'ଗୋଟାଏ ବି ଭୋଟ୍ ମିଳିବନି, ହଜାର ହଜାର ଶିକ୍ଷକ ହରାଇଲେ ଚାକିରି'
କୋଲକାତା: ୨୬,୦୦୦ ଶିକ୍ଷକଙ୍କ ଚାକିରି ବାତିଲ କରିବା ନେଇ କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ପ୍ରତିକ୍ରିୟା ରଖିଛନ୍ତି । ମମତା କହିଛନ୍ତି, ଯେ ''ଶିକ୍ଷକ କିମ୍ବା କୌଣସି ସରକାରୀ କର୍ମଚାରୀଙ୍କ ନିକଟରୁ ବିଜେପି, ସିପିଏମ୍ କିମ୍ବା କଂଗ୍ରେସ ପାଇଁ ଗୋଟାଏ ବି ଭୋଟ୍ ମିଳିବ ନାହିଁ । ସେ ଆହୁରି କହିଛନ୍ତି, " ସୁପ୍ରିମକୋର୍ଟରୁ ନ୍ୟାୟ ମିଳିବା ନେଇ ମୋର ଭରସା ଅଛି । ସିବିଆଇ କିଣାଯାଇଛି । ଏନଆଇଏ କିଣାଯାଇଛି । ଦୁରଦର୍ଶନକୁ ଗେରୁଆ ରଙ୍ଗ କରାଯାଇଛି । ବିଜେପି କେବଳ ବଡ଼ ବଡ଼ କଥା କୁହନ୍ତି କିନ୍ତୁ କିଛି କରନ୍ତି ନାହିଁ ।
କିଛି ଦିନ ପୂବରୁ କଲିକତା ହାଇକୋର୍ଟ ସରକାରୀ ପ୍ରାୟୋଜିତ ତଥା ସହାୟତା ପ୍ରାପ୍ତ ବିଦ୍ୟାଳୟଗୁଡ଼ିକ ପାଇଁ ୨୦୧୬ ନିଯୁକ୍ତି ପ୍ରକ୍ରିୟାକୁ ବନ୍ଦ କରି କହିଥିଲେ ଯେ କିଛି ପ୍ରାର୍ଥୀ ଚାକିରୀ ପାଇବା ପାଇଁ ଲାଞ୍ଚ ଦେଇଛନ୍ତି । ଶିକ୍ଷକ ନିଯୁକ୍ତି ମାମଲାରେ ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସମେତ ଅନେକ ଟିଏମସି ନେତା ତଥା ପୂର୍ବତନ ଅଧିକାରୀ ଏବେ ଜେଲରେ ଅଛନ୍ତି । କିନ୍ତୁ କୋର୍ଟରୁ ଏହି ପଦକ୍ଷେପ କାରଣରୁ ୨୬,୦୦୦ ଶିକ୍ଷକଙ୍କୁ ବେକାର କରିଦେଇଛି । ତାଙ୍କୁ ୧୨% ସୁଧ ସହିତ ଦରମା ଫେରସ୍ତ କରିବାକୁ କୁହାଯାଇଥିଲା । ସୁପ୍ରିମକୋର୍ଟରେ ରାଜ୍ୟ ସରକାର ଏହି ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରିଛନ୍ତି ।

ଆସନ୍ତା ନିର୍ବାଚନରେ କୋର୍ଟଙ୍କ ଆଦେଶ ରାଜ୍ୟରେ ଏକ ଗେମଚେଞ୍ଜର ହୋଇପାରେ, ଯେଉଁଠାରେ ୨୦୧୯ ରେ ରାଜ୍ୟର ୪୨ ଟି ଆସନ ମଧ୍ୟରୁ ୧୮ ଟି ଜିତିଥିବା ବିଜେପି ଏବେ ଅଧିକ ଆସନ ଜିତିବାକୁ ଲକ୍ଷ ରଖିଥିବା ବେଳେ, ସିନ୍ଦେଶିାଖାଲିରେ ବିବାଦ ଯୋଗୁଁ ମମତା ବାନାର୍ଜୀଙ୍କ ପାର୍ଟି ଜନସାଧାରଣଙ୍କ କ୍ରୋଧରୁ ଲାଭ ପାଇବାକୁ ଆଶା କରୁଛି ।
ସମସ୍ତ ନିଯୁକ୍ତିକୁ ବାତିଲ କରିବାକୁ କୋର୍ଟଙ୍କ ଆଦେଶ ବିରୋଧରେ କୋଲକାତାରେ ପୂର୍ବରୁ ବ୍ୟାପକ ବିରୋଧ ପ୍ରଦର୍ଶନ କରାଯାଇଛି । ବିକ୍ଷୋଭକାରୀମାନେ ଯୁକ୍ତି ଦର୍ଶାଇଛନ୍ତି ଯେ ଦୁର୍ନୀତି ସହ ଜଡ଼ିତ ଅଳ୍ପ କେତେକ ଲୋକ ଯୋଗୁଁ ହଜାର ହଜାର ନିରୀହ ଶିକ୍ଷକ, ସେମାନଙ୍କ ପରିବାର ଏବଂ ଛାତ୍ରଛାତ୍ରୀମାନେ ଯନ୍ତ୍ରଣା ଭୋଗୁଛନ୍ତି ।












Click it and Unblock the Notifications