ଆଜି ମେଘାଳୟ ଓ ନାଗାଲାଣ୍ତାରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ, ପ୍ରଧାନମନ୍ତ୍ରୀ ହେବେ ସାମିଲ
ଆଜି ମେଘାଳୟ ଓ ନାଗାଲାଣ୍ତାରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ, ପ୍ରଧାନମନ୍ତ୍ରୀ ହେବେ ସାମିଲ । ଆଜି ସକାଳ ୧୧ ଟାରେ ଏବଂ ନାଗାଲାଣ୍ଡରେ ଦିନ ୧:୩୦ରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ ।

Oath Taking Ceremony: ଆଜି ମେଘାଳୟ ଓ ନାଗାଲାଣ୍ତାରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ, ପ୍ରଧାନମନ୍ତ୍ରୀ ହେବେ ସାମିଲ ଭାରତର ଉତ୍ତର ପୂର୍ବ ରାଜ୍ୟ ମେଘାଳୟରେ ଆଜି ସକାଳ ୧୧ ଟାରେ ଏବଂ ନାଗାଲାଣ୍ଡରେ ଦିନ ୧:୩୦ରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟାନ୍ୟ ବିଶେଷ ଅତିଥି ମଧ୍ୟ ଯୋଗଦେବେ । ମେଘାଳୟରେ ମୁଖ୍ୟମନ୍ତ୍ରୀ କୋନରାଡ଼ ସାଙ୍ଗମା, ନାଗାଲାଣ୍ତରେ ନେଫିୟୁ ରିଓ ଏବଂ ସେମାନଙ୍କ କ୍ୟାବିନେଟ ସହକର୍ମୀ ଶପଥ ଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡା ଏବଂ ଅନ୍ୟ କିଛି କେନ୍ଦ୍ରମନ୍ତ୍ରୀ ମଧ୍ୟ ଯୋଗଦେବେ ।
ଫେବୃଆରୀ ୨୭ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ୫୯ଟି ସିଟ୍ ମଧ୍ୟରୁ ୨୬ଟି ଜିତିଥିବା ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି) ମୁଖ୍ୟ ସାଙ୍ଗମା ମଙ୍ଗଳବାର ଦ୍ୱିତୀୟ ଥର ପାଇଁ ରାଜ୍ୟର ସିଏମ୍ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ସମାରୋହ ସହ ଜଡିତ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସହରରେ ସୁରକ୍ଷା ବୃଦ୍ଧି କରାଯାଇଛି ।
ଏନପିପି ନେତୃତ୍ୱାଧୀନ ମେଘାଳୟ ଡେମୋକ୍ରାଟିକ୍ ଆଲାଇନ୍ସ (ଏମଡିଏ) ୩୨ ଜଣ ବିଧାୟକଙ୍କ ସମର୍ଥନ ପତ୍ର ରାଜ୍ୟପାଳଙ୍କୁ ହସ୍ତାନ୍ତର କରି ସରକାର ଗଠନ କରିବାକୁ ଦାବି କରିଛି। ଏହା ପରେ, ୟୁନାଇଟେଡ୍ ଡେମୋକ୍ରାଟିକ୍ ପାର୍ଟିର ୧୧ ଜଣ ବିଧାୟକ ଏବଂ ପିପୁଲ୍ସ ଡେମୋକ୍ରାଟିକ୍ ଫ୍ରଣ୍ଟର ଦୁଇଜଣ ବିଧାୟକଙ୍କ ସମର୍ଥନ ମଧ୍ୟ ମିଳିଥିଲା । ଏହା ସହ ସାଙ୍ଗମା ପୁଣି ୪୫ ଜଣ ବିଧାୟକଙ୍କ ସମର୍ଥନ ପାଇଲେ ।












Click it and Unblock the Notifications