IPS ଆତ୍ମହତ୍ୟା ମାମଲା; ପତ୍ନୀଙ୍କ ନାଁରେ ମାମଲା
ହରିୟାଣା ଅତିରିକ୍ତ ପୁଲିସ ଡିଜି ୱାଇ. ପୂରନ କୁମାରଙ୍କ ଆତ୍ମହତ୍ୟା ମାମଲାର ନାଟକୀୟ ମୋଡ଼ । ପୂରନ କୁମାରଙ୍କ ପତ୍ନୀ ବରିଷ୍ଠ ଆଇଏଏସ୍ ଅଫିସର ଅମନିତ କୁମାର, ତାଙ୍କ ଭାଇ ତଥା ପଞ୍ଜାବ ବିଧାୟକ ଅମିତ ରତନ ଓ ପୂରନଙ୍କ ପିଏସଓ ହେଡ୍ କନଷ୍ଟେବଳ ସୁଶୀଲ କୁମାରଙ୍କ ନାଁରେ ରୁଜୁ ହୋଇଛି ମାମଲା । ପୂରନ କୁମାରଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ କରୁଥିବା ଏଏସଆଇ ସନ୍ଦୀପ କୁମାର ଲାଥରଙ୍କ ଆତ୍ମହତ୍ୟା ପରେ ରୋହତକ ପୁଲିସ ଏହି ମାମଲା ରୁଜୁ କରିଛି ।

ଏଏସଆଇ ସନ୍ଦୀପ କୁମାର ଲାଥରଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଓ ଆପରାଧିକ ଷଡ଼ଯନ୍ତ୍ର ଅଭିଯୋଗରେ ରୁଜୁ ହୋଇଛି ମାମଲା । ଏଡିଜିପି ୱାଇ. ପୂରନ କୁମାରଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ କରୁଥିବା ସନ୍ଦୀପ କୁମାର ମଧ୍ୟ ପୂରନ କୁମାରଙ୍କ ଭଳି ସମାନ ଢାଞ୍ଚାରେ ସର୍ଭିସ ରିଭରଭଲରୁ ଗୁଳି ଚଳାଇ ଆତ୍ମହତ୍ୟା କରିଥିଲେ । ତାଙ୍କ ସୁଇସାଇଡ୍ ନୋଟରେ ସେ ପୂରନ କୁମାରଙ୍କୁ ଦୁର୍ନୀତିଗ୍ରସ୍ତ ଦର୍ଶାଇଥିଲେ । ସୁଇସାଇଡ୍ ନୋଟ୍ ଅନୁସାରେ ପୂରନ କୁମାରଙ୍କ ପତ୍ନୀ ଆଇଏଏସ ଅଫିସର ଅମନିତ, ତାଙ୍କ ଭାଇ ତଥା ଆପ୍ ବିଧାୟକ ଅମିତ ରତନ ଓ ପିଏସଓଙ୍କ ନାଁରେ ପୁଲିସ ମାମଲା ରୁଜୁ କରିଛି ।












Click it and Unblock the Notifications