ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ନାଗରିକଙ୍କ ଅଂଶଗ୍ରହଣ ସଂଖ୍ୟା ୨ କୋଟି ଟପିଲା

ଭୁବନେଶ୍ଵର: ଉଲ୍ଲେଖନୀୟ ଜନସମର୍ଥନ ସହିତ, ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଏକ ମାସରୁ କମ୍ ସମୟ ମଧ୍ୟରେ ଅଂଶଗ୍ରହଣକାରୀ ମାନଙ୍କ ସଂଖ୍ୟା ୨ କୋଟି ଅତିକ୍ରମ କରି ଏକ ବୃହତ୍ ମାଇଲଖୁଣ୍ଟରେ ପହଞ୍ଚିଛି । ଜନତାଙ୍କ ଯୋଗଦାନରେ ଏହି ଅଭୂତପୂର୍ବ ବୃଦ୍ଧି ଯାତ୍ରାର ଗଭୀର ପ୍ରଭାବ ଏବଂ ବିକାଶର ସାମୂହିକ ପ୍ରୟାସରେ ଲକ୍ଷ ଲକ୍ଷ ଲୋକଙ୍କୁ ଏକାଠି କରିବାର ଅବିଶ୍ୱସନୀୟ କ୍ଷମତାକୁ ଦର୍ଶାଉଛି ।

ଏହି ଯାତ୍ରାର କ୍ରମବର୍ଦ୍ଧିଷ୍ଣୁ ଗତିରୁ ଏହା ଅନୁମାନ କରାଯାଇପାରେ ଯେ , ପ୍ରଥମ କୋଟିଏ ଜନସଂଖ୍ୟା ୨୨ ଦିନରେ ଛୁଇଁଥିବା ବେଳେ ପରବର୍ତ୍ତୀ କୋଟିଏ ପାଇଁ ମାତ୍ର ୭ ଦିନ ଲାଗିଥିଲା । ଦିନକୁ ଦିନ ଏହି ଯାତ୍ରାର ପରିସର ବୃଦ୍ଧି ପାଇବା ସହିତ ଜନସାଧାରଣଙ୍କ ଠାରୁ ସକାରାତ୍ମକ ପ୍ରତିକ୍ରିୟା ମିଳିବା ସହ ଏହାର ଦୃଢ଼ ଗତି ବଜାୟ ରହିଛି ।

ଏହି ଯାତ୍ରା ପାଖାପାଖି ୬୦,୦୦୦ ଗ୍ରାମ ପଞ୍ଚାୟତରେ ପହଞ୍ଚିଛି, ଯାହା ଦେଶର କୋଣ ଅନୁକୋଣରେ ପ୍ରଗତି ଓ ଉନ୍ନତିକୁ ପ୍ରୋତ୍ସାହିତ କରୁଛି । ଅଳ୍ପ ସମୟ ମଧ୍ୟରେ, ୧.୬ କୋଟିରୁ ଅଧିକ ନାଗରିକ ସଂକଳ୍ପକୁ ନେଇ ୨୦୪୭ ସୁଦ୍ଧା ବିକଶିତ ଭାରତ ପାଇଁ ପ୍ରୟାସ କରିବା ଦିଗରେ କାର୍ଯ୍ୟ କରିବାକୁ ସଂକଳ୍ପ ସହ ଏହି ଯାତ୍ରା ନିଜର ଉପସ୍ଥିତି ଜାହିର କରିଛି । ଯାତ୍ରାର 'ମେରି କାହାନୀ, ମେରି ଜୁବାନୀ' / ମୋ ମୁହଁରେ, ମୋ କାହାଣୀ' ଅଭିଯାନର ଏକ ଅଂଶ ଭାବରେ ୧.୩୦ କୋଟିରୁ ଅଧିକ ଲୋକ ସେମାନଙ୍କର ବ୍ୟକ୍ତିଗତ କାହାଣୀ କହିବାର ସୁଯୋଗ ପାଇଛନ୍ତି, ଯାହା ଦେଶବ୍ୟାପୀ ନାଗରିକ ମାନଙ୍କର ବିବିଧ ଅନୁଭୂତି ଏବଂ ଆକାଂକ୍ଷାକୁ ପ୍ରଦର୍ଶିତ କରିଛି ।

Viksit Bharat Sankalp yatra

ଏହି ଯାତ୍ରାର ଅନ୍ୟତମ ମୁଖ୍ୟ ବିଷୟବସ୍ତୁ ଭାବେ ନାଗରିକ ମାନଙ୍କର କଲ୍ୟାଣକୁ ନେଇ ସାରା ଦେଶରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଉଛି ଏବଂ ବର୍ତ୍ତମାନ ସୁଦ୍ଧା ୪୨ ଲକ୍ଷରୁ ଅଧିକ ଲୋକଙ୍କ ସ୍କ୍ରିନିଂ କରାଯାଇଛି ।

ଗୋଟିଏ ଦେଶ, ଗୋଟିଏ ଯାତ୍ରା

ସବୁ ଅଞ୍ଚଳରେ ଏହି ଯାତ୍ରା ସରକାରୀ ସେବା ଓ ସହାୟତା ପହଞ୍ଚାଇବା ପାଇଁ ସିଧାସଳଖ ମାଧ୍ୟମ ଭାବେ କାର୍ଯ୍ୟ କରୁଛି, ଏପରିକି ଦୁର୍ଗମ ଅଂଚଳରେ ମଧ୍ୟ ଏହା ପହଞ୍ଚୁଛି । ଅଂଶଗ୍ରହଣ କ୍ଷେତ୍ରରେ ଉତ୍ତରପ୍ରଦେଶ ପ୍ରାୟ ୮୦ ଲକ୍ଷ ଅଂଶଗ୍ରହଣକାରୀ ମାନଙ୍କ ସହ ଅଗ୍ରଣୀ ହୋଇଥିବା ବେଳେ ମହାରାଷ୍ଟ୍ର ୨୯ ଲକ୍ଷରୁ ଅଧିକ ଏବଂ ଗୁଜରାଟ ୨୩ ଲକ୍ଷରୁ ଅଧିକ ଅଂଶଗ୍ରହଣକାରୀ ମାନଙ୍କ ସହ ତୃତୀୟ ସ୍ଥାନରେ ରହିଛି । ବର୍ତ୍ତମାନ ସୁଦ୍ଧା ଏହା ପଛକୁ ଜାମ୍ମୁ - କଶ୍ମୀର ରହିଥିବା ବେଳେ ଏଠାରେ ୧୬ ଲକ୍ଷରୁ ଅଧିକ ଅଂଶଗ୍ରହଣକାରୀଙ୍କ ଉତ୍ସାହଜନକ ପ୍ରତିକ୍ରିୟା ରହିଛି । ୧୧ ଲକ୍ଷରୁ ଅଧିକ ଅଂଶଗ୍ରହଣକାରୀ ମାନଙ୍କ ସହ ଆନ୍ଧ୍ରପ୍ରଦେଶ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିଛି ।

ସରକାରୀ ଯୋଜନାର ଶତ ପ୍ରତିଶତ ସଂତୃପ୍ତି

ବିକଶିତ ଭାରତ ସଂକଳ୍ପ ଯାତ୍ରା ହେଉଛି ଏକ ଦେଶବ୍ୟାପୀ ପ୍ରୟାସ ଯାହାର ଉଦ୍ଦେଶ୍ୟ ହେଉଛି ସରକାରଙ୍କ ପ୍ରମୁଖ ପଦକ୍ଷେପ ଗୁଡ଼ିକର ଶତ ପ୍ରତିଶତ ସଂତୃପ୍ତି ହାସଲ କରିବା, ଯାହା ଦ୍ୱାରା ସମସ୍ତ ଉଦ୍ଦିଷ୍ଟ ଉପଭୋକ୍ତା ମାନଙ୍କ ପାଖରେ ଏହାର ଲାଭ ପହଞ୍ଚି ପାରିବ ।

ଯାତ୍ରା ସମୟରେ ହାସଲ ହୋଇଥିବା ମାଇଲଖୁଣ୍ଟ ଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ : ୨୯,୦୦୦ ରୁ ଅଧିକ ଗ୍ରାମ ପଞ୍ଚାୟତ ସମ୍ପୂର୍ଣ୍ଣ ପରିସରଭୁକ୍ତ ହୋଇଛନ୍ତି, ଯେଉଁଥିରେ ଆୟୁଷ୍ମାନ କାର୍ଡର ଶତ ପ୍ରତିଶତ ସଂତୃପ୍ତି ରହିଛି ; ୧୮ ହଜାରରୁ ଅଧିକ ଗ୍ରାମ ପଞ୍ଚାୟତ 'ହର ଘର ଜଳ' ଯୋଜନାରେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି : ୩୪,୦୦୦ରୁ ଅଧିକ ଗ୍ରାମ ପଞ୍ଚାୟତ ଜମି ରେକର୍ଡର ସମ୍ପୂର୍ଣ୍ଣ ଡିଜିଟାଲୀକରଣ ହାସଲ କରିଛନ୍ତି ; ଏବଂ ସ୍ୱଚ୍ଛ ଭାରତ ଅଭିଯାନକୁ ସମର୍ଥନ କରି, ୯,୦୦୦ ରୁ ଅଧିକ ଗ୍ରାମ ପଞ୍ଚାୟତ ଓଡିଏଫ୍ ପ୍ଲସ (ବାହ୍ୟ ମଳ ମୁକ୍ତ) ମଡେଲକୁ ଶତ ପ୍ରତିଶତ ଅନୁପାଳନ ପାଇଁ ମାନଦଣ୍ଡ ପୂରଣ କରିଛନ୍ତି ।

ଏକ ପରିବର୍ତ୍ତନକାରୀ ପଦକ୍ଷେପ ସ୍ୱରୂପ, ନଭେମ୍ବର ୧୫ ତାରିଖରେ ଝାଡ଼ଖଣ୍ଡର ଖୁଣ୍ଟିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ସମଗ୍ର ଭାରତରେ ନାଗରିକ ମାନଙ୍କ ସହିତ ଗଭୀର ସମ୍ପର୍କ ସୃଷ୍ଟି କରୁଛି । ଏହି ମହତ୍ୱାକାଂକ୍ଷୀ ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ସରକାର ଏବଂ ଲୋକ ମାନଙ୍କ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା, ସମ୍ପ୍ରଦାୟକୁ ସଶକ୍ତ କରିବା ଏବଂ ଏକ ସମାବେଶୀ ଏବଂ ବିକଶିତ ଭାରତର ମୂଳଦୁଆ ପକାଇବା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+