Get Updates
Get notified of breaking news, exclusive insights, and must-see stories!

ନରେନ୍ଦ୍ର ମୋଦିଙ୍କୁ ନେଇ ଭୟଭୀତ ନୁହଁ: ରାହୁଲ ଗାନ୍ଧୀ

ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରେ ବର୍ଷିଛନ୍ତି ଦଳର ପୂର୍ବତନ ଅଧ୍ୟକ୍ଷ ।

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ଛନ୍ଦି ହୋଇଥିବା ଗାନ୍ଧୀ ପରିବାରକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ ପରିସରରେ ରଖିଛି । ରାହୁଲଙ୍କୁ ଜେରା ପରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ଜେରା ପ୍ରକ୍ରିୟା ମଧ୍ୟରେ ରହିଛନ୍ତି । ତେବେ ଏହି ପ୍ରସଙ୍ଗରେ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରେ ବର୍ଷିଛନ୍ତି ଦଳର ପୂର୍ବତନ ଅଧ୍ୟକ୍ଷ ।

rahul gandhi

ରାହୁଲ କହିଛନ୍ତି,'' ସେମାନେ ମୋଦିଜୀଙ୍କୁ ଭୟ କରନ୍ତି ନାହିଁ । ନ୍ୟାସନାଲ ହେରାଲ୍ଡ ମାମଲା କେବଳ ଭୟଭୀତ କରିବାର ଏକ ପ୍ରୟାସ ମାତ୍ର । ସେମାନେ ଭାବନ୍ତି ଏପରି ଚାପ ପ୍ରୟୋଗ କରି ଆମକୁ ଚୁପ କରିଦେବେ । ନରେନ୍ଦ୍ର ମୋଦିଜୀ ଏବଂ ଅମିତ ଶାହ ଜୀ ଯାହା କରୁଛନ୍ତି, ତାହା ଦେଶରେ ଗଣତନ୍ତ୍ର ବିରୋଧୀ । ଏହା ବିରୋଧରେ ଆମେ ଚୁପ୍‌ ରହିବୁ ନାହିଁ । ସେମାନେ କିଛି ବି କରିପାରନ୍ତି, କିନ୍ତୁ ଆମକୁ ଭୟଭୀତ କରି ପାରିବେ ନାହିଁ।''

ବହୁଚର୍ଚ୍ଚିତ ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ ଓ ପୁଅ ତଥା ସାଂସଦ ରାହୁଲ ଗାନ୍ଧୀଙ୍କୁ ତଦନ୍ତ ପରିସରଭୁକ୍ତ କରିଛି ତଦନ୍ତକାରୀ ସଂସ୍ଥା । ସେହିପରି ଗତକାଲି ଏହି ମାମଲାରେ ଦିଲ୍ଲୀ ସ୍ଥିତ ନ୍ୟାସନାଲ ହେରାଲ୍ଡ କାର୍ଯ୍ୟାଳୟକୁ ମଧ୍ୟ ତଦନ୍ତକାରୀ ସଂସ୍ଥା ପକ୍ଷରୁ ସିଲ କରାଯାଇଛି । ଗୃହରେ ମଧ୍ୟ ଦଳୀୟ ସାଂସଦମାନେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କାର୍ଯ୍ୟାନୁଷ୍ଠାନ ବିରୋଧରେ ହଙ୍ଗାମା କରିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+