ଓଡ଼ିଆ ଡାକ୍ତରୀ ଛାତ୍ରୀ ଗଣଦୁଷ୍କର୍ମ ମାମଲା ; ପୀଡ଼ିତାଙ୍କ ପରିବାରକୁ ଭେଟିବେ ପଶ୍ଚମିବଙ୍ଗ ରାଜ୍ୟପାଳ

ଗଣଦୁଷ୍କର୍ମର ଶିକାର ହୋଇଥିବା ଡାକ୍ତରୀ ଛାତ୍ରୀଙ୍କ ପରିବାରକୁ ଭେଟିବେ ପଶ୍ଚିମବଙ୍ଗ ରାଜ୍ୟପାଳ । ଆଜି ଦିଲ୍ଲୀରୁ ଫେରିବା ପରେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ପିଡ଼ିତାଙ୍କ ଚିକିତ୍ସିତ ହେଉଥିବା ହସ୍ପିଟାଲକୁ ଯିବେ । ସେଠାରେ ଗଣଦୁଷ୍କର୍ମର ଶୀକାର ହୋଇଥିବା ପୀଡ଼ିତାଙ୍କ ବାପାଙ୍କୁ ଭେଟି ଆଲୋଚନା କରିବେ । ଆଜି ଦିଲ୍ଲୀରୁ ଟ୍ରେନ ଯୋଗୁ କୋଲକତା ଫେରୁଛନ୍ତି ଆନନ୍ଦ ବୋଷ । ଏହି ମାମଲାରେ ୬ ଜଣ ଅଭିଯୁକ୍ତ ଥିବା ନେଇ ପୀଡ଼ିତାଙ୍କ ବାପା କହିଥିବା ବେଳେ ପୁଲିସ ୫ ଜଣଙ୍କୁ ଗିରଫ କରିଛି।

West Bengal Governor

ଅନ୍ୟପଟେ ମମତାଙ୍କ ବୟାନକୁ ନେଇ ବଢୁଛି ବିବାଦ । ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ମିଛ କହିଥିଲେ ମମତା । ଘଟଣା ପାଇଁ ଛାତ୍ରଛାତ୍ରୀଙ୍କୁ ଦୋଷ ଦେଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଛାତ୍ରୀଙ୍କୁ ମଧ୍ୟରାତ୍ରରେ କ୍ୟାମ୍ପସ ବାହାରକୁ ନଯିବାକୁ ପରାମର୍ଶ ଦେଇଥିଲେ । ଦୁଷ୍କର୍ମ ପାଇଁ ମମତା କଲେଜର ସୁରକ୍ଷା ବ୍ୟବସ୍ଥା ଏବଂ ଛାତ୍ରୀଙ୍କୁ ବିଳମ୍ବିତ ରାତିରେ ବାହାରକୁ ଯିବାକୁ ଦୋଷ ଦେଇଥିଲେ । ଛାତ୍ରୀଜଣଙ୍କ ରାତି ୧୨.୩୦ ରେ କିପରି ବାହାରକୁ ଆସିଲେ ବୋଲି ପ୍ରଶ୍ନ କରିଥିଲେ । ବିଳମ୍ବିତ ରାତିରେ ବାହାରକୁ ଯିବା ମେଡିକାଲ କଲେଜ ପରମ୍ପରା ହୋଇଗଲାଣି ବୋଲି କହିଥିଲେ ମମତା । ଯାହାକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି । ପୀଡ଼ିତାଙ୍କ ବାପାଙ୍କ ଏଫଆଇଆର ଅନୁଯାୟୀ ରାତି ୮ ଟା ପିଡିତାଙ୍କୁ ଗଣଦୁଷ୍କର୍ମର ଶୀକାର ହୋଇଥିଲେ ।

ବାସ୍ତବରେ ପିଡ଼ିତା ସନ୍ଧ୍ୟାରେ କ୍ୟାମ୍ପସ ବାହାରକୁ ଯାଇଥିଲେ । ରାତି ୮ଟାରେ ଦୁଷ୍କର୍ମର ଶୀକାର ହୋଇଥିଲେ । ମମତା ଏଭଳି ମନ୍ତବ୍ୟକୁ ନେଇ ବଡ଼ ବିବାଦ ସୃଷ୍ଟି ହୋଇଛି । ପୀଡିତାଙ୍କୁ ଲଜ୍ଜିତ କରିବା ଏବଂ ଏହି ଘୃଣ୍ୟ ଅପରାଧର ଦାୟିତ୍ୱକୁ ଏଡାଇବା ନେଇ ମମତାଙ୍କ ବରୋଧ ଅଭିଯୋଗ ହୋଇଛି। ବିଜେପି ବିଧାୟକ ଅଗ୍ନିମିତ୍ର ପାଉଲ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମିଛ କହୁଛନ୍ତି ଏବଂ ଛାତ୍ରୀ ଜଣକ ରାତି ୮ଟାରେ ଖାଦ୍ୟ କିଣିବାକୁ ବାହାରକୁ ଯାଇଥିଲେ । "ଆଫଗାନିସ୍ତାନ ପରି, ପଶ୍ଚିମବଙ୍ଗରେ ମଧ୍ୟ ମମତା ବାନାର୍ଜୀଙ୍କ ନେତୃତ୍ୱରେ ତାଲିବାନ ସରକାର ଅଛି । ମମତା ବାନାର୍ଜୀ କହିବାକୁ ଚାହୁଛନ୍ତି ଯେ ପଶ୍ଚିମବଙ୍ଗରେ ମହିଳାମାନେ ମଧ୍ୟରାତ୍ରି ପରେ ବାହାରକୁ ଯିବେ ନାହିଁ । ଲୋକମାନେ ଅଫିସ ଯିବେ ନାହିଁ, ଏବଂ ଡାକ୍ତରମାନେ ଡାକ୍ତରଖାନା ଯିବେ ନାହିଁ । ମଧ୍ୟରାତ୍ରି ପରେ ବାହାରକୁ ଗଲେ ଦୁଷ୍କର୍ମର ଶୀକାର ହେବ ବୋଲି କହିଛନ୍ତି ବିଜେପି ବିଧାୟକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+