ଖୁବଶୀଘ୍ର ଏକାଠି ହେବେ NSE-BSE
NSE-BSE: ଦେଶର ଦୁଇ ବଡ଼ ସଂସ୍ଥା ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) ଓ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ଏକାଠି ହେବେ । ମିଳିଥିବା ସୂଚନାନୁସାରେ GIFT ବା ଗୁଜରାଟ ଇଣ୍ଟରନାସନାଲ ଫିନାନ୍ସ ଟେକ୍ ସିଟି ଏଭଳି ଏକ ପ୍ରସ୍ତାବ ଆଣିବାକୁ ଯାଉଛି ।

ଏହାଦ୍ୱାରା ଏକ ନିବେଶକଙ୍କୁ ଅନେକ ଫାଇଦା ହେବ ବୋଲି କୁହାଯାଉଛି । ଖାଲି ସେତିକି ନୁହେଁ ଏହାଦ୍ୱାରା ଏକ ଆଡ୍ଭାନ୍ସ ଷ୍ଟେଜରେ ପହଞ୍ଚି ପାରିବ ଉଭୟ ସଂସ୍ଥା । ଚଳିତ ମାସ ଆରମ୍ଭରୁ NCLT ବା ନାସନାଲ କମ୍ପାନୀ ଲ' ଟ୍ରିବୁନାଲ ନିକଟରେ ଏନେଇ ଏକ ପ୍ରସ୍ତାବ ରଖାଯିବ ବୋଲି କହିଛି GIFT ।
ମିଳିଥିବା ସୂଚନା ଅନୁସାରେ, ଏନଏସଇ ଓ ବିଏସ୍ଇର ମିଶ୍ରଣ ପ୍ରସ୍ତାବକୁ ଉଭୟ ସଂସ୍ଥାର ବୋର୍ଡ ଅନୁମତି ଦେଇଛନ୍ତି । ଏକଦା ଦୁଇ ବଡ଼ ଷ୍ଟକ ଏକ୍ସଚେଞ୍ଜ ଚୀର ପ୍ରତିଦ୍ୱନ୍ଦ୍ୱୀ ଭାବେ କାମ କରୁଥିଲେ । କିନ୍ତୁ ଏବେ ଉଭୟ ଏକାଠି ହୋଇ ଗୁଜରାଟ ଇଣ୍ଟରନ୍ୟାଶନାଲ ଫାଇନାନ୍ସ ଟେକ ସିଟି(ଜିଆଇଏଫଟି ସିଟି)ରେ ଲୀନ ହେବେ । ଏଥିପାଇଁ ସରକାରୀ ସ୍ତରରେ ମଧ୍ୟସ୍ଥତା କରାଯାଇଥିବା ମଧ୍ୟ ଜଣାପଡ଼ିଛି।












Click it and Unblock the Notifications