Get Updates
Get notified of breaking news, exclusive insights, and must-see stories!

RBIର ବଡ଼ ଘୋଷଣା: ଏଣିକି ରୂପା ବଦଳରେ ବି ମିଳିବ ଋଣ

ଭାରତୀୟ ରିଜର୍ଭ ବ୍ୟାଙ୍କ ନେଇଛି ବଡ଼ ନିଷ୍ପତ୍ତି । ନିଷ୍ପତ୍ତି ଅନୁଯାୟୀ ସୁନା ପରି ରୂପା ଉପରେ ବି ମିଳିବ ଋଣ । ଆଉ RBI ସୁନା ଓ ରୂପା (ଋଣ) ନିର୍ଦ୍ଦେଶାବଳୀ, ୨୦୨୫ ଜାରି କରିଛି । ଯାହା ୧ ଏପ୍ରିଲ, ୨୦୨୬ରୁ କାର୍ଯ୍ୟକାରୀ ହେବ । ନୂତନ ନିର୍ଦ୍ଦେଶାବଳୀରେ କିଏ ଋଣ ପ୍ରଦାନ କରିବ । କେତେ ରୂପା କିମ୍ବା ସୁନା ବନ୍ଧକ ରଖାଯାଇପାରିବ । ସର୍ବାଧିକ ଋଣ ସୀମା ନିର୍ଦ୍ଦିଷ୍ଟ କରାଯାଇଛି ।

ଏହି ପଦକ୍ଷେପକୁ ଗ୍ରାମୀଣ ଓ ମଧ୍ୟବିତ୍ତ ବର୍ଗଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଭାବରେ ବିବେଚନା କରାଯାଉଛି।ଏହାସହ ଲକ୍ଷ ଲକ୍ଷ ଗ୍ରାମୀଣ ଏବଂ ସହରାଞ୍ଚଳ ଗ୍ରାହକଙ୍କୁ ବି ଲାଭ ମିଳିବ । ଯେଉଁମାନେ ଏବେ ସେମାନଙ୍କର ଆର୍ଥିକ ଆବଶ୍ୟକତା ପୂରଣ କରିବା ପାଇଁ ସେମାନଙ୍କର ରୂପା ବ୍ୟବହାର କରିପାରିବେ।ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ଜଣେ ଗ୍ରାହକ ସର୍ବାଧିକ ୧୦ କିଲୋଗ୍ରାମ କିମ୍ବା ସର୍ବନିମ୍ନ ୫୦୦ ଗ୍ରାମ ରୂପା ଅଳଙ୍କାର ପାଇଁ ଋଣ ପାଇପାରିବେ । ଏହି ସୀମା ଅତିକ୍ରମ କରିବାକୁ ଅନୁମତି ଦିଆଯିବ ନାହିଁ ।

RBI

ଏହି ସୁବିଧା ସମସ୍ତ ବ୍ୟାଙ୍କ, ସମବାୟ ବ୍ୟାଙ୍କ ଏବଂ ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ ପ୍ରତିଷ୍ଠାନ ବା NBFC ପାଇଁ ଉପଲବ୍ଧ ହେବ । ରୂପା ବିରୁଦ୍ଧରେ ଋଣ ସାତ ବର୍ଷ ମଧ୍ୟରେ ପରିଶୋଧ କରାଯାଇପାରିବ । ସୁଧ ହାର ବ୍ୟାଙ୍କଗୁଡ଼ିକ ଦ୍ୱାରା ନିର୍ଣ୍ଣୟ କରାଯିବ ଏବଂ ବର୍ତ୍ତମାନର ବଜାର ପରିସ୍ଥିତି ଉପରେ ଆଧାରିତ ହେବ । ଏହାର ଅର୍ଥ ହେଉଛି ଯେପରି ସୁନା ଋଣ ଉପରେ ସୁଧ ଆଦାୟ କରାଯାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+