Get Updates
Get notified of breaking news, exclusive insights, and must-see stories!

ବିଜେପିରେ ଯୋଗ ଦେବା ଭାଇରାଲ ଖବରରେ ଏମିତି କିଛି କହିଲେ ପ୍ରକାଶ ରାଜ୍

ନୂଆଦିଲ୍ଲୀ: ମୋତେ କିଣିପାରିବା ଭଳି ଧନ ବିଜେପି ପାଖରେ ନାହିଁ । ଏଭଳି କହିଲେ ସାଉଥ୍ ଷ୍ଟାର ପ୍ରକାଶ ରାଜ୍ । ସୂଚନାନୁସାରେ ଅଭିନେତା ପ୍ରକାଶ ରାଜ ବିଜେପିରେ ସାମିଲ ହେବା ନେଇ ସୋସିଆଲ ମିଡ଼ିଆରେ ଏହି ଖବର ଭାଇରାଲ ହେଉଥିଲା । The Skin Doctor ନାମକ ଏକ୍ସ ଆକାଉଣ୍ଟରୁ କରାଯାଇଥିବା ଟ୍ୱିଟ୍ ପରେ ଏହି ଗୁଜବ ବ୍ୟାପିଥିଲା ।

ସେ ଏକ୍ସରେ ଲେଖିଥିଲେ, ଲୋକପ୍ରିୟ ଅଭିନେତା ପ୍ରକାଶ ରାଜ ଏପ୍ରିଲ ୪ ତାରିଖ ଦିନ ୩ଟାରେ ବିଜେପିରେ ସାମିଲ ହେବେ । ଏହି ଟ୍ୱିଟ୍ ସାମାଜିକ ଗଣମାଧ୍ୟମରେ ହଇଚଇ ସୃଷ୍ଟି କରିଥିଲା । ବିଜେପିଠାରୁ ସମ୍ପୂର୍ଣ୍ଣ ଭିନ୍ନ ଚିନ୍ତାଧାରା ପୋଷଣ କରୁଥିବା ପ୍ରକାଶ କିପରି ସେହି ଦଳରେ ସାମିଲ ହୋଇପାରିବେ ସେନେଇ ଜନସାଧାରଣ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଏହି ଟ୍ୱିଟ୍ ପ୍ରକାଶଙ୍କ ନିକଟରେ ପହଞ୍ଚିବା ପରେ ଏବେ ସେ ଏହା ଉପରେ ସେ ନିଜ ପ୍ରତିକ୍ରିୟା ରଖିଛନ୍ତି ।

prakash raj

ଏହା ଦେଖି ଅଭିନେତା ନିଜେ ଏହି ଖବରକୁ ମିଛ ବୋଲି କହି ସ୍ପଷ୍ଟୀକରଣ ଦେଇଛନ୍ତି । 'ସିଙ୍ଗମ୍‌' ଅଭିନେତା ପ୍ରକାଶ ରାଜ୍ ଏକ୍ସରେ ଲେଖିଛନ୍ତି ଯେ, "ମୋତେ ଲାଗୁଛି ସେମାନେ ଚେଷ୍ଟା କରିଥିବେ । ହେଲେ ପରେ ହୃଦୟଙ୍ଗମ କରିଥିବେ ଆଦର୍ଶଗତଭାବେ ମୋତେ କିଣିପାରିବା ଭଳି ଧନ ତାଙ୍କ ପାଖରେ ନାହିଁ । ନା କ'ଣ କହୁଛନ୍ତି ସାଙ୍ଗମାନେ ।" ଏଭଳି ଲେଖି ସେ ହସିବା ଇମୋଜି ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+