Get Updates
Get notified of breaking news, exclusive insights, and must-see stories!

ମେଘାଳୟ, ନାଗାଲାଣ୍ଡରେ ୭ ଏବଂ ତ୍ରିପୁରାରେ ୮ରେ ହେବ ମୁଖ୍ୟମନ୍ତ୍ରୀ ଶପଥପାଠ ଉତ୍ସବ,ସାମିଲ ହେଲେ ପ୍ରଧାନମନ୍ତ୍ରୀ

ମେଘାଳୟ, ନାଗାଲାଣ୍ଡରେ ୭ ଏବଂ ତ୍ରିପୁରାରେ ୮ରେ ହେବ ମୁଖ୍ୟମନ୍ତ୍ରୀ ଶପଥପାଠ ଉତ୍ସବ,ସାମିଲ ହେଲେ ପ୍ରଧାନମନ୍ତ୍ରୀ । ଗୁରୁବାର ସମସ୍ତ ତିନୋଟି ରାଜ୍ୟରେ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା କରାଯାଇଥିଲା ।

Aseemblye Election 2023

Aseemblye Election 2023: ମେଘାଳୟ, ନାଗାଲାଣ୍ଡ ଏବଂ ତ୍ରିପୁରାରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ମାର୍ଚ୍ଚ ୭ ସକାଳ ୧୧ଟାରେ ମେଘାଳୟରେ ଶପଥ ଗ୍ରହଣ କରାଯିବ, ନାଗାଲାଣ୍ଡରେ ଶପଥ ଗ୍ରହଣ ସମାରୋହ ମାର୍ଚ୍ଚ ୭ ଦିନ ୧:୪୫ ରେ ଏବଂ ତ୍ରିପୁରାରେ ମାର୍ଚ୍ଚ ୮ ସକାଳ ୧୧ଟା ସମୟରେ ଅନୁଷ୍ଠିତ ହେବ । ଏହି ତିନୋଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଏବଂ ଅନ୍ୟାନ୍ୟ ନେତାଙ୍କ ଶପଥପାଠ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବେ । ଗୁରୁବାର ସମସ୍ତ ତିନୋଟି ରାଜ୍ୟରେ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା କରାଯାଇଥିଲା । ତ୍ରିପୁରାରେ ବିଜେପି ସରକାର ଗଠନ କରୁଥିବା ବେଳେ ମେଘାଳୟ ଏବଂ ନାଗାଲାଣ୍ତରେ ଜୁନୟର ପାର୍ଟନର ଭାବେ କ୍ଷମାତା ଦଖଲ କରିବା ପାଇଁ ଯାଉଛି ।

ଏହି ତିନୋଟି ରାଜ୍ୟରେ ବିଧାନସଭା ନିର୍ବାଚନରେ ​​ଜିତିବା ପରେ ବିଜେପି ତାର ସହଯୋଗୀମାନଙ୍କ ସହ ସରକାର ଗଠନ କରିବାକୁ ଯାଉଛି । ମେଘାଳୟର ନ୍ୟାସନାଲ ପିପୁଲ୍ସ ପାର୍ଟି ମୁଖ୍ୟ କୋନରାଡ କେ ସାଙ୍ଗମା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିପାରନ୍ତି । ତ୍ରିପୁରାରେ ମାଣିକ ସାହା ପୁଣି ଥରେ ସିଏମ ଭାବରେ ଶପଥ ଗ୍ରହଣ କରିବେ ଏବଂ ନାଗାଲାଣ୍ଡରେ ଏନଡିପିପି ସୁପ୍ରିମୋ ନେଫିହୁ ରିଓ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପାଇଁ ପ୍ରସ୍ତୁତ ଅଛନ୍ତି ।

ସୂଚନାଅନୁସାରେ, ଶୁକ୍ରବାର ଦିନ ମେଘାଳୟର ନ୍ୟାସନାଲ ପିପୁଲ୍ସ ପାର୍ଟି ମୁଖ୍ୟ କୋନରାଡ କେ ସାଙ୍ଗମା ରାଜ୍ୟପାଳଙ୍କୁ ଭେଟିଥିଲେ । ସେ ୩୨ ଜଣ ବିଧାୟକଙ୍କ ସମର୍ଥନ ପତ୍ର ଉପସ୍ଥାପନ କରି ରାଜ୍ୟରେ ସରକାର ଗଠନ କରିବାକୁ ଦାବି କରିଥିଲେ ।

ମେଘାଳୟରେ ଫେବୃଆରୀ ୨୭ ରେ ୫୯ ଟି ବିଧାନସଭା ଆସନ ପାଇଁ ମତଦାନ ହୋଇଥିଲା । ଗୁରୁବାର ଦିନ ନିର୍ବାଚନ ଫଳାଫଳ ଘୋଷଣା କରାଯାଇଥିଲା । ଯେଉଁଥିରେ ଏନପିପି ୨୬ ଟି ସିଟ୍ ଜିତି ଏକକ ବୃହତ୍ତମ ଦଳ ଭାବରେ ଉଭା ହୋଇଥିଲା । UDP ୧୧ଟି ଆସନ ଜିତିଥିବାବେଳେ କଂଗ୍ରେସ ଏବଂ ଟିଏମସି ପ୍ରତ୍ୟେକ ପାଞ୍ଚଟି ଏବଂ ବିଜେପି ଦୁଇଟି ସିଟି ହାତେଇଥିଲା ।

ତ୍ରିପୁରାରେ ପୁଣିଥରେ ବିଜେପି ସରକାର

ତ୍ରିପୁରା ବିଧାନସଭା ନିର୍ବାଚନରେ ​​ବିଜେପି ମୋଟ ୬୦ଟି ସିଟ୍ ମଧ୍ୟରୁ ୩୨ ଟି ଜିତିଥିଲା । ଯେଉଁଥିରୁ ଆଇପିଏଫଟି ଗୋଟିଏ ସିଟ୍ ଜିତିଛି । ମୁଖ୍ୟମନ୍ତ୍ରୀ ମାଣିକ ସାହା ଶୁକ୍ରବାର ଦିନ ତାଙ୍କ ସରକାରଙ୍କ ଇସ୍ତଫା ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ପ୍ରଦାନ କରିଛନ୍ତି । ମାର୍ଚ୍ଚ ୮ରେ ନୂତନ ସରକାର ଶପଥ ଗ୍ରହଣ କରିବେ ଏବଂ ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବେ ବୋଲି ସେ କହିଛନ୍ତି।

ନାଗାଲାଣ୍ଡରେ ଏନଡିପିପି-ବିଜେପି ବିଜୟ

ନାଗାଲାଣ୍ଡରେ ୬୦ ଜଣିଆ ବିଧାନସଭା ନିର୍ବାଚନ ଫଳାଫଳରେ ଏନଡିପିପି-ବିଜେପି ୩୭ ଟି ଆସନ ଜିତିଛି। ସେଥିମଧ୍ୟରୁ ଏନଡିପିପି ୨୫ ଏବଂ ବିଜେପି ୧୨ ଟି ଆସନ ହାତେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+