ଇସ୍ତଫା ଦେଲେ ଓଡ଼ିଆ ଆଇପିଏସ ବସନ୍ତ ରଥ, ଖୁବଶୀଘ୍ର ରାଜନୀତିରେ ଦେବେ ଯୋଗ
ଓଡ଼ିଆ ଆଇପିଏସ ବସନ୍ତ ରଥ ଭାରତୀୟ ପୋଲିସ ସେବାରୁ ଇସ୍ତଫା ଦେଇଛନ୍ତି । ଏନେଇ ସେ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ଜାମ୍ମୁ ଓ କାଶ୍ମୀରର ପୂର୍ବତନ ଟ୍ରାଫିକ ଆଇଜିପି ଭାବେ ପୂର୍ବରୁ କାର୍ଯ୍ୟ କରୁଥିଲେ ।
ନୂଆଦିଲ୍ଲୀ: ଓଡ଼ିଆ ଆଇପିଏସ ବସନ୍ତ ରଥ ଭାରତୀୟ ପୋଲିସ ସେବାରୁ ଇସ୍ତଫା ଦେଇଛନ୍ତି । ଏନେଇ ସେ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ଜାମ୍ମୁ ଓ କାଶ୍ମୀରର ପୂର୍ବତନ ଟ୍ରାଫିକ ଆଇଜିପି ଭାବେ ପୂର୍ବରୁ କାର୍ଯ୍ୟ କରୁଥିଲେ । ଖୁବଶୀଘ୍ର ରାଜନୀତିରେ ଯୋଗ ଦେବେ । ଏଥିପାଇଁ ସେ ଆଇପିଏସ ଛାଡ଼ିବାକୁ ଚାହୁଁଛନ୍ତି ବୋଲି ସୋସିଆଲ ମିଡିଆ ଜରିଆରେ ଜଣାଇଛନ୍ତି ।

ସୋସିଆଲ ମିଡିଆରେ ସେ ଲେଖିଛନ୍ତି, ମୁଁ ରାଜନୀତିରେ ଯୋଗଦେବାକୁ ଚାହୁଁଛି । ଏହାକୁ ନେଇ ମୁଁ ଭାରତୀୟ ପୋଲିସ ସେବାରୁ ଇସ୍ତଫା ଦେବାକୁ ଚାହୁଁଛି । ସେ ଜମ୍ମୁ-କାଶ୍ମୀର ମୁଖ୍ୟଶାସନ ସଚିବଙ୍କୁ ଏନେଇ ଚିଠି ଲେଖି ଜଣାଇଛନ୍ତି । ରାଜନୀତିରେ ସାମିଲ ହେବା ପାଇଁ ସେ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହାକୁ ଶୀଘ୍ର ଗ୍ରହଣ କରିବାକୁ ସେ ଅନୁରୋଧ କରିଛନ୍ତି ।
Politics is a noble profession. pic.twitter.com/K6HckP4VXp
— ବସନ୍ତ بسنت बसंत (@KangriCarrier) June 26, 2022
ସେ ଟ୍ବିଟ୍ କରି ଲେଖିଛନ୍ତି ଯେ, ଯଦି କେବେ ବି ରାଜନୀତିରେ ଯୋଗେ ଦେବି, ତାହା ଭାରତୀୟ ଜନତା ପାର୍ଟି (BJP) ହେବ । ସେହିପରି ଯଦି କେବେ ବି ନିର୍ବାଚନ ଲଢିବି, ତାହା ହେଲେ କାଶ୍ମୀରରୁ ହିଁ ଲଢିବି ।'' ଏଥିସହ ସେ ଯଦି ରାଜନୀତିରେ ସାମିଲ ହୁଅନ୍ତି ତେବେ ୨୦୨୪ ମାର୍ଚ୍ଚ ୬ ତାରିଖ ପୂର୍ବରୁ ହିଁ ଏହା କରିବେ ବୋଲି ସେ ସୂଚନା ଦେଇଛନ୍ତି ।
If I ever join a political party, it WILL be BJP.
If I ever contest an election, it WILL be from Kashmir.
If I ever join politics, it WILL be before March 6, 2024.
— ବସନ୍ତ بسنت बसंत (@KangriCarrier) June 25, 2022
ଓଡିଶା ଜନ୍ମିତ ବସନ୍ତ ରଥ ଟ୍ରାଫିକ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଯୋଗୁଁ ବେଶ୍ ପ୍ରଶଂସିତ ହୋଇଥିଲେ । ୨୦୦୦ ମସିହା ବ୍ୟାଚର ଜାମ୍ମୁ ଓ କାଶ୍ମୀର କ୍ୟାଡର ଆଇପିଏସ ବସନ୍ତଙ୍କୁ ସିଂଘମ ବୋଲି କୁହାଯାଉଥିଲା । ତେବେ ବିଶୃଙ୍ଖଳିତ ଆଚରଣ ଯୋଗୁଁ ତାଙ୍କୁ ସସପେଣ୍ଡ କରାଯାଇଥିଲା ।
ଉଲ୍ଲେଖଯୋଗ୍ୟ, ଦୁର୍ବ୍ୟବହାର ଓ ଅସଦାଚରଣ ଅଭିଯୋଗରେ କାଶ୍ମୀରରେ ଅବସ୍ଥାପିତ ଥିବା ବରିଷ୍ଠ ଆଇପିଏସ ଅଫିସର ବସନ୍ତ ରଥଙ୍କୁ ଦୁଇ ବର୍ଷ ପୂର୍ବେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ନିଲମ୍ବିତ କରାଯାଇଥିଲା । ଆସନ୍ତା ମାସରେ ତାଙ୍କ ନିଲମ୍ବନକୁ ୨ ବର୍ଷ ପୂରିବ । ଏହାପୂର୍ବରୁ ସେ ନିଜ ଇସ୍ତଫା ଘୋଷଣା କରିଛନ୍ତି ।












Click it and Unblock the Notifications