ଏଣିକି ଫ୍ଲାଇଟ ଟିକେଟ କ୍ୟାନସେଲ କଲେ କଟିବନି ଟଙ୍କା

ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର । ଏଥର ଫ୍ଲାଇଟ ଟିକେଟ କ୍ୟାନସେଲ କଲେ କଟିବନି ଟଙ୍କା । କୌଣସି ଯାତ୍ରୀ ୪୮ ଘଣ୍ଟା ମଧ୍ୟରେ ଟିକେଟ କ୍ୟାନସେଲ କଲେ କିମ୍ବା ଯାତ୍ରା ତାରିଖ ବଦଳାଇଲେ ଲାଗିବନି କୌଣସି ଅତିରିକ୍ତ ଶୁଳ୍କ । ଏନେଇ ନୂଆ ପ୍ରସ୍ତାବ ଦେଇଛି DGCA । ନୂଆ ଗାଇଡଲାଇନ ଆଧାରରେ ରିଫଣ୍ଡ ଟଙ୍କା ଜଲଦି ପୈଠ କରିବାକୁ ମଧ୍ୟ କୁହାଯାଇଛି । ପୂର୍ବରୁ ଟିକେଟ ବୁକିଂ ପରେ ଟ୍ରାଭେଲ ପ୍ଲାନ ବଦଳିଲେ କ୍ୟାନସେଲେସନ ଚାର୍ଜ ଯାତ୍ରୀଙ୍କ ପକେଟକୁ ବାଧୁଥିଲା ।

light ticket

ଏହି ନୂଆ ନିୟମ ଲାଗୁ ହେଲେ ଯାତ୍ରୀଙ୍କୁ ବଡ଼ ଆଶ୍ବସ୍ତି ମିଳିପାରେ । ଡିଡିସିଏ କହିଛି, ଯାତ୍ରୀଙ୍କୁ ନିଜ ତ୍ରୁଟି ସୁଧାରିବାକୁ କିମ୍ବା ଯୋଜନା ବଦଳାଇବାକୁ ଗୋଟିଏ ମୌକା ଦେବା ଦରକାର । ଯାହା ଗ୍ରାହକଙ୍କ ଅଧିକାରକୁ ସୁନିଶ୍ଚିତ କରିବା ସହ ଟ୍ରାଭେଲ ଇଣ୍ଡଷ୍ଟ୍ରିର ପାରିଦର୍ଶିତା ବଢାଇବ ବୋଲି DGCA କହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+