ରୁଷ ଗସ୍ତରେ ଯିବେ ଏନଏସଏ ଅଜିତ ଡୋଭାଲ, ୟୁକ୍ରେନ-ଋଷ ଯୁଦ୍ଧର ହେବ କି ଅନ୍ତ?
ରୁଷିଆ-ୟୁକ୍ରେନ ଯୁଦ୍ଧର ଘଟିବକି ପରିସମାପ୍ତି ? ଏହି ଯୁଦ୍ଧର ମୂକ ସାକ୍ଷୀ ସାଜିବକି ଭାରତ ? ଲାଗିରହିଥିବା ଯୁଦ୍ଧକୁ ସମାପ୍ତ କରିବା ପାଇଁ ଭାରତ ନେଇଛି ଏକ ବଡ ନିଷ୍ପତ୍ତି । ଚାଲିଆସୁଥିବା ଯୁଦ୍ଧକୁ ଶେଷ କରିବା ପାଇଁ ଭାରତ ପୁଣି ଥରେ ଏକ ବଡ ପଦକ୍ଷେପ ଗ୍ରହଣ କରିଛି ।ଅଗଷ୍ଟ ୨୭ ରେ ପ୍ରଧାନମନ୍ତ୍ରୀ ମୋଦୀ ରୁଷିଆର ରାଷ୍ଟ୍ରପତି ପୁଟିନଙ୍କ ସହ ଫୋନରେ କଥା ହୋଇଥିଲେ, ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଶାନ୍ତି କଥାବାର୍ତ୍ତା ପାଇଁ NSA ଅଜିତ ଡୋଭାଲଙ୍କୁ ରୁଷିଆ ଗସ୍ତରେ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି ।
ୟୁକ୍ରେନ ଯୁଦ୍ଧକୁ ସମାପ୍ତ କରିବାରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ବୋଲି ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି କହିଥିଲେ। ଏସବୁ ମଧ୍ୟରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଏନଏସଏ ଅଜିତ ଡୋଭାଲ ଆସନ୍ତା ସପ୍ତାହରେ ରୁଷିଆ ଯିବେ ବୋଲି ଖବର ଆସୁଛି। ଏହି ସମୟରେ ସେ କାଜାନରେ ହେବାକୁ ଥିବା ଶିଖର ସମ୍ମିଳନୀ ପୂର୍ବରୁ ବ୍ରିକ୍ସ ଦେଶର ଏନଏସଏର ବୈଠକରେ ଯୋଗଦେବେ।

ଏହାସହ ଡୋଭାଲ ରୁଷିଆ-ୟୁକ୍ରେନ ବିବାଦର ସମାଧାନ ପାଇଁ କାର୍ଯ୍ୟ କରିପାରନ୍ତି। ସେ ଚାଇନାର ଏନଏସଏ ସହିତ ମଧ୍ୟ ସାକ୍ଷାତ କରିପାରନ୍ତି ବୋଲି ଆଶା କରାଯାଉଛି । ଏହି ସମୟରେ, ଡୋଭାଲ ରୁଷିଆର ଏନଏସଏ ସମେତ ଅନ୍ୟ ଦେଶର ପ୍ରତିପକ୍ଷଙ୍କୁ ଭେଟିବ।ବିଶେଷ ସୂତ୍ରୁ ପ୍ରକାଶ ରିପୋର୍ଟ ଅନୁସାରେ, ରାଷ୍ଟ୍ରପତି ପୁଟିନଙ୍କ ସହ ଅଜିତ ଡୋଭାଲ ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ବିରାମ ଏବଂ ଶାନ୍ତି ପାଇଁ ଆଲୋଚନା କରିବେ। ଏହି ଅବସରରେ ସେ BRICS-NSA ବୈଠକରେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
BRICS-NSA ବୈଠକରେ ଡୋଭାଲ ରୁଷ ଏବଂ ଚୀନ୍ ପ୍ରତିପକ୍ଷଙ୍କ ସହ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା କରିବେ। ବ୍ରିକ୍ସ ହେଉଛି ଅନୌପଚାରିକ ଗୋଷ୍ଠୀ। ଏଥିରେ 10ଟି ଦେଶ ବ୍ରାଜିଲ, ରୁଷ, ଭାରତ, ଚୀନ୍, ଦକ୍ଷିଣ ଆଫ୍ରିକା, ସାଉଦି ଆରବ, ୟୁଏଇ, ଇରାନ, ଇଜିପ୍ଟ ଏବଂ ଇଥିଓପିଆ ସଦସ୍ୟ ଅଛନ୍ତି।












Click it and Unblock the Notifications