ଆଜି ଇଡିରେ ହାଜର ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍
Arvind Kejriwal On ED: ଦିଲ୍ଲୀ ମଦ ଦୁର୍ନୀତି ମାମଲାକୁ ନେଇ ପଚରାଉଚରା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଇଡିରେ ହାଜରେ ହେବେ । ଇଡିଙ୍କ ପ୍ରଶ୍ନର ଉତ୍ତର ଦେଇ କେଜ୍ରିୱାଲ କହିଛନ୍ତି ଯେ ପଚରାଉଚରା ପାଇଁ ପଠାଯାଇଥିବା ବିଜ୍ଞପ୍ତି ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟରେ ଏପରି କରାଯାଉଛି । ସେ ଆହୁରି କହିଛନ୍ତି ଯେ, 'ବିଜେପି କହିବା ଦ୍ୱାରା ଏହି ନୋଟିସ୍ ପଠାଯାଇଛି । ମୁଁ ଯେପରି ୪ ରାଜ୍ୟରେ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରଚାର ନ କରିପାରେ ସେଥିପାଇଁ ଏହି ନୋଟିସ୍ ପଠାଯାଇଛି । ତୁରନ୍ତ ନୋଟିସ ପ୍ରତ୍ୟାହାର କରାଯିବା ଉଚିତ୍।'
ସୂଚନାଅନୁସାରେ, କେଜ୍ରିୱାଲ ଆଜି ଏକ ବିରାଟ ରାଲି କରି ଇଡି ଅଫିସକୁ ଯିବେ । ହାଜର ହେବା ପୂର୍ବରୁ ସେ ଦଳର ନେତାମାନଙ୍କ ସହ ଆଲୋଚନା କରିବେ । କେଜ୍ରିୱାଲଙ୍କୁ ଗତ ୩୦ ତାରିଖରେ ସମନ୍ ଜାରି କରିଥିଲା ଇଡି ଯାହା ପରେ ନିଜ ଓକିଲଙ୍କ ଜରିଆରେ ହାଜର ହେବା ପାଇଁ ଅଧିକ ସମୟ ମାଗିଥିଲେ କେଜ୍ରିୱାଲ୍ ହେଲେ ତାଙ୍କୁ ଅଧିକ ସମୟ ମିଳୁଛି ନା ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ଦିଲ୍ଲୀ ମଦ ଦୁର୍ନିତି ମାମଲା ସ୍କାମରେ ଫେବୃଆରୀରୁ ଆପ୍ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଜେଲରେ ଅଛନ୍ତି। ସିସୋଦିଆଙ୍କ ବ୍ୟତୀତ ଇଡି ନିକଟରେ ଆମ୍ ଆଦମୀ ପାର୍ଟି ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ମଧ୍ୟ ଗିରଫ କରିଥିଲା। ଦିଲ୍ଲୀର ମଦ ଦୁର୍ନୀତିକୁ ନେଇ ଇଡି ଧୀରେ ଧୀରେ ଅନେକ AAP ନେତାଙ୍କୁ ଗିରଫ କରୁଛି ।
ସେପଟେ ଜେରା ପାଇଁ କେଜ୍ରିୱାଲଙ୍କୁ ସମନ ପଠାଯିବା ପରେ ଆପ୍ କର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ତେବେ କେଜ୍ରିୱାଲଙ୍କୁ କେତେ ସମୟ ଜେରା କରାଯିବ ଏବଂ କ'ଣ ପ୍ରଶ୍ମ ପଚରାଯିବା ସେନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।
ସୂଚନାଥାଉ ଯେ, ଏହାପୂର୍ବରୁ ଏପ୍ରିଲ 16 ରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଅବକାରୀ ନୀତି ଘୋଟାଲା ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ନଅ ଘଣ୍ଟା ପଚରାଉଚରା କରିଥିଲା। ଏହି ଘଟଣାରେ ତଦନ୍ତକାରୀ ସଂସ୍ଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଗିରଫ କରିସାରିଛି।
ନଅ ଘଣ୍ଟା ସିବିଆଇ ପଚରାଉଚରା ପରେ କେଜ୍ରିୱାଲ କହିଥିଲେ ଯେ AAP ଏକ ସଚ୍ଚୋଟ ଦଳ। ଏହା ପରେ CM କହିଥିଲେ ଯେ ସେମାନେ (କେନ୍ଦ୍ର) AAP କୁ ନଷ୍ଟ କରିବାକୁ ଚାହୁଁଛନ୍ତି । କିନ୍ତୁ ଦେଶର ଲୋକମାନେ ଆମ ସହିତ ଅଛନ୍ତି ।












Click it and Unblock the Notifications