ଏନଟିଆରଙ୍କ ଝିଅଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପରଲୋକରେ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦିବଂଗତ ଅଭିନେତା ଏନଟି ରାମା ରାଓଙ୍କ ଝିଅ କେ ଉମା ମାହେଶ୍ୱରୀ। ଅନେକ ଦିନ ହେବ ଉମା ମାହେଶ୍ବବୀ ଅସୁସ୍ଥ ଥିଲେ ।

ହାଇଦ୍ରାବାଦ: ପରଲୋକରେ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦିବଂଗତ ଅଭିନେତା ଏନଟି ରାମା ରାଓଙ୍କ ଝିଅ କେ ଉମା ମାହେଶ୍ୱରୀ। ଅନେକ ଦିନ ହେବ ଉମା ମାହେଶ୍ବବୀ ଅସୁସ୍ଥ ଥିଲେ । ଆଜି ତାଙ୍କର ଜୁବଲି ହିଲ୍ସ ସ୍ଥିତ ବାସଭବନରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ଆତ୍ମହତ୍ୟାର କାରଣ ଅସୁସ୍ଥତା ବୋଲି ସନ୍ଦେହ କରାଯାଉଛି ।

ntr daughter
ମାହେଶ୍ବରୀ ଘରେ ଥିବା ବେଳେ ବେଡ ରୁମର ଫ୍ୟାନରେ ରଶି ଲଗାଇ ଝୁଲି ପଡ଼ିଛନ୍ତି। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଟିଡିପିର ପ୍ରତିଷ୍ଠାତା ଏନଟିଆରଙ୍କ 4ଝିଅଙ୍କ ମଧ୍ୟରୁ ଉମା ହେଉଛନ୍ତି ସବୁଠାରୁ ସାନ। ସେ ହଠାତ୍‌ ଆତ୍ମହତ୍ୟା କରିଥିବାରୁ ଏହି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ସେହିପରି ହସ୍ପିଟାଲରେ ପରିବାର ଲୋକଙ୍କ ଭିଡ଼ ଜମିଛି।

ଚନ୍ଦ୍ରବାବୁ ନାଇଡୁ, ତାଙ୍କ ପୁଅ ନାରା ଲୋକେଶ ଏବଂ ପରିବାରର ଅନ୍ୟ ସଦସ୍ୟମାନେ ମହେଶ୍ୱରୀଙ୍କ ବାସଭବନକୁ ଆସିଥିଲେ ।ଉମା ମହେଶ୍ୱରୀଙ୍କ ଭାଇ ଲୋକପ୍ରିୟ ଟଲିଉଡ୍ ଅଭିନେତା ତଥା ଟିଡିପି ବିଧାୟକ ଏନ ବାଲାକ୍ରିଷ୍ଣା ଏବଂ ବିଦେଶରେ ରହୁଥିବା ପରିବାରର ଅନ୍ୟ ସଦସ୍ୟମାନଙ୍କୁ ସୂଚନା ଦିଆଯାଇଛି ବୋଲି ପରିବାର ସୂତ୍ରରୁ ପ୍ରକାଶ କରାଯାଇଛି ।

ଜୁବଲି ହିଲ୍ସର ପୁଲିସ୍ ଅଧିକାରୀ ରାଜଶେଖର ରେଡ୍ଡୀ କହିଛନ୍ତି, "ପ୍ରାଥମିକ ତଦନ୍ତରୁ ଉମା ମାହେଶ୍ୱରୀ ସ୍ୱାସ୍ଥ୍ୟ ଜନିତ କାରଣ ପାଇଁ ଅବସାଦରେ ରହିଥିବା ଜଣାପଡ଼ିଛି। ଏ ସଂକ୍ରାନ୍ତରେ ଗୋଟିଏ ମାମଲା ରୁଜୁ ହୋଇଛି ଓ ମୃତଦେହକୁ ଓସମାନିଆ ହସ୍ପିଟାଲକୁ ପଠା ଯାଇଛି।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+