ସୁପ୍ରିମକୋର୍ଟଙ୍କ ସୁପ୍ରିମ ରାୟ,ସରକାର ଦେଶ ବିରୋଧୀଙ୍କ ବିରୋଦ୍ଧରେ ସ୍ପାଏୱାୟାର ବ୍ୟବହାର ଭୁଲ ନୁହେଁ

ପେଗାସସ୍ ସ୍ପାଏୱାୟାର ମାମଲାରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଯଦି ସରକାର ଦେଶ ବିରୋଧୀ ତତ୍ତ୍ୱଙ୍କ ବିରୁଦ୍ଧରେ ସ୍ପାଏୱାୟାର ବ୍ୟବହାର କରୁଛି, ତେବେ ଏଥିରେ କିଛି ଭୁଲ ନାହିଁ। ଏହା ସହିତ କୋର୍ଟ ପେଗାସସ୍ ସମ୍ବନ୍ଧୀୟ ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରିବାକୁ ମଧ୍ୟ ମନା କରିଦେଇଛନ୍ତି।

ଇସ୍ରାଏଲୀ ସ୍ପାଇଓ୍ବେର ପେଗାସସ୍‌ ଉପଯୋଗ କରି ସାମ୍ବାଦିକ, କାର୍ଯ୍ୟକର୍ତ୍ତା ଓ ରାଜନେତାଙ୍କ ଉପରେ ସ୍ବତନ୍ତ୍ର ଯାଞ୍ଚ କରିବାର ଦାବି କରି ୨୦୨୧ ରେ ରିଟ୍ ପିଟିସନ୍ ଦାଖଲ କରାଯାଇଥିଲା। ଏହି ଆବେଦନ ଉପରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଏନ୍‌. କୋଟେଶ୍ବର ସିଂହଙ୍କ ଖଣ୍ଡପୀଠ ଶୁଣାଣି କରି କହିଛନ୍ତି, ଦେଶ ନିଜର ନ୍ୟାସନାଲ ସିକ୍ୟୁରିଟି ସହ କୌଣସି ବୁଝାମଣା କରିପାରିବନି। ଯଦି ସରକାର ଦେଶଦ୍ରୋହୀଙ୍କ ବିରୋଧରେ ସ୍ପାଇଓ୍ବେର ବ୍ୟବହାର କରନ୍ତି ତେବେ ଭୁଲ୍ ନୁହେଁ।'

'ଲାଇଭ ଲ'ର ରିପୋର୍ଟ ଅନୁସାରେ, ଜଷ୍ଟିସ୍ ସୂର୍ଯ୍ୟକାନ୍ତ ସିନିୟର ଆଡଭୋକେଟ୍ ଦିନେଶ ଦିନେଶ ଦ୍ୱିବେଦୀଙ୍କୁ ଉତ୍ତର ଦେଇ କହିଛନ୍ତି, "ଯଦି ଦେଶ ସ୍ପାଏୱାୟାର ବ୍ୟବହାର କରୁଛି, ତେବେ ଏଥିରେ କ'ଣ ଭୁଲ ଅଛି? ସ୍ପାଇଓ୍ବେର ରଖିବାରେ କିଛି ଭୁଲ ନାହିଁ। ପ୍ରଶ୍ନ ହେଉଛି ଏହା କାହା ବିରୁଦ୍ଧରେ ବ୍ୟବହାର ହେଉଛି। ଆମେ ଦେଶର ସୁରକ୍ଷା ସହିତ ସାଲିସ୍ କରିପାରିବୁ ନାହିଁ।" ଦିନେଶ ଦ୍ୱିବେଦୀ ଯୁକ୍ତି ଦେଇଥିଲେ ଯେ ବଡ଼ ପ୍ରଶ୍ନ ହେଉଛି ସରକାରଙ୍କ ପାଖରେ ପେଗାସସ୍ ସ୍ପାଇଓ୍ବେର ଥିଲା କି ନାହିଁ ଏବଂ ସେ ଏହାକୁ ବ୍ୟବହାର କରୁଥିଲେ କି ନାହିଁ।

Supreme Court

ଯେତେବେଳେ ସଲିସିଟର ଜେନେରାଲ ତୁଷାର ମେହେଟା କହିଥିଲେ, "ଆତଙ୍କବାଦୀମାନେ ଗୋପନୀୟତାର ଅଧିକାର ଦାବି କରିପାରିବେ ନାହିଁ।" ସେହି ସମୟରେ, ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଥିଲେ, "ଯେଉଁ ନାଗରିକଙ୍କର ଗୋପନୀୟତାର ଅଧିକାର ଅଛି, ସେ ସମ୍ବିଧାନ ଅନୁଯାୟୀ ତାଙ୍କୁ ସୁରକ୍ଷା ଦିଆଯିବ।

ତେବେ, ସୁପ୍ରିମକୋର୍ଟଙ୍କ ଏହି ବିବୃତି ବିରୋଧୀ ଦଳମାନଙ୍କ ପାଇଁ ଏକ ବଡ଼ ଝଟକା ବୋଲି ବିବେଚନା କରାଯାଉଛି। ବିରୋଧୀ ନେତାମାନେ ଅଭିଯୋଗ କରିଥିଲେ ଯେ ସରକାର ଏହି ସ୍ପାଏୱାୟାରର ଅପବ୍ୟବହାର କରି ବିରୋଧୀଙ୍କ ଏବଂ ସମାଲୋଚକଙ୍କ ଉପରେ ନଜର ରଖୁଛନ୍ତି। କିନ୍ତୁ ସୁପ୍ରିମକୋର୍ଟଙ୍କ ମନ୍ତବ୍ୟ ସରକାରଙ୍କ ଦୃଷ୍ଟିକୋଣକୁ ସମର୍ଥନ କରିଥିବା ଜଣାପଡ଼ିଛି।

ଅନ୍ୟପଟେ, କୋର୍ଟଙ୍କ ଏହି ନିଷ୍ପତ୍ତି ସାଧାରଣ ଜନତା ଏବଂ ସୋସିଆଲ ମିଡିଆରେ ମିଶ୍ରିତ ପ୍ରତିକ୍ରିୟା ସୃଷ୍ଟି କରିଛି। କେହି କେହି ଏହାକୁ ଦେଶର ସୁରକ୍ଷା ପାଇଁ ଆବଶ୍ୟକ ବୋଲି କହୁଥିବା ବେଳେ, ଅନ୍ୟମାନେ ଗୋପନୀୟତା ଅଧିକାର ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହି ମାମଲା ଆଗାମୀ ଦିନରେ ଆହୁରି ଆଲୋଚନା ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+