ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ, ବାଂଶୁରୀ ସ୍ବରାଜ

ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ବରାଜଙ୍କ ଟାର୍ଗେଟ୍ । ଝିଅମାନେ ରାତିରେ ବାହାରକୁ ଯିବା ଉଚିତ୍‌ ନୁହେଁ' ମମତାଙ୍କ ମନ୍ତବ୍ୟକୁ ନିନ୍ଦା କରିଛନ୍ତି । ପଶ୍ଚିମବଙ୍ଗରେ ଘଟିଥିବା ଏକାଧିକ ଦୁଷ୍କର୍ମ ଘଟଣାକୁ ନେଇ ବର୍ଷିଲେ । ମମତାଙ୍କ ଶାସନରେ ଚାଲିଥିବା ଅରାଜକତାର ଏହା ପ୍ରମାଣ ବୋଲି କହିଲେ । ମହିଳାଙ୍କୁ ସର୍ବଦା ଦୋଷାରୋପ କହି ମମତା ଖସିବାକୁ ଚେଷ୍ଟା କରି ଆସିଛନ୍ତି। ରେପ୍‌କୁ ଜଷ୍ଟିଫାଏ କରିବା ବନ୍ଦ କରି ଜଷ୍ଟିସ ଦେବାକୁ ମମତାଙ୍କୁ ଅନୁରୋଧ ।

Bansuri Swaraj

ପଶ୍ଚିମବଙ୍ଗର ଦୁର୍ଗାପୁରରେ ଜଣେ ଓଡ଼ିଆ ଏମ୍‌ବିବିଏସ୍‌ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହା ଉପରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। 'ରାତିରେ ଝିଅମାନେ ବାହାରକୁ ଆସିବା ଉଚିତ ନୁହେଁ, ସେମାନେ ନିଜକୁ ମଧ୍ୟ ସୁରକ୍ଷା ଦେବା ଦରକାର' ବୋଲି ମମତା କହିଛନ୍ତି। ଏଭଳି ବୟାନକୁ ବିଭିନ୍ନ ମହଲ କଡ଼ା ସମାଲୋଚନା କରିଛନ୍ତି। ସରକାରଙ୍କ ଏଭଳି ବେପରୁଆ ନୀତି ଯୋଗୁ ହିଁ ରାଜ୍ୟରେ ମହିଳା ବିରୋଧୀ ଅପରାଧ ବଢ଼ିଚାଲିଛି ବୋଲି ବିଜେପି କହିଛି। ଦୁର୍ଗାପୁରରେ ଆଜି ମଧ୍ୟ ପୀଡ଼ିତାଙ୍କ ପାଇଁ ନ୍ୟାୟ ଦାବି କରି ବିଭିନ୍ନ ଛାତ୍ର ସଂଗଠନ ରାସ୍ତାକୁ ଓହ୍ଲାଇଛନ୍ତି। ପୀଡ଼ିତା ଏବେ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ପିତା ପଶ୍ଚିମବଙ୍ଗର ପୁଲିସ ବ୍ୟବସ୍ଥା ଉପରୁ ଆସ୍ଥା ହରାଇଛନ୍ତି। ସେ କହିଛନ୍ତି, 'ଏଠାରେ ଯେ କୌଣସି ସମୟରେ ମୋ ଝିଅର ଜୀବନ ଚାଲିଯାଇପାରେ। ଆମେ ତାଙ୍କୁ ଓଡ଼ିଶାକୁ ଫେରାଇ ନେବୁ, ସେ ଓଡ଼ିଶାରେ ପଢ଼ିବ।' ପରିବାର ପକ୍ଷରୁ ନ୍ୟୁ ଟାଉନ୍‌ସିପ ପୁଲିସ ଥାନାରେ ଏଫ୍‌ଆଇଆର୍‌ ଦାୟର କରାଯାଇଛି। ପୁଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଆଉ ଜଣେ ସନ୍ଦିଗ୍ଧକୁ ଅଟକ ରଖିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+