ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କମ ଘଟଣା, ପୀଡ଼ିତାଙ୍କ ପୁରୁଷ ବନ୍ଧୁଙ୍କୁ ବାନ୍ଧିଲା ପୋଲିସ
ପଶ୍ଚିମବଙ୍ଗରେ ଘଟିଥିବା ମେଡିକାଲ୍ ଛାତ୍ରୀ ଦୁଷ୍କର୍ମ ଘଟଣାରେ ତଦନ୍ତ ପ୍ରକ୍ରିୟା ସ୍ୱରୂପ ଅଭିଯୁକ୍ତମାନଙ୍କର ସିନ୍ ରିକ୍ରିଏସନ୍ ପ୍ରକ୍ରିୟା କରାଯାଇଛି । ସମସ୍ତ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ପୁଲିସ୍ ଘଟଣା ସ୍ଥଳକୁ ନେଇ ଏହି ପଦକ୍ଷେପ ନେଇଛି । ଅଟକ ରଖାଯାଇଥିବା ପିଡ଼ିତାଙ୍କ ପୁରୁଷ ବନ୍ଧୁଙ୍କୁ ମଧ୍ୟ ପୁଲିସ୍ ଅପରାଧ ଘଟିଥିବା ଘଟଣା ସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କରିଥିଲା । ଡେପୁଟି କମିଶନର ଅଭିଶେକ ଗୁପ୍ତାଙ୍କ ନେତୃତ୍ୱରେ ଏହି ତଦନ୍ତ ପ୍ରକ୍ରିୟା ଚାଲିଛି ।
ଅନ୍ୟପଟେଦୁଷ୍କର୍ମ ଘଟଣାରେ ତାଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି ଆସାନସୋଲ-ଦୁର୍ଗାପୁର କମିଶନରେଟ ପୁଲିସ। ଛାତ୍ରୀଙ୍କୁ ରାତିରେ ହଷ୍ଟେଲରୁ ବାହାରକୁ ଆସିବା ଲାଗି ପ୍ରବର୍ତ୍ତାଇବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଛି। ବୁଧବାର ଅଭିଯୁକ୍ତ ପୁରୁଷ ବନ୍ଧୁଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କମିଶନର ସୁନୀଲ ଚୌଧୁରୀ ସୂଚନା ଦେଇଛନ୍ତି।

ଅନ୍ୟପଟେ ପୀଡ଼ିତା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇନାହିଁ ବୋଲି କମିଶନର କହିଛନ୍ତି। କେବଳ ଜଣେ ଅଭିଯୁକ୍ତ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ସେ କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ କମିଶନର କହିଛନ୍ତି ଯେ, ମାମଲାର ତଦନ୍ତ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୫ ଅଭିଯୁକ୍ତଙ୍କୁ ନେଇ କ୍ରାଇମ ସିନ୍ ରିକ୍ରିଏସନ ହୋଇଛି। ପୀଡ଼ିତା ଦେଇଥିବା ମନ୍ତବ୍ୟ ଏବଂ ତଥ୍ୟପ୍ରମାଣ ଆଧାରରେ ତାଙ୍କୁ ଗଣଦୁଷ୍କର୍ମ ହୋଇ ନ ଥିବା ଜଣାପଡ଼ିଛି। ଦୁଷ୍କର୍ମରେ କେବଳ ଜଣେ ଅଭିଯୁକ୍ତ ସମ୍ପୃକ୍ତ ରହିଛନ୍ତି। ପୀଡ଼ିତା ନିଜେ ଏହି ମନ୍ତବ୍ୟ ଦେଇଛନ୍ତି ବୋଲି କମିଶନର କହିଛନ୍ତି।












Click it and Unblock the Notifications