ଇନ୍ଦୋର: ଦରମା ନମିଳିବାରୁ କାରଖାନାର 7 କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ
ପ୍ରତିଦିନ କାମ କରିବା ପାଇଁ ଅଫିସ ଯାଉଥିଲେ । ଏମିତି ଗୋଟିଏ ପରେ ଦୁଇଟି ମାସ ପରେ ଦୀର୍ଘ 7ମାସ ବିତିଗଲା । ହେଲେ ମିଳିଲା ନାହିଁ ଦରମା ।
ଭୋପାଳ: ପ୍ରତିଦିନ କାମ କରିବା ପାଇଁ ଅଫିସ ଯାଉଥିଲେ । ଏମିତି ଗୋଟିଏ ପରେ ଦୁଇଟି ମାସ ପରେ ଦୀର୍ଘ 7ମାସ ବିତିଗଲା । ହେଲେ ମିଳିଲା ନାହିଁ ଦରମା । ଜଣେ ଘରୋଇ କମ୍ପାନୀର କର୍ମଚାରୀ ବିନା ଦରମାରେ ପରିବାର ଚଳାଇବା କାଠିକର ପାଠ । ଅନେକ ଚେଷ୍ଟା ପରେ ବି ଦରମା ନମିଳିବାରୁ କମ୍ପାନୀର 7 ଜଣ କର୍ମଚାରୀ ଏକାସାଙ୍ଗରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ମଧ୍ୟପ୍ରଦେଶର ଇନ୍ଦୋରରେ ଥିବା ଗୋଟିଏ ଘରୋଇ କମ୍ପାନୀର ଫ୍ୟାକ୍ଟ୍ରୀରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ତେବେ କର୍ମଚାରୀ ମାନଙ୍କୁ ଠିକ ସମୟରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାରୁ ସମସ୍ତଙ୍କ ଜୀବନ ରକ୍ଷା ପାଇଯାଇଛି। ଏହି କମ୍ପାନୀ ଦରମା ଦେଉ ନଥିବା ବେଳେ କର୍ମଚାରୀଙ୍କୁ ଆଉ ଗୋଟିଏ ବ୍ରାଞ୍ଚକୁ ବଦଳି କରି ଦିଆଯାଇଥିଲା। ବିଷ ପିଇଥିବା କର୍ମଚାରୀମାନଙ୍କ ଜଣେ ସହଯୋଗୀ ଅନୀଲ ନିଗମ କହିଛନ୍ତି, "ବିଗତ କିଛି ମାସ ହେଲାଣି କମ୍ପାନୀ ମ୍ୟାନେଜମେଣ୍ଟ ଆମକୁ ଦରମା ଦେଉନାହିଁ। ଏଥିପାଇଁ ଆମେ ଚଳିବାରେ ଅସୁବିଧାର ସାମନା କରୁଥିଲୁ। ଫଳରେ ଏହା ଅସହ୍ୟ କରିନପାରି ଶେଷରେ ଏହି ଚରମ ନିଷ୍ପତ୍ତି ନେଇଥିଲେ ।
ଏବେ ପୁଲିସ ଘଟଣାର ତଦନ୍ତ କରୁଛି। ଅନ୍ୟପକ୍ଷରେ କମ୍ପାନୀ ମ୍ୟାନେଜମେଣ୍ଟ ପକ୍ଷରୁ ଏ ସମ୍ପର୍କରେ କୌଣସି ପ୍ରକାରର ପ୍ରତିକ୍ରିୟା ମିଳିନାହିଁ। ଏପରି କାହିଁକି ହେଉଥିଲା ତାହା ଜଣାପଡୁନାହିଁ ।












Click it and Unblock the Notifications