ଅନ୍ତର୍ଜାତୀୟ ମହିଳା ଦିବସରେ ପ୍ରଧାନମନ୍ତ୍ରୀଙ୍କ ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡେଲ୍‌ ପରିଚାଳନା କଲେ ଓଡ଼ିଆ ଆଣବିକ ବିଜ୍ଞାନୀ ଏଲିନା

ମାର୍ଚ୍ଚ ୮ ତାରିଖ, ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡେଲକୁ ସଫଳ ମହିଳାମାନେ ପରିଚାଳନା କରିଛନ୍ତି । ଓଡ଼ିଆ ଆଣବିକ ବିଜ୍ଞାନୀ ଏଲିନା ମିଶ୍ରଙ୍କୁ ଏହି ସୌଭାଗ୍ୟ ମିଳିଛି । ପ୍ରଧାନମନ୍ତ୍ରୀଙ୍କ ଏକ୍ସ ହ୍ୟାଣ୍ଡେଲରେ ଏଲିନା ଦେଶର ସବୁ ମହିଳାଙ୍କୁ ବିଜ୍ଞାନ କ୍ଷେତ୍ରକୁ ଆସିବା ଲାଗି ଆହ୍ୱାନ ଦେଇଛନ୍ତି ।

ସେ ଲେଖିଛନ୍ତି, ''ଭାରତରେ ମହିଳାଙ୍କ ପାଇଁ ବିଜ୍ଞାନ କ୍ଷେତ୍ରରେ ଅପାର ସମ୍ଭାବନା ରହିଛି । ପୂର୍ବରୁ ଆଣବିକ ପ୍ରଯୁକ୍ତି ଭଳି କ୍ଷେତ୍ରରେ ଭାରତର ମହିଳାଙ୍କ ପାଇଁ ଏତେ ସୁଯୋଗ ମିଳିବା କଳ୍ପନା ବାହାରେ ଥିଲା। ଭାରତୀୟ ମହିଳାମାନଙ୍କ ପାଖରେ ନିଶ୍ଚିତ ଭାବେ ପ୍ରତିଭା ରହିଛି ଏବଂ ଭାରତ ପାଖରେ ନିଶ୍ଚିତ ଭାବେ ଉପଯୁକ୍ତ ମଞ୍ଚ ରହିଛି।''

ଏଲିନା ଆହୁରି ଲେଖିଛନ୍ତି, ''ମୁଁ ଏଲିନା ମିଶ୍ର ଏବଂ ମୁଁ ଓଡ଼ିଶାର ଭୁବନେଶ୍ୱରରୁ ଆସିଛି। ମୁଁ ଏକ ଦୃଢ଼ ଶିକ୍ଷାଗତ ପୃଷ୍ଠଭୂମି ଥିବା ପରିବାରରୁ ଆସିଛି ଏବଂ ମୋ ପରିବାର ଲୋକମାନେ ବିଜ୍ଞାନ ପଢ଼ିବା ପାଇଁ ଏକ ଉପଯୁକ୍ତ ପରିବେଶ ସୃଷ୍ଟି କରିଥିଲେ। ବିଜ୍ଞାନ ପ୍ରତି ମୋର ଆଗ୍ରହ ଓ ଜିଜ୍ଞାସା ମୋ ବାପାଙ୍କ କାରଣରୁ ବିକଶିତ ହୋଇଥିଲା। ସେ ମୋର ପ୍ରେରଣା ଏବଂ ମୁଁ ତାଙ୍କୁ ନିଜର ଗବେଷଣା ଦିଗରେ ନିରନ୍ତର କାର୍ଯ୍ୟ କରୁଥିବାର ଦେଖିଛି।''

''ବିଜ୍ଞାନ କ୍ଷେତ୍ରରେ କାମ କରିବାର ମୋର ସ୍ୱପ୍ନ ସେତିକିବେଳେ ପୂରଣ ହେଲା ଯେତେବେଳେ ମୁଁ ମୁମ୍ବାଇର ଭାବା ଆଣବିକ ଗବେଷଣା କେନ୍ଦ୍ରରେ ଯୋଗ ଦେବାକୁ ମନୋନିତ ହେଲି।''

Elina Mishra

''ଇଲେକ୍ଟ୍ରୋ ମ୍ୟାଗ୍ନେଟିଜିମ୍‌, ଆକ୍ସେଲରେଟର୍‌ ପଦାର୍ଥ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ କାମ କରୁଥିବା ଗୋଟିଏ ଦଳ ସହ କାମ କରିବା ଲାଗି ମୋତେ ସୁଯୋଗ ମିଳିଲା। ଲୋ ଏନର୍ଜି ହାଇ ଇଣ୍ଟେନସିଟି ପ୍ରୋଟୋନ ଆକ୍ସେଲରେଟର (ଏଲଇଏଚଆଇପିଏ) ପାଇଁ ଡ୍ରିଫ୍ଟ ଟ୍ୟୁବ୍‌ ଲିନାକ କାଭିଟାଇଜର ଏବଂ ଆରଏଫ୍‌ (ରେଡିଓ ଫ୍ରିକୁଏନ୍ସି) ବୈଶିଷ୍ଟ୍ୟର ବିକାଶ ସହ ମୁଁ ଜଡ଼ିତ ହୋଇଥିଲି । 20 ଏମଇଭି ପ୍ରୋଟୋନ ବିମ୍‌ ସଫଳତାର ସହିତ ତ୍ୱରାନ୍ୱିତ ହେବା ଅତ୍ୟନ୍ତ ଗୌରବ ଏବଂ ସନ୍ତୋଷଜନକ ମୁହୂର୍ତ୍ତ ଥିଲା।''

''ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଫର୍ମୀଲାବ୍ ସହଯୋଗ (ଆଇଆଇଏଫସି) ଅଧୀନରେ ଆମେ ଚିକାଗୋସ୍ଥିତ ଫର୍ମୀ ନେସନାଲ ଆକ୍ସିଲରେଟର ଲାବୋରେଟୋରୀର 800 ଏମଇଭି ପ୍ରୋଟନ୍ ଇମ୍ପ୍ରୁଭମେଣ୍ଟ ପ୍ଲାନ୍ (ପିଆଇପି-2) ପ୍ରକଳ୍ପ ପାଇଁ ସ୍ୱଦେଶୀ ଭାବେ ଅନେକ ଫୋକସିଂ କ୍ୱାଡ୍ରୁପୋଲ୍ ମ୍ୟାଗ୍ନେଟ୍ ଓ ବିମ୍ ଷ୍ଟିୟରିଂ ଡାଇପୋଲ କରେକ୍ଟର୍ ମ୍ୟାଗ୍ନେଟ୍ ଡିଜାଇନ୍ ଓ ବିକଶିତ କରିଛୁ। ବିଏଆରସି ଦ୍ୱାରା ପରିକଳ୍ପିତ ଏବଂ ବିକଶିତ ଚୁମ୍ବକ ଏବେ ପିଆଇପି-2 ବିମ୍ ଲାଇନର ଏକ ଅଂଶବିଶେଷ।''

''ଦୁର୍ଗମ ଏବଂ ଗ୍ରାମାଞ୍ଚଳରେ, ପ୍ରାଥମିକ ସ୍ୱାସ୍ଥ୍ୟସେବା ନିଦାନ ଏବଂ ଇମେଜିଂ ସୁବିଧା ସଂଖ୍ୟାରେ କମ୍ ଥିବାରୁ, ଏକ ସ୍ୱଳ୍ପ ମୂଲ୍ୟର, କମ୍ପାକ୍ଟ, ପୋର୍ଟେବଲ୍, କ୍ରାୟୋ-ମୁକ୍ତ, ହାଲୁକା ବ୍ୟବସ୍ଥା ପାଇଁ ଏକ ଅଭିନବ ସମାଧାନ ପ୍ରସ୍ତୁତ କରାଯାଇଛି ଯାହା ସହଜରେ ଦୁର୍ଗମ ଅଞ୍ଚଳକୁ ପରିବହନ କରାଯାଇପାରିବ। ଏ ଦିଗରେ, ଆମେ ଡାକ୍ତରୀ ପ୍ରୟୋଗ ପାଇଁ ଏକ ଅନ୍ତର୍ନିର୍ମିତ ଚୁମ୍ବକୀୟ କ୍ଷେତ୍ର ଗ୍ରେଡିଏଣ୍ଟ ସହିତ ହାଲବ୍ୟାକ୍ ଆଧାରିତ ସ୍ଥାୟୀ ଚୁମ୍ବକ ଡାଇପୋଲର ପରିକଳ୍ପନା ଏବଂ ବିକାଶ କରିଛୁ। ଏଗୁଡ଼ିକ ମଧ୍ୟରୁ ଅନେକ କିଛି ବୈଷୟିକ ଲାଗୁଥାଇପାରେ, କିନ୍ତୁ ଏହା ନିଶ୍ଚିତ ଭାବେ ସନ୍ତୋଷଜନକ ଏବଂ ଆଣବିକ ପ୍ରଯୁକ୍ତିବିଦ୍ୟା କିପରି ଜୀବନରେ ଉନ୍ନତି ଆଣିପାରିବ ତାହା ଏଥିରେ ପ୍ରଦର୍ଶିତ ହୋଇଥାଏ ।''

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+