ଜାରି ହେଲା ବିଜ୍ଞପ୍ତି ଡିସେମ୍ବର ୨୦ ରେ ରାଜ୍ୟସଭା ଉପନିର୍ବାଚନ
ରାଜ୍ୟସଭା ଉପନିର୍ବାଚନ ପାଇଁ ମଙ୍ଗଳବାର ତାରିଖ ଘୋଷଣା ହୋଇଛି। ଏନେଇ ଭାରତର ନିର୍ବାଚନ ଆୟୋଗ ପ୍ରେସ୍ ବିଜ୍ଞପ୍ତି ଜାରି କରିଛନ୍ତି। ଡିସେମ୍ବର ୨୦ ତାରିଖରେ ରାଜ୍ୟସଭା ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ। ଓଡ଼ିଶା ସମେତ ୪ଟି ରାଜ୍ୟର ମୋଟ୍ ୬ଟି ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ।

ବିଜ୍ଞପ୍ତି ଅନୁସାରେ, ଡିସେମ୍ବର ୩ ତାରିଖରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଡିସେମ୍ବର ୧୦ ତାରିଖ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ହୋଇଥିବାବେଳେ ୧୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ଏବଂ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ରହିଛି ଡିସେମ୍ବର ୧୩। ଭୋଟ୍ ଗ୍ରହଣ ଦିନ ଅର୍ଥାତ୍ ଡିସେମ୍ବର ୨୦ରେ ହିଁ ଭୋଟ୍ ଗଣତି ହେବ।












Click it and Unblock the Notifications