୭ ରାଜ୍ୟର ୮ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

୭ଟି ରାଜ୍ୟର ୮ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଆଜି ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହି ବିଧାନସଭା ଆସନଗୁଡ଼ିକ ହେଉଛି ଜାମ୍ମୁ-କାଶ୍ମୀରର ବୁଦଗାଓଁ ଏବଂ ନଗ୍ରୋଟା, ରାଜସ୍ଥାନର ଅନ୍ତା, ଝାଡ଼ଖଣ୍ଡର ଘାଟଶିଳା, ତେଲେଙ୍ଗାନାର ଜୁବୁଲି ହିଲ୍‍ସ, ପଞ୍ଜାବର ତରନତାରନ, ମିଜୋରାମର ଡମ୍ପା ଏବଂ ଓଡ଼ିଶାର ନୂଆପଡା ।

eci

ଚଳିତମାସ ୨୦ ତାରିଖ ପର୍ଯ୍ୟନ୍ତ ଜାମ୍ମୁକାଶ୍ମୀର ଏବଂ ଓଡ଼ିଶା ଓ ୨୧ ତାରିଖ ପର୍ଯ୍ୟନ୍ତ ଝାଡ଼ଖଣ୍ଡ, ମିଜୋରାମ, ପଞ୍ଜାବ, ତେଲେଙ୍ଗାନା ଓ ରାଜସ୍ଥାନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷଦିନ ରହିଛି । ଏହିସବୁ ଆସନ ଗୁଡ଼ିକରେ ଆସନ୍ତାମାସ ୧୧ ତାରିଖରେ ଭୋଟ୍‍ଗ୍ରହଣ କରାଯାଇ ୧୪ ତାରିଖରେ ଭୋଟ୍‍ଗଣତି କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+