ଅଧା ହେବାକୁ ବସିଲାଣି ନଭେମ୍ବର; କିନ୍ତୁ ଏଯାଏଁ ଶୀତର ଦର୍ଶନ ନାହିଁ , ଏପଟେ ୧୨୩ ବର୍ଷର ରେକର୍ଡ ଭାଙ୍ଗିଲା ତାତି

ଆସି ହେଲାଣି ଶୀତ ଦିନ କିନ୍ତୁ ଏଯାଏଁ ଗରମରୁ ନାହିଁ ନିସ୍ତାର । ନଭେମ୍ବରରେ ଥରାଇବା କଥା ଶୀତ କିନ୍ତୁ ଗରମର ପ୍ରକୋପ ଯାଉନାହିଁ । ରାଜସ୍ଥାନ, ଜୈସଲମେର ଏବଂ ବିକାନେର ରେ ଏବେ ବି ଗରମରୁ ମୁକ୍ତି ମିଳିନି । ରାଜସ୍ଥାନରେ ୧୨୩ ବର୍ଷର ରେକର୍ଡ ଭାଙ୍ଗିଛି ଗରମ । ବାଡମେର ରେ ସୁବଠାରୁ ୩୭.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ପାଣିପାଗ ବିଭାଗର କହିବାନୁଯାୟୀ ଥଣ୍ଡାର ପ୍ରଭାବ ନଭେମ୍ବରର ଦ୍ୱିତୀୟ ସପ୍ତାହରୁ କିଛି ମାତ୍ରାରେ ବଢିବାର ସମ୍ଭାବନା ଅଛି । ବାଡମେର ରେ ଏପର୍ଯ୍ୟନ୍ତ ଥଣ୍ଡା ପଡିନଥିଲେ ମଧ୍ୟ ଏଠାରେ ଥିବା ମହାବୀର ପାର୍କ ନିକଟରେ ଲାଗିଥିବା ଶୀତ ପୋଷାକର ଆସର ଜମିଥିଲେ ମଧ୍ୟ କେହି ଗ୍ରାହକ କିଣିବା କୁ ଯାଉନାହାଁନ୍ତି । ଦିନରେ ପ୍ରବଳ ଗରମ ଯୋଗୁ କୁଲର, ଏସି ଏପର୍ଯ୍ୟନ୍ତ ଲାଗୁଛି । ରାତିରେ ମଧ୍ୟ ଫ୍ୟାନର ସ୍ପିଡ୍ କମିନାହିଁ । ଗରମରେ ହନ୍ତସନ୍ତ ହେଉଛନ୍ତି ବାଡମେରର ଲୋକେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+