ନୂଆପଡ଼ା ଉପନିର୍ବାଚନ; ୮ ମନ୍ତ୍ରୀଙ୍କୁ ଜୋନ୍ ଦାୟିତ୍ବ ଦେଲା ବିଜେପି
ନୂଆପଡ଼ା ଉପନିର୍ବାଚନ; ୮ ମନ୍ତ୍ରୀଙ୍କୁ ଜୋନ୍ ଦାୟିତ୍ବ ଦେଲା ବିଜେପି। ର: ନୂଆପଡା ଉପନିର୍ବାଚନକୁ ନେଇ ୮ ମନ୍ତ୍ରୀଙ୍କୁ ୮ଟି ଜୋନ ପାଇଁ ଦାୟିତ୍ୱ ଦେଲା ବିଜେପି । ମନ୍ତ୍ରୀ ରବି ନାରାୟଣ ନାଏକଙ୍କୁ ବଞ୍ଜରୀ ଦାୟିତ୍ୱ , ସୁନାଦେଇ ଦାୟିତ୍ୱରେ ଗଣେଶରାମ ସିଂ ଖୁଣ୍ଟିଆ , ପାତାଳେଶ୍ୱର ପାଇଁ ଗୋକୁଳାନନ୍ଦ ମଲ୍ଲିକଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ଜୟଜଂଘା ପାଇଁ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଦାୟିତ୍ୱ ମିଳିଛି ।
କୋନାଭଇରା ପାଇଁ ବିଭୂତି ଭୂଷଣ ଜେନାଙ୍କୁ ଦାୟିତ୍ୱ ମିଳିଛି । ଯୋଗେଶ୍ୱର ଜୋନ ପାଇଁ ନିତ୍ୟାନନ୍ଦ ଗଣ୍ଡଙ୍କୁ ଦାୟିତ୍ୱ ମିଳିଛି । ନୂଆପଡା ଏନଏସି ଦାୟିତ୍ୱରେ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଖରିଆର ରୋଡ ଏନଏସିକୁ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଦାୟିତ୍ୱ ମିଳିଛି । ସୂଚନାଥାଉକି, ନୂଆପଡା ଉପନିର୍ବାଚନ ପାଇଁ ବିଜେଡି, ବିଜେପି, କଂଗ୍ରେସ ଦଳରୁ ପ୍ରାର୍ଥୀ ଘୋଷଣା ହୋଇଯାଇଛି । କେଉଁ ଦଳ ଏହି ଉପ ନିର୍ବାଚନରେ ବାଜିମାତ ମାରିବ ତାହା ଅପେକ୍ଷା କରିଛନ୍ତି ଜନତା । ନଭେମ୍ବର ୧୧ରେ ନୂଆପଡା ଉପନିର୍ବାଚନ ।

ସୂଚନାଯୋଗ୍ୟ, ନୂଆପଡ଼ା ଉପନିର୍ବାଚନ ପାଇଁ ବୁଧବାର ପ୍ରାର୍ଥିପତ୍ର ଯାଞ୍ଚ ସରିଛି । ୧୯ ଆଶାୟୀଙ୍କ ମଧ୍ୟରୁ ୫ଜଣଙ୍କ ପ୍ରାର୍ଥିପତ୍ର ନାକଚ ହୋଇଛି । ୬ଜଣ ଦଳୀୟ ଓ ୮ଜଣ ସ୍ୱାଧୀନ ପ୍ରାର୍ଥୀଙ୍କୁ ମିଶାଇ ସମୁଦାୟ ୧୪ଜଣଙ୍କ ପ୍ରାର୍ଥିପତ୍ର କାଏମ ରହିଛି । ଅକ୍ଟୋବର ୨୪ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିନ ଧାର୍ଯ୍ୟ କରାଯାଇଛି। ଏହାପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ନଭେମ୍ବର ୧୧ରେ ଭୋଟଗ୍ରହଣ ଓ ୧୪ରେ ଗଣତି ହୋଇ ଫଳାଫଳ ପ୍ରକାଶିତ ହେବ ।
- ବଞ୍ଜରୀ- ରବି ନାଏକ,
- ସୁନାଦେଇ- ଗଣେଶ ରାମସିଂ ଖୁଣ୍ଟିଆ,
- ପାତାଳେଶ୍ୱର- ଗୋକୁଳାନନ୍ଦ ମଲ୍ଲିକ,
- ଜୟଜଂଘା- କୃଷ୍ଣ ଚନ୍ଦ୍ର ପାତ୍ର,
- କୋନାଭଇରା- ବିଭୂତି ଭୂଷଣ ଜେନା,
- ଯୋଗେଶ୍ୱର- ନିତ୍ୟାନନ୍ଦ ଗଣ୍ଡ
- ,ନୂଆପଡ଼ା NAC- ମୁକେଶ ମହାଲିଙ୍ଗ,
- ଖରିଆର ରୋଡ୍ NAC- କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଦାୟିତ୍ଵ।












Click it and Unblock the Notifications