେବେ ତାଙ୍କ କହିବା କଥା ଏ ନେଇ ବିଧିବତ ଭାବେ କୌଣସି ଚିଠି ହସ୍ତଗତ ହୋଇନି । ମତେ ଓଡ଼ିଶା ପୋଲିସ ତରଫରୁ ମନୋନୀତ କରାଯାଇଛି ଏହା ମୋ ପାଇଁ ଖୁସିର ଖବର ବୋଲି ସେ କହିଛନ୍ତି ।

ବିଶ୍ୱପ୍ରକାଶଙ୍କ ଘର ଯାଜପୁର ଜିଲ୍ଲାରେ । ୨୦୧୨ ମସିହାରେ ସେ ଓଡିଶା ପୁଲିସରେ ଯୋଗ ଦେଇଥିଲେ । ୨୦୨୧ମସିହାରେ ଇନ୍ସପେକ୍ଟର ଭାବେ କାର୍ଯ୍ୟ ଆରମ୍ଭ କରିଥିବା ବେଳେ କ୍ରାଇମବ୍ରାଞ୍ଚ ସମେତ ରାଜ୍ୟର ବିଭିନ୍ନ ଥାନାରେ ସେ କାର୍ଯ୍ୟ କରିଛନ୍ତି । ତାଙ୍କ ଦକ୍ଷତାକୁ ଦୃଷ୍ଟିରେ ରଖି ନୂତନ ଦାୟିତ୍ୱ ପ୍ରଦାନ କରାଯାଇଛି ।
ସୂଚନାଯୋଗ୍ୟ ଯେ ମଣିପୁରରେ ଅନୁସୂଚିତ ଜନଜାତି ମାନ୍ୟତା ପ୍ରଦାନ ପାଇଁ ମୈତୀ ସମ୍ପ୍ରଦାୟର ଦାବିକୁ ବିରୋଧ କରି ମେ 23 ରେ ଏକ ଆଦିବାସୀ ଏକତା ପଦଯାତ୍ରା ଆୟୋଜିତ ହୋଇଥିଲା। ଯାହା ପରେ ରାଜ୍ୟରେ ଜାତି ହିଂସା ଆରମ୍ଭ ହୋଇଥିଲା।
ଗତ ମେ' ମାସରୁ ମଣିପୁରରେ ହିଂସାକାଣ୍ଡର ପରିସ୍ଥିତି ଲାଗିରହିଛି । ଏହି ହିଂସାକାଣ୍ଡରେ ୧୭୦ ଜଣଙ୍କର ମୃତ୍ୟୁ ଘଟିଛି । ଅନେକ ଲୋକ ବାସହୀନ ମଧ୍ୟ ହୋଇଯାଇଛନ୍ତି ।












Click it and Unblock the Notifications