ଆସନ୍ତା ବର୍ଷରୁ ନିଯୁକ୍ତି ପରୀକ୍ଷା ଆୟୋଜନ କରିବ ନାହିଁ ଏନ୍‍.ଟି.ଏ

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଜାତୀୟ ପରୀକ୍ଷଣ ସଂସ୍ଥା- ଏନ୍‍.ଟି.ଏ. ନିଯୁକ୍ତି ପରୀକ୍ଷା ଆୟୋଜନ ପରିବର୍ତ୍ତେ ୨୦୨୫ରୁ ଆରମ୍ଭ ହେବାକୁ ଥିବା ଉଚ୍ଚଶିକ୍ଷା ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଆୟୋଜନ ଉପରେ ବିଶେଷ ଧ୍ୟାନ ଦେବ। ଆଜି ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି, ସରକାର ୧୦ଟି ନୂଆ ପଦବୀ ସୃଷ୍ଟି କରି ଏନ୍‍.ଟି.ଏ'ର ପୁନର୍ଗଠନ କରିବାକୁ ଯୋଜନା କରୁଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ନିଟ୍ ୟୁଜି ଅନଲାଇନ୍ କିମ୍ବା 'ପେନ୍ ଆଣ୍ଡ ପେପର ଫର୍ମାଟ'ରେ ହେବ କି ନାହିଁ ସେ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହ ଆଲୋଚନା ଚାଲିଛି। ନିକଟ ଭବିଷ୍ୟତରେ କମ୍ପ୍ୟୁଟର ଆଡାପ୍ଟିଭ୍ ଏବଂ ଟେକ୍ନୋଲୋଜି ଦ୍ୱାରା ପରିଚାଳିତ ପ୍ରବେଶିକା ପରୀକ୍ଷା ପଦ୍ଧତି ଆପଣାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ସେ କହିଛନ୍ତି।

dharmendra pradhan

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଗତ ୮ ବର୍ଷ ମଧ୍ୟରେ ପିଲା ପିଛା ଖର୍ଚ୍ଚରେ ୧୩୦ ପ୍ରତିଶତ ବୃଦ୍ଧି ଘଟିଛି। ୨୦୧୩-୧୪ରେ ୧୦ ହଜାର ୭୮୦ ଟଙ୍କା ଥିବା ରାଶି ଏବେ ୨୦୨୧-୨୨ ସୁଦ୍ଧା ୨୫ ହଜାର ୪୩ ଟଙ୍କାକୁ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ ସରକାର ୧ ଲକ୍ଷ କୋଟିରୁ ଅଧିକ ଟଙ୍କା ବିନିଯୋଗ କରିଛନ୍ତି ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। 'ୱାନ୍‌ ନେସନ୍‌, ୱାନ୍ ସବ୍‍ସ୍କ୍ରିପସନ' ସମ୍ପର୍କରେ ଶ୍ରୀ ପ୍ରଧାନ କହିଛନ୍ତି, ପ୍ରାୟ ୧୩ ହଜାର ଇ-ଜର୍ଣ୍ଣାଲ୍ ଏବେ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ହେଉଛି। ଆଗାମୀ ତିନି ବର୍ଷ ମଧ୍ୟରେ ସରକାର ଏଥିରେ ୬ ହଜାର କୋଟି ଟଙ୍କା ବିନିଯୋଗ କରିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+