ଦିଲ୍ଲୀରେ ଲାଗିଲା 'ମୋଦି ହଟାଓ, ଦେଶ ବଚାଓ' ପୋଷ୍ଟର, ୬ ଗିରଫ, ୧୦୦ ଜଣଙ୍କ ନାମରେ ଅଭିଯୋଗ
ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ଆପତ୍ତି ଜନକ ପୋଷ୍ଟର ଲଗାଇବା ଅଭିଯୋଗରେ, ଦିଲ୍ଲୀ ପୋଲିସ ୧୦୦ଜଣଙ୍କ ନାଁରେ ଅଭିଯୋଗ ଦାଖଲ କରିବା ସହ ୬ ଜଣଙ୍କୁ ଗିରଫ କରିଛି । ପୋଲିସ ତରଫରୁ ଏହି ପୋଷ୍ଟରଗୁଡିକୁ ହଟାଯାଇଛି ।

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ଆପତ୍ତି ଜନକ ପୋଷ୍ଟର ଲଗାଇବା ଅଭିଯୋଗରେ, ଦିଲ୍ଲୀ ପୋଲିସ ୧୦୦ଜଣଙ୍କ ନାଁରେ ଅଭିଯୋଗ ଦାଖଲ କରିବା ସହ ୬ ଜଣଙ୍କୁ ଗିରଫ କରିଛି । ପୋଲିସ ତରଫରୁ ଏହି ପୋଷ୍ଟରଗୁଡିକୁ ହଟାଯାଇଛି । ଦିଲ୍ଲୀର ସ୍ୱତନ୍ତ୍ର ପୋଲିସ କମିଶନର ଦିପେନ୍ଦ୍ର ପାଠକଙ୍କ ସୂଚନା ଅନୁସାରେ ପ୍ରିଟିଂପ୍ରେସ ଓ ସମ୍ପତ୍ତି ଅଧିନିୟମ ଆଧାରରେ ସେମାନଙ୍କ ଉପରେ ମାମଲା ରୁଜୁ କରାଯାଇଛି । ଏଥିସହ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଦିଲ୍ଲୀରେ ୫୦ ହଜାର ପୋଷ୍ଟର ଲଗାଯିବାର ଯୋଜନା କରାଯାଇଥିଲା ବୋଲି ପୋଲିସ ସୂଚନା ଦେଇଛି ।
ଦିଲ୍ଲୀରେ ବିଭିନ୍ନ ସ୍ଥାନରେ ମୋଦୀ ବିରୋଧୀ ପୋଷ୍ଟର ଲଗାଯାଇଥିଲା । ଯେଉଁଥିରେ ଲେଖାଯାଇଥିଲା 'ମୋଦୀ ହଟାଓ, ଦେଶ ବଚାଓ' । ରିପୋର୍ଟ ଅନୁସାରେ, ଏହି ପୋଷ୍ଟରଗୁଡିକର ଲିଙ୍କ୍ ଆମ୍ ଆଦମୀ ପାର୍ଟି ସହିତ ଜଡିତ ଅଛି । ଦିପେନ୍ଦ୍ର ପାଠକ କହିଛନ୍ତି, ଆପ୍ ଅଫିସରୁ ଏକ ଭ୍ୟାନ୍ ପୋଷ୍ଟର ନେଇ ବାହାରିବା ସମୟରେ ପୋଲିସ ତାକୁ ଅଟକାଇଥିଲା । ଯେଉଁଥିରୁ ବହୁ ସଂଖ୍ୟାରେ ପୋଷ୍ଟର ଜବତ କରାଯାଇଥିଲା ଏବଂ ଘଟଣାସ୍ଥଳରୁ ହିଁ ଲୋକଙ୍କୁ ଗିରଫ କରାଯାଇଛି । ସେ ଏହା ମଧ୍ୟ କହିଛନ୍ତି ଯେ, ପ୍ରିଣ୍ଟିଂ ପ୍ରେସ ଆକ୍ଟ ଏବଂ ସମ୍ପତ୍ତି ଅପବ୍ୟବହାର ଅଧିନିୟମ ଅନୁଯାୟୀ ଏଫଆଇଆର ପଞ୍ଜିକୃତ ହୋଇଛି।
ସୂଚାନଥାଉ ଯେ, ପ୍ରିଣ୍ଟି ପ୍ରେସର ମାଲିକ କହିଛନ୍ତି ଯେ, ଦିଲ୍ଲୀରେ ପ୍ରାୟ ୫୦ହଜାର ମୋଦୀ ବିରୋଧି ପୋଷ୍ଟର ଛପେଇବାର ଅର୍ଡର ରହିଥିଲା। ଗତକାଲି ଦେଶର ରାଜଧାନୀ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତି ଜନକ ପୋଷ୍ଟର ଲଗାଯାଇଥିଲା । ସୂଚନା ପାଇ ଦିଲ୍ଲୀ ପୋଲିସ ବିଭିନ୍ନ ସ୍ଥାନରୁ ପ୍ରାୟ ୨ ହଜାର ପୋଷ୍ଟର ହଟାଇବା ସହ ତଦନ୍ତ ଆରମ୍ଭ କରିଥିଲା ।












Click it and Unblock the Notifications