ପାକିସ୍ତାନ ସହ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଭାରତର ଉଦ୍ଦେଶ୍ୟ ନୁହେଁ; ଏସ୍.ଜୟଶଙ୍କର
ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍.ଜୟଶଙ୍କର କହିଛନ୍ତି, ପାକିସ୍ତାନ ସହ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଭାରତର ଉଦ୍ଦେଶ୍ୟ ନୁହେଁ। ତେବେ ସାମରିକ ଆକ୍ରମଣ କ୍ଷେତ୍ରରେ ଦୃଢ଼ ଜବାବ ଦିଆଯିବ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ନୂଆଦିଲ୍ଲୀରେ ଭାରତ-ଇରାନ୍ ବିଂଶତମ ଯୁଗ୍ମ ଆୟୋଗ ବୈଠକରେ ଇରାନ୍ର ବୈଦେଶିକ ମନ୍ତ୍ରୀ ଡକ୍ଟର ସୟଦ ଆବାସ ଅର୍ଘାଚିଙ୍କ ସହ ସହ-ଅଧ୍ୟକ୍ଷତା କରି ଡକ୍ଟର ଜୟଶଙ୍କର ଏହା କହିଛନ୍ତି।
ପହଲଗାମ ଆତଙ୍କାବଦୀ ଆକ୍ରମଣ ଘଟଣା ଭାରତକୁ ସୀମାପାର ଆତଙ୍କବାଦୀ ଭିତ୍ତିଭୂମି ଉପରେ ଆକ୍ରମଣ କରିବାକୁ ବାଧ୍ୟ କରିଥିଲା। ଡକ୍ଟର ଜୟଶଙ୍କର କହିଛନ୍ତି, ଶ୍ରୀ ଅର୍ଘାଚି ଏଭଳି ଏକ ସମୟରେ ଭାରତ ଗସ୍ତରେ ଆସିଛନ୍ତି, ଯେତେବେଳେ ଭାରତ ଏକ ଅମାନୁଷିକ ଆତଙ୍କବାଦୀ ଆକ୍ରମଣର ଜବାବ ଦେଉଛି।

ଏକ ପଡ଼ୋଶୀ ଏବଂ ଘନିଷ୍ଠ ସହଯୋଗୀ ଭାବରେ ତେହରାନ ଏହି ପରିସ୍ଥିତି ଭଲଭାବରେ ହୃଦୟଙ୍ଗମ କରିବା ଦରକାର ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଉଭୟ ଦେଶ କୂଟନୈତିକ ସମ୍ପର୍କର ୭୫ତମ ବାର୍ଷିକୀ ପାଳନ କରୁଛି। ଶ୍ରୀ ଅର୍ଘାଚି ଇରାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ହେଉଛି ତାଙ୍କର ପ୍ରଥମ ଭାରତ ଗସ୍ତ।
-
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ଯୁଦ୍ଧର ବଡ଼ ପ୍ରଭାବ ; ମିଳୁନି କ୍ରିକେଟ୍ ବଲ୍; ନୂଆ ସିଜିନ୍ ପୂର୍ବରୁ ବଢିଲା ଟେନସନ୍ -
୫ ବିଶ୍ୱନେତାଙ୍କ ସହ କଥା ହେଲେ ମୋଦି -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ












Click it and Unblock the Notifications